
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୌଡି ଗଢୱାଲ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ବରଯାତ୍ରୀ ବସ୍ ୫୦୦ ମିଟର ଗଭୀର ଖାଇକୁ ଖସିପଡିଛି। ଏହି ବସ୍ରେ ପ୍ରାୟ ୪୫ ରୁ ୫୦ ଜଣ ଲୋକ ଯାତ୍ରା କରୁଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏସଡିଆରଏଫ ର ଚାରୋଟି ଟିମ୍ ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି।