Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରୟାଗରାଜରୁ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ
ଆଜିର ଖବର

ପ୍ରୟାଗରାଜରୁ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ

October 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ଆରମ୍ଭ କରିଛନ୍ତି। ନେହେରୁ ଯୁବ କେନ୍ଦ୍ର, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ବ୍ୟକ୍ତିଙ୍କ ସହ ପ୍ରୟାଗରାଜର ସଙ୍ଗମ ବେଳାଭୂମିରେ ସ୍ୱଚ୍ଛତା ଅଭିଯାନରେ ଶ୍ରୀ ଠାକୁର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଏହି  ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ଗତ ବର୍ଷ ସମାନ ଅଭିଯାନ ଆୟୋଜିତ ହୋଇଥିଲା ଯାହା ୭୫ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ତଥା ବିଘଟନ କରିବାର ଲକ୍ଷ୍ୟଠାରୁ ବହୁଗୁଣା ଅତିକ୍ରମ କରିଛି ଏବଂ ଚଳିତ ବର୍ଷ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ଯୁବ ବ୍ୟାପାର ବିଭାଗ ୧ କୋଟି କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ବିଘଟନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା ‘ପଞ୍ଚ ପ୍ରଣ’ ମଧ୍ୟରୁ ଗୋଟିଏ ହେଉଛି ଏକ ବିକଶିତ ଭାରତର ଲକ୍ଷ୍ୟ, ତେଣୁ ସ୍ୱଚ୍ଛ ଭାରତ ବିନା ଆମେ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିପାରିବୁ ନାହିଁ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ କ୍ଷୟ ହୁଏ ନାହିଁ, ଯାହା ବିଭିନ୍ନ ପ୍ରକାରର ରୋଗ ଏବଂ ସମସ୍ୟା ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ଦେଶକୁ ପ୍ଲାଷ୍ଟିକରୁ ରକ୍ଷା କରିବାକୁ ପଡିବ ଏବଂ ସମସ୍ତଙ୍କୁ ପୃଥିବୀ ମା’କୁ ବଞ୍ଚାଇବାର ଦାୟିତ୍ୱ ପୂରଣ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତାକୁ ଜୀବନଶୈଳୀ ଭାବରେ ଗ୍ରହଣ କରି ରୋଗର ମାତ୍ରା ବହୁଳ ଭାବେ ହ୍ରାସ କରାଯାଇପାରେ।

ଶ୍ରୀ ଠାକୁର କହିଛନ୍ତି ଯେ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‍ୱାଇକେଏସ୍‍) ଅନୁବନ୍ଧିତ ଯୁବ କ୍ଲବ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନର ନେଟୱାର୍କ ମାଧ୍ୟମରେ ଦେଶର ୭୪୪ ଜିଲ୍ଲାର ୬ ଲକ୍ଷ ଗ୍ରାମରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଲୋକଙ୍କୁ ସ୍ୱଚ୍ଛତାର ମହତ୍ୱ ବୁଝାଇବା ପାଇଁ ଏକ ଗମ୍ଭୀର ପ୍ରୟାସ।

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଏବଂ ଘର ସଫା କରିବା, ସମାଜର ସମସ୍ତ ବର୍ଗ, ପଞ୍ଚାୟତି ରାଜ ଅନୁଷ୍ଠାନ ଏବଂ ଅଣ-ସରକାରୀ ସଂଗଠନ ସହିତ ଜଡିତ ହେବା, ସଚେତନତା ସୃଷ୍ଟି କରିବା  ଏବଂ ସେମାନଙ୍କ ପରିବେଶକୁ ପରିଷ୍କାର ଏବଂ ବର୍ଜ୍ୟବସ୍ତୁ ମୁକ୍ତ ରଖି ନାଗରିକମାନେ ଗର୍ବ ଅନୁଭବ କରିବା। ଏହି ଅଭିଯାନ ସହିତ “ସ୍ୱଚ୍ଛ କାଳ : ଅମୃତ କାଳ” ର ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗିଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଏକ ଲୋକ ଆନ୍ଦୋଳନରେ ପରିଣତ କରିବ।

ଅନୁରାଗ ଠାକୁର ପ୍ରୟାଗରାଜ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

୫୪୩ ରୁ ୮୧୬କୁ ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା: ଜାଣନ୍ତୁ ଓଡିଶା ପାଇଁ କେତେ?

March 24, 2026

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026
Latest News

୫୪୩ ରୁ ୮୧୬କୁ ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା: ଜାଣନ୍ତୁ ଓଡିଶା ପାଇଁ କେତେ?

March 24, 2026

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.