Categories
ଆଜିର ଖବର ଜାତୀୟ ଖବର

ପ୍ରୟାଗରାଜରୁ ଆରମ୍ଭ ହେଲା ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ଆରମ୍ଭ କରିଛନ୍ତି। ନେହେରୁ ଯୁବ କେନ୍ଦ୍ର, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ବ୍ୟକ୍ତିଙ୍କ ସହ ପ୍ରୟାଗରାଜର ସଙ୍ଗମ ବେଳାଭୂମିରେ ସ୍ୱଚ୍ଛତା ଅଭିଯାନରେ ଶ୍ରୀ ଠାକୁର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଏହି  ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ଗତ ବର୍ଷ ସମାନ ଅଭିଯାନ ଆୟୋଜିତ ହୋଇଥିଲା ଯାହା ୭୫ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ତଥା ବିଘଟନ କରିବାର ଲକ୍ଷ୍ୟଠାରୁ ବହୁଗୁଣା ଅତିକ୍ରମ କରିଛି ଏବଂ ଚଳିତ ବର୍ଷ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ଯୁବ ବ୍ୟାପାର ବିଭାଗ ୧ କୋଟି କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ବିଘଟନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା ‘ପଞ୍ଚ ପ୍ରଣ’ ମଧ୍ୟରୁ ଗୋଟିଏ ହେଉଛି ଏକ ବିକଶିତ ଭାରତର ଲକ୍ଷ୍ୟ, ତେଣୁ ସ୍ୱଚ୍ଛ ଭାରତ ବିନା ଆମେ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିପାରିବୁ ନାହିଁ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ କ୍ଷୟ ହୁଏ ନାହିଁ, ଯାହା ବିଭିନ୍ନ ପ୍ରକାରର ରୋଗ ଏବଂ ସମସ୍ୟା ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ଦେଶକୁ ପ୍ଲାଷ୍ଟିକରୁ ରକ୍ଷା କରିବାକୁ ପଡିବ ଏବଂ ସମସ୍ତଙ୍କୁ ପୃଥିବୀ ମା’କୁ ବଞ୍ଚାଇବାର ଦାୟିତ୍ୱ ପୂରଣ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତାକୁ ଜୀବନଶୈଳୀ ଭାବରେ ଗ୍ରହଣ କରି ରୋଗର ମାତ୍ରା ବହୁଳ ଭାବେ ହ୍ରାସ କରାଯାଇପାରେ।

ଶ୍ରୀ ଠାକୁର କହିଛନ୍ତି ଯେ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‍ୱାଇକେଏସ୍‍) ଅନୁବନ୍ଧିତ ଯୁବ କ୍ଲବ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନର ନେଟୱାର୍କ ମାଧ୍ୟମରେ ଦେଶର ୭୪୪ ଜିଲ୍ଲାର ୬ ଲକ୍ଷ ଗ୍ରାମରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଲୋକଙ୍କୁ ସ୍ୱଚ୍ଛତାର ମହତ୍ୱ ବୁଝାଇବା ପାଇଁ ଏକ ଗମ୍ଭୀର ପ୍ରୟାସ।

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଏବଂ ଘର ସଫା କରିବା, ସମାଜର ସମସ୍ତ ବର୍ଗ, ପଞ୍ଚାୟତି ରାଜ ଅନୁଷ୍ଠାନ ଏବଂ ଅଣ-ସରକାରୀ ସଂଗଠନ ସହିତ ଜଡିତ ହେବା, ସଚେତନତା ସୃଷ୍ଟି କରିବା  ଏବଂ ସେମାନଙ୍କ ପରିବେଶକୁ ପରିଷ୍କାର ଏବଂ ବର୍ଜ୍ୟବସ୍ତୁ ମୁକ୍ତ ରଖି ନାଗରିକମାନେ ଗର୍ବ ଅନୁଭବ କରିବା। ଏହି ଅଭିଯାନ ସହିତ “ସ୍ୱଚ୍ଛ କାଳ : ଅମୃତ କାଳ” ର ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗିଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଏକ ଲୋକ ଆନ୍ଦୋଳନରେ ପରିଣତ କରିବ।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ ଅନୁରାଗ ସିଂହ ଠାକୁର

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୧ ଅକ୍ଟୋବର ୨୦୨୨ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ।

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମ ଗୁଡିକରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍ୱାଇକେଏସ୍) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରା ଯାଉଛି। ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି।

ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଆରମ୍ଭ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଲୋକ ମାନଙ୍କୁ ସଙ୍ଗଠିତ କରିବା ଏବଂ ଭାରତକୁ ସ୍ୱଚ୍ଛ କରିବାରେ ସେମାନଙ୍କର ଭାଗୀଦାରୀତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରା ଯିବ। ଏହି ପଦକ୍ଷେପରେ, ବିଭିନ୍ନ ଅଂଚଳ, ବିଭିନ୍ନ ଭାଷା ଏବଂ ଅଲଗା ପୃଷ୍ଠଭୂମିର ଲୋକ ଏକା ସହିତ କାମ କରିବେ ଏବଂ ଏହି ଲୋକ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱେଚ୍ଛକୃତ ଭାବରେ ସ୍ୱଚ୍ଛତା ଆଧାରରେ ବର୍ଜ୍ୟ ପରିଚାଳନା କରାଯିବ। ସ୍ୱଚ୍ଛ ଭାରତ ୨୦୨୨ କେବଳ ଏକ କାର୍ଯ୍ୟକ୍ରମ ନୁହେଁ. ଏହା ଲୋକ ମାନଙ୍କୁ ସ୍ୱଚ୍ଛତାର ଅନୁଭବ କରାଇବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ ଅଟେ। ଏହା ଦେଶରେ ଖୁସି ସୂଚକାଙ୍କରେ ମଧ୍ୟ ଯୋଗଦାନ ଦେବ। ଯୁବ ବ୍ୟାପାର ବିଭାଗ ଏହି ଅଭିଯାନକୁ ଦେଶରେ ଲୋକ ମାନଙ୍କ ଦ୍ୱାରା ଚାଲୁ କରା ଯାଉଥିବା ସବୁଠାର ବଡ ସ୍ୱଚ୍ଛତା ଅଭିଯାନ କରାଇବା ନିମନ୍ତେ ଚେଷ୍ଟା କରୁଛି।

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ୦୧ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ଜିଲ୍ଲା ଗୁଡିକରେ ସର୍ବସାଧାରଣ ସ୍ଥାନ ଗୁଡିକୁ ଏବଂ ଘର ଗୁଡିକୁ ପରିଷ୍କାର କରିବା ପାଇଁ ଆୟୋଜନ କରିବା, ଯେଉଁଥିରେ ସମାଜର ସମସ୍ତ ବର୍ଗ ଗୁଡିକର ଲୋକ, ସରକାରୀ ସଙ୍ଗଠନ, ଯେଉଁଥିରେ ପିଆର୍ଆଇ ଅନ୍ତର୍ଭୁକ୍ତ ଏବଂ ଅଣ – ସରକାରୀ ସଙ୍ଗଠନ ଗୁଡିକ ସହିତ ସରକାରୀ ସଙ୍ଗଠନ ଗୁଡିକ ଜଡିତ ହୋଇ ନିଜର ଆଖପାଖର ପରିବେଶକୁ ସ୍ୱଚ୍ଛ ଏବଂ ବର୍ଜ୍ୟ ମୁକ୍ତ ରଖିବା ନିମନ୍ତେ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ଏବଂ ଗର୍ବର ଭାବନା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ। ଏହା ସହିତ ଏହି ଅଭିଯାନ “ସ୍ୱଚ୍ଛ କାଳ : ଅମୃତ କାଳ” ମନ୍ତ୍ର ପ୍ରଦାନ କରିବ ଏବଂ ଜନ ଭାଗୀଦାରୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିବ।