ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୩
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୧
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରାପଡା ଜିଲ୍ଲାରୁ- ୨
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୧୨
ମୟୂରଭଞ୍ଜ ଜିଲ୍ଲାରୁ- ୨
ନୟାଗଡ ଜିଲ୍ଲାରୁ- ୧
ନୂଆପଡା ଜିଲ୍ଲାରୁ- ୧
ପୁରୀ ଜିଲ୍ଲାରୁ- ୪
ରାୟଗଡା ଜିଲ୍ଲାରୁ- ୧
ସମ୍ବଲପୁର ଜିଲ୍ଲାରୁ- ୧୧
ସୋନପୁର ଜିଲ୍ଲାରୁ- ୩
ସୁନ୍ଦରଗଡ ଜିଲ୍ଲାରୁ- ୭
ଷ୍ଟେଟ ପୁଲରୁ- ୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୪୩୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୩୬ ଏବଂ ବର୍ତ୍ତମାନ ୧୧୪୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।