Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ଲିଭ୍ ଇନ୍ ରିଲେସନ୍ ସିପ ଘୋଷଣା ନ କଲେ ୬ ମାସ ପର୍ଯ୍ୟନ୍ତ ଜେଲ : ଉତ୍ତରାଖଣ୍ଡ ସିଭିଲ୍ କୋଡ୍

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ଲିଭ୍-ଇନ୍ ରିଲେସନ୍ ସିପରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଓ ଉତ୍ତରାଖଣ୍ଡରେ ରହୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ସେମାନେ ନୂଆ ଆଇନ ଆସିବା ପରେ ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ନିଜକୁ ପଞ୍ଜୀକୃତ କରିବା ଉଚିତ। ନିୟମ ନ ମାନିଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।

ଧର୍ମମତ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରଣୟନ କରୁଥିବା ୟୁସିସି ଉପରେ ଏକ ବିଲ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ମଧ୍ୟରେ ଉପସ୍ଥାପିତ ହୋଇଛି।

ଉତ୍ତରାଖଣ୍ଡ ୟୁସିସି ଅଧୀନରେ ଥିବା ଅନ୍ୟ ନିୟମ

ଉତ୍ତରାଖଣ୍ଡରେ ପ୍ରସ୍ତାବିତ ୟୁସିସି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କୌଣସି ବିବୃତ୍ତି ଦାଖଲ ନ କରି ଏକ ମାସରୁ ଅଧିକ ସମୟ ଲିଭ୍-ଇନ୍ ରିଲେସନ୍ ସିପରେ ରୁହନ୍ତି, ତେବେ ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ୧୦,୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ।

ପ୍ରସ୍ତାବିତ ୟୁସିସିରେ କୁହାଯାଇଛି ଯେ ଯଦି ଲିଭ୍-ଇନ୍ ପାର୍ଟନରମାନେ ସେମାନଙ୍କ ପ୍ରତିଶ୍ରୁତିରେ ସୂଚନା ଅଟକାଇ ରଖନ୍ତି କିମ୍ବା ମିଥ୍ୟା ବୟାନ ଦିଅନ୍ତି, ତେବେ ସେମାନଙ୍କୁ ତିନିମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨୫,୦୦୦ ଟଙ୍କାରୁ ଅଧିକ ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ଲିଭ୍-ଇନ୍ ପାର୍ଟନରଙ୍କ ବୟାନ ସ୍ଥାନୀୟ ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ପଠାଯିବ। ବିବୃତିରେ ଦିଆଯାଇଥିବା ବିବରଣୀ ଭୁଲ ପ୍ରମାଣିତ ହେଲେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଥାନାକୁ ଅବଗତ କରାଯିବ।

ଉତ୍ତରାଖଣ୍ଡ ୟୁସିସି ଅନୁଯାୟୀ ଲିଭ୍ ଇନ୍ ରିଲେସନ୍ ସିପରେ ରହୁଥିବା ଜଣେ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ଏବଂ ଭରଣପୋଷଣ ଦାବି କରିପାରିବେ। ୟୁସିସି ବ୍ୟବସ୍ଥା ଅନୁଯାୟୀ ଲିଭ୍ ଇନ୍ ରିଲେସନ୍ ସିପରେ ଥିବା ପିଲାଙ୍କୁ ଦମ୍ପତିଙ୍କ ବୈଧ ସନ୍ତାନଭାବେ ଘୋଷଣା କରାଯିବ।

ନିଷିଦ୍ଧ ସମ୍ପର୍କ କେତେକ ପାରିବାରିକ ସମ୍ପର୍କକୁ ବୁଝାଏ ଯାହା ଆଇନଗତ ଭାବରେ ବ୍ୟକ୍ତିମାନଙ୍କୁ ବିବାହ କରିବା କିମ୍ବା ପରସ୍ପର ସହିତ ଯୌନ ସମ୍ପର୍କ ରଖିବାକୁ ବାରଣ କରିଥାଏ। ଏହି ପ୍ରତିବନ୍ଧକଗୁଡ଼ିକ ସଙ୍ଗୀନତା (ରକ୍ତ ସମ୍ପର୍କ) ଏବଂ କେତେକ କ୍ଷେତ୍ରରେ, ଆତ୍ମୀୟତା (ବିବାହ ଦ୍ୱାରା ସମ୍ପର୍କ) ଉପରେ ଆଧାରିତ।

Categories
ଆଜିର ଖବର ଜାତୀୟ ଖବର

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ସମୃଦ୍ଧି ପାଇଁ ଶାନ୍ତି’।

ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ। ଅଦାନୀ ଗ୍ରୁପର ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦେଶକ (କୃଷି, ତୈଳ ଓ ଗ୍ୟାସ) ପ୍ରଣବ ଅଦାନୀ କହିଛନ୍ତି ଯେ ନିକଟ ଅତୀତରେ ଏକକ ପଏଣ୍ଟ ମଞ୍ଜୁରୀ, ପ୍ରତିଯୋଗିତାମୂଳକ ଜମି ମୂଲ୍ୟ, ସୁଲଭ ବିଦ୍ୟୁତ୍ ଓ ଦକ୍ଷ ବଣ୍ଟନ, ଅତ୍ୟନ୍ତ ଦକ୍ଷ ମାନବ ସମ୍ବଳ ଏବଂ ଜାତୀୟ ରାଜଧାନୀର ନିକଟତମ ସ୍ଥାନ ଏବଂ ଏକ ଅତ୍ୟନ୍ତ ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିବେଶର ଅଭୂତପୂର୍ବ ମିଶ୍ରଣ ସହିତ ଅଭିବୃଦ୍ଧି ଓ ବିକାଶ ପ୍ରତି ରାଜ୍ୟର ଆଭିମୁଖ୍ୟ ଯୋଗୁଁ ଉତ୍ତରାଖଣ୍ଡ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। ରାଜ୍ୟରେ ଉଦ୍ୟୋଗ ସମ୍ପ୍ରସାରଣ ଏବଂ ଅଧିକ ପୁଞ୍ଜି ନିବେଶ ଓ ନିଯୁକ୍ତି ଆଣିବା ପାଇଁ ତାଙ୍କର ଯୋଜନା ବିଷୟରେ ବିସ୍ତୃତ ଭାବରେ ଶ୍ରୀ ଅଦାନୀ ବର୍ଣ୍ଣନା କରିଥିଲେ। ଉତ୍ତରାଖଣ୍ଡ ରାଜ୍ୟକୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଭାରତବାସୀ ତାଙ୍କ ଉପରେ ଅଭୂତପୂର୍ବ ବିଶ୍ୱାସ ରଖିଛନ୍ତି ଓ ବିଶ୍ୱାସ ପ୍ରକଟ କରିଛନ୍ତି।

ଜେଏସଡବ୍ଲ୍ୟୁର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କେଦାରନାଥ ଏବଂ ବଦ୍ରିନାଥର ବିକାଶ ପ୍ରକଳ୍ପ ସମୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ଉପରେ ତାଙ୍କର ଅନୁଭବ ଉପରେ ଆଲୋକପାତ କରିଥିଲେ। ଦେଶର ଚେହେରା ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଜିଡିପି ଅଭିବୃଦ୍ଧିର ମାପଦଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ମତ ରଖିଥିଲେ । ବିଶ୍ୱ ମହାଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ନେତୃତ୍ୱ ପାଇଁ ଶ୍ରୀ ଜିନ୍ଦଲ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ସାରା ଦେଶରେ ତୀର୍ଥସ୍ଥଳୀକୁ ସଂଯୋଗ କରିବା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଉତ୍ତରାଖଣ୍ଡରେ ପାଖାପାଖି ୧୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ପାଇଁ କମ୍ପାନୀର ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ଏବଂ ନଭେମ୍ବର ମାସରେ ଆରମ୍ଭ ହୋଇଥିବା’ସ୍ୱଚ୍ଛ କେଦାରନାଥ ପ୍ରକଳ୍ପ’ ବିଷୟରେ ମଧ୍ୟ କହିଥିଲେ । ସବୁ କ୍ଷେତ୍ରରେ ସମର୍ଥନ ପାଇଁ ସେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ବିକାଶ ଯାତ୍ରାରେ କମ୍ପାନୀର ନିରନ୍ତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆଇଟିସିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ଜି -୨୦ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ଦକ୍ଷିଣ ବିଶ୍ୱ ପାଇଁ ତାଙ୍କର ସମର୍ଥନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଅନେକ ଉଦ୍ଦେଶ୍ୟମୂଳକ ନୀତିଗତ ପଦକ୍ଷେପ ଭାରତକୁ ବହୁମୁଖୀ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଥିବା ବିଶ୍ୱରେ ଅନୁକୂଳ ସ୍ଥିତିରେ ରଖିଛି। ଅର୍ଥବ୍ୟବସ୍ଥାର ଅନେକ କ୍ଷେତ୍ରର ପରିବର୍ତ୍ତନ ଏବଂ ଜିଡିପି ସଂଖ୍ୟା ନିଜ କଥା କହୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ବିଶ୍ୱସ୍ତରରେ ଚଳିତ ଦଶନ୍ଧିକୁ ଭାରତର ସମୟ ବୋଲି କୁହାଯାଉଛି।

ପତଞ୍ଜଳିର ପ୍ରତିଷ୍ଠାତା ତଥା ଯୋଗ ଗୁରୁ ବାବା ରାମଦେବ ପ୍ରଧାନମନ୍ତ୍ରୀଙ୍କୁ’ବିକଶିତ ଭାରତ’ର ଦୂରଦର୍ଶୀ ଏବଂ ୧୪୦ କୋଟି ଭାରତୀୟ ନାଗରିକ ତଥା ସାରା ବିଶ୍ୱବାସୀଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ତାହା ଉପରେ ସେ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ଆଣିବା ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପତଞ୍ଜଳିର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଏବଂ ଆଗାମୀ ଦିନରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନୂତନ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ଇଚ୍ଛା ଶକ୍ତିକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ଏବଂ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା କରିବାକୁ କର୍ପୋରେଟ୍ ହାଉସ୍ ଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ବିକାଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ କରିବା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସୁଦୃଢ଼ କରିବାକୁ ସେ ନିବେଶକ ମାନଙ୍କୁ ନିବେଦନ କରିଥିଲେ ।

ଏମାର ଇଣ୍ଡିଆର ସିଇଓ ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଦେଶର ବିକାଶ ପାଇଁ ଦିଗ, ଦୂରଦୃଷ୍ଟି ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାରେ ଅଂଶୀଦାର ହେବା ପାଇଁ କର୍ପୋରେଟ ଜଗତର ପ୍ରତିବଦ୍ଧତାକୁ ସେ ପ୍ରକାଶ କରିଥିଲେ। ସେ ଭାରତ – ୟୁଏଇ ସମ୍ପର୍କରେ ନୂଆ ଉଜ୍ଜ୍ୱଳତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଏମାରର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି।

ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ମଧ୍ୟ ଭାରତ ପ୍ରତି ବିଶ୍ୱ ଦୃଷ୍ଟିକୋଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ଜିଏସ୍ଟି ଏବଂ ଫିନଟେକ୍ ବିପ୍ଳବ ଭଳି ଅନେକ ନୀତିଗତ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶିଳ୍ପ ଜଗତ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।

ଟିଭିଏସ୍ ଯୋଗାଣ ଶୃଙ୍ଖଳା ସମାଧାନର ଅଧ୍ୟକ୍ଷ ଆର୍. ଦୀନେଶ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସେ ଉତ୍ତରାଖଣ୍ଡର ଅଭିବୃଦ୍ଧି କାହାଣୀରେ ସଂଗଠନର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଟାୟାର ଏବଂ ଅଟୋ ଯନ୍ତ୍ରାଂଶର ଉତ୍ପାଦନ ୟୁନିଟ୍ ଏବଂ ଲଜିଷ୍ଟିକ୍ସ ଏବଂ ଅଟୋ ସେକ୍ଟରରେ ସେବାର ଉଦାହରଣ ଦେଇଥିଲେ । ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏବଂ ଗୋଦାମ ଗୃହ ନିର୍ମାଣ କ୍ଷମତା ବୃଦ୍ଧି କରିବା ନିମନ୍ତେ କଂପାନୀର ଯୋଜନା ସମ୍ପର୍କରେ ସେ ବିସ୍ତାର ଭାବେ କହିଥିଲେ, ଯାହା ଦ୍ୱାରା ଟିଭିଏସ୍ର ସମସ୍ତ କମ୍ପାନୀରେ ୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ।

ପରିବର୍ତ୍ତିତ ବର୍ତ୍ତମାନର ବିଶ୍ୱ ପରିଦୃଶ୍ୟ ଯୋଗୁଁ ଡିଜିଟାଲ ଏବଂ ସ୍ଥିରତା ପରିବର୍ତ୍ତନରେ ଆର୍ôଥକ ସହାୟତା ଏବଂ ଉନ୍ନତି ପ୍ରଦାନ କରି ଅଟୋ ବଜାର କ୍ଷେତ୍ରରେ ଅଂଶୀଦାର ମାନଙ୍କୁ ସହାୟତା କରିବାକୁ କମ୍ପାନୀର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସିଆଇଆଇର ଅଧ୍ୟକ୍ଷ ଭାବରେ ସେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବା ପାଇଁ ୧୦ଟି ମଡେଲ କ୍ୟାରିୟର କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏକ ସ୍ପେଶାଲିଟି ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର/ ବିଶେଷ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଥିରେ ଆତିଥ୍ୟ, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ୧୦,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଦେବଭୂମି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଶତାବ୍ଦୀର ତୃତୀୟ ଦଶନ୍ଧି ହେଉଛି ଉତ୍ତରାଖଣ୍ଡ ର ଦଶନ୍ଧି ବୋଲି ତାଙ୍କ ବକ୍ତବ୍ୟକୁ ମନେ ପକାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହି ବକ୍ତବ୍ୟ ଏହି ମାଟିରେ ସାକାର ହେବା ସନ୍ତୋଷର ବିଷୟ । ସିଲ୍କୟାରା ଟନେଲରୁ ଶ୍ରମିକଙ୍କ ସଫଳ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଉତ୍ତରାଖଣ୍ଡ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ ଜଣେ ଏକା ସାଙ୍ଗରେ ଦେବତ୍ୱ ଏବଂ ବିକାଶ ଅନୁଭବ କରେ। ଏହି ଭାବନାକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଏକ କବିତା ପାଠ କରିଥିଲେ।

ଏହି ଅବସରରେ ଉପସ୍ଥିତ ନିବେଶକ ମାନଙ୍କୁ ଶିଳ୍ପକ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଉଦାହରଣ ଦେଇଥିଲେ ଏବଂ ଦେଶ କ୍ଷେତ୍ରରେ ଏହି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଫଳାଫଳ ଦେଶରେ ଆକାଂକ୍ଷା, ଆଶା, ଆତ୍ମବିଶ୍ୱାସ, ଅଭିନବତା ଏବଂ ସୁଯୋଗର ପ୍ରଚୁରତା ସୂଚାଇବ ବୋଲି ସେ ଆଲୋକପାତ କରିଥିଲେ । ସେ ନୀତି ଭିତ୍ତିକ ଶାସନର ସୂଚକ ଏବଂ ରାଜନୈତିକ ସ୍ଥିରତା ପାଇଁ ନାଗରିକ ମାନଙ୍କର ସଂକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ଆଲୋକପାତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆକାଂକ୍ଷୀ ଭାରତ ଅସ୍ଥିର ପରିବର୍ତ୍ତେ ଏକ ସ୍ଥିର ସରକାର ଚାହୁଁଛି” ଏବଂ ଲୋକମାନେ ଉତ୍ତମ ଶାସନ ପ୍ରଦାନ କରୁଥିବା ଏବଂ ଭଲ କାର୍ଯ୍ୟ କରୁଥିବା ସରକାରଙ୍କୁ ଭୋଟ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । କୋଭିଡ୍ ମହାମାରୀ ଏବଂ ଅସ୍ଥିର ଭୂ – ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦେଶର ରେକର୍ଡ ଗତିରେ ଆଗକୁ ବଢ଼ିବାର କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କରୋନା ଟିକା ହେଉ କିମ୍ବା ଆର୍ଥିକ ନୀତି, ଭାରତର ନିଜର ସାମର୍ଥ୍ୟ ଓ ନୀତି ଉପରେ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫଳରେ ବିଶ୍ୱର ଅନ୍ୟ ବୃହତ ଅର୍ଥବ୍ୟବସ୍ଥା ମାନଙ୍କ ତୁଳନାରେ ଭାରତ ନିଜର ଏକ ଲିଗ୍ରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତରାଖଣ୍ଡ ସମେତ ଭାରତର ପ୍ରତ୍ୟେକ ରାଜ୍ୟ ଏହି ଶକ୍ତିର ଫାଇଦା ଉଠାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଡବଲ ଇଞ୍ଜିନ ସରକାରର ଲାଭ ବିଷୟରେ ଦୋହରାଇ ଥିଲେ ଯାହାର ଦ୍ୱିଗୁଣିତ ପ୍ରୟାସ ସବୁଠି ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ରାଜ୍ୟ ସରକାର ସ୍ଥାନୀୟ ବାସ୍ତବତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଅଭୂତପୂର୍ବ ପୁଞ୍ଜି ନିବେଶ କରୁଛନ୍ତି । ଉଭୟ ସ୍ତରରେ ସରକାର ପରସ୍ପରର ପ୍ରୟାସକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଗ୍ରାମାଞ୍ଚଳରୁ ଚାରି ଧାମକୁ ଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଦିଲ୍ଲୀ – ଡେରାଡୁନ ମଧ୍ୟରେ ଦୂରତା ଅଢେଇ ଘଣ୍ଟାର ଯାତ୍ରାକୁ ହ୍ରାସ ପାଇବ। ଡେରାଡୁନ୍ ଓ ପନ୍ତନଗର ବିମାନବନ୍ଦର ସମ୍ପ୍ରସାରଣ ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ। ରାଜ୍ୟରେ ହେଲି – ଟ୍ୟାକ୍ସି ସେବାର ସମ୍ପ୍ରସାରଣ କରାଯାଉଛି ଏବଂ ରେଳ ସଂଯୋଗକୁ ସୁଦୃଢ଼ କରାଯାଉଛି। ଏସବୁ କୃଷି, ଶିଳ୍ପ, ଲଜିଷ୍ଟିକ୍ସ, ଷ୍ଟୋରେଜ୍ , ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି।

ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସ୍ଥାନ ଗୁଡ଼ିକୁ ସୀମିତ ପ୍ରବେଶ ଅନୁମତି ପ୍ରଦାନ କରିଥିବା ପୂର୍ବ ସରକାର ମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶର ପ୍ରଥମ ଗ୍ରାମ ଭାବରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ବିକାଶ ମାନଦଣ୍ଡରେ ପଛରେ ଥିବା ଗ୍ରାମ ଏବଂ ଅଞ୍ଚଳ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶ୍ରୀ ମୋଦୀ ଉତ୍ତରାଖଣ୍ଡର ଅବ୍ୟବହୃତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ନିବେଶକ ମାନଙ୍କୁ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ।

ଡବଲ ଇଞ୍ଜିନ ସରକାରଙ୍କ ଲାଭ ଉଠାଇଥିବା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଗସ୍ତ ପାଇଁ ସାରା ବିଶ୍ୱ ତଥା ଦେଶର ଲୋକଙ୍କ ଉତ୍ସାହ ବିଷୟରେ ଉଲ୍ଲେଖ କରିଥିଲେ। ପର୍ଯ୍ୟଟକଙ୍କୁ ପ୍ରକୃତି ତଥା ଭାରତର ଐତିହ୍ୟ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଷୟବସ୍ତୁ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ସୃଷ୍ଟି ସମ୍ପର୍କରେ ସେ ସୂଚନା ଦେଇଥିଲେ। ପ୍ରକୃତି, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗଠିତ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯୋଗ, ଆୟୁର୍ବେଦ, ତୀର୍ଥ ଏବଂ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସୁଯୋଗ ସୃଷ୍ଟି କରିବାକୁ ନିବେଶକ ମାନଙ୍କୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଧନୀ, ସମ୍ପନ୍ନ ବ୍ୟକ୍ତି ଓ ଯୁବବର୍ଗଙ୍କୁ ମେକ୍ ଇନ୍ ଇଣ୍ଡିଆ ଭଳି’ୱେଡ୍ ଇନ୍ ଇଣ୍ଡିଆ’ (ଭାରତରେ ବିବାହ) ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ଅତି କମ୍ରେ ଗୋଟିଏ ବିବାହ ସମାରୋହ କରିବା ଏବଂ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। “ଯଦି ଉତ୍ତରାଖଣ୍ଡରେ ୧ ବର୍ଷରେ ୫୦୦୦ ବିବାହ ହୁଏ, ତେବେ ଏକ ନୂତନ ଭିତ୍ତିଭୂମି ସୃଷ୍ଟି ହେବ ଏବଂ ରାଜ୍ୟକୁ ବିଶ୍ୱ ପାଇଁ ଏକ ବିବାହ ସ୍ଥଳରେ ପରିଣତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଯେକୌଣସି ସଂକଳ୍ପ ହାସଲ କରିବା ପାଇଁ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଏକ ପ୍ରବଳ ସ୍ରୋତ ବହିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ଏକ ଆକାଂକ୍ଷୀ ଭାରତ ସୃଷ୍ଟି ହୋଇଛି। ପୂର୍ବରୁ ବଞ୍ଚିତ ଜନସଂଖ୍ୟାର ଏକ ବଡ଼ ଅଂଶକୁ ଯୋଜନା ଏବଂ ସୁଯୋଗ ସହିତ ଯୋଡାଯାଉଛି। କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ଅର୍ଥବ୍ୟବସ୍ଥାକୁ ନୂଆ ଗତି ଦେଉଛନ୍ତି। ଉଭୟ ନୂତନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ ଅଧିକ ଖର୍ଚ୍ଚ କରୁଛନ୍ତି”ଆମକୁ ଭାରତର ମଧ୍ୟବିତ୍ତ ଶ୍ରେଣୀ ଭିତରେ ରହିଥିବା ସମ୍ଭାବନାକୁ ବୁଝିବାକୁ ପଡିବ। ଉତ୍ତରାଖଣ୍ଡରେ ସମାଜର ଏହି ଶକ୍ତି ଆପଣଙ୍କ ପାଇଁ ଏକ ବିଶାଳ ବଜାର ମଧ୍ୟ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ହାଉସ ଅଫ୍ ହିମାଳୟ ବ୍ରାଣ୍ଡର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦକୁ ବିଦେଶୀ ବଜାରକୁ ନେବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ।

ଶ୍ରୀ ମୋଦୀ କହିଥିଲେ, “ହାଉସ୍ ଅଫ୍ ହିମାଳୟ’ ଆମର ଭୋକାଲ୍ ଫର୍ ଲୋକାଲ ଆଣ୍ଡ୍ ଲୋକାଲ ଫର୍ ଗ୍ଲୋବାଲ୍ (ସ୍ଥାନୀୟ ଜିନିଷର ବ୍ୟବହାର ଏବଂ ସ୍ଥାନୀୟ ଜିନିଷକୁ ବିଶ୍ୱରେ ପହଞ୍ଚାଇବା) ର ଧାରଣାକୁ ଆହୁରି ସୁଦୃଢ଼ କରିଛି। ଭାରତର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକର ଉତ୍ପାଦ ଗୁଡ଼ିକ ବିଶ୍ୱସ୍ତରୀୟ ହେବାର ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ମହଙ୍ଗା ମାଟି ବାସନ ତିଆରି ହୋଇ ବିଦେଶରେ ସ୍ୱତନ୍ତ୍ର ଉପାୟରେ ଉପସ୍ଥାପିତ ହେବାର ଉଦାହରଣ ଦେଇଥିଲେ। ପାରମ୍ପରିକ ଭାବରେ ଏଭଳି ଅନେକ ଉତ୍କୃଷ୍ଟ ଉତ୍ପାଦ ତିଆରି କରୁଥିବା ଭାରତର ବିଶ୍ୱକର୍ମା ମାନଙ୍କର ଦକ୍ଷତା ଏବଂ କାରିଗରୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଭଳି ସ୍ଥାନୀୟ ଉତ୍ପାଦ ପାଇଁ ବିଶ୍ୱ ବଜାର ଅନୁସନ୍ଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିବେଶକ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ଏଭଳି ଉତ୍ପାଦ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଏବଂ ଏଫ୍ପିଓ ମାନଙ୍କ ସହ ଯୋଗାଯୋଗ କରିବାର ସମ୍ଭାବନା ଖୋଜିବାକୁ ସେ ଅନୁରୋଧ କରିଥିଲେ। “ସ୍ଥାନୀୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ଏକ ଚମତ୍କାର ଭାଗିଦାରୀ ହୋଇପାରେ” ବୋଲି ସେ କହିଥିଲେ। ଲକ୍ଷପତି ଦିଦି ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରୁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ତାଙ୍କର ସଂକଳ୍ପ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ହାଉସ୍ ଅଫ୍ ହିମାଳୟ ବ୍ରାଣ୍ଡ୍ର ଶୁଭାରମ୍ଭ ସହିତ ଏହି ପଦକ୍ଷେପ ତ୍ୱରାନ୍ୱିତ ହେବ। ଏହି ପଦକ୍ଷେପ ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ଲାଲକିଲ୍ଲାରୁ ତାଙ୍କ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଥିଲେ, “ଆମେ ଯାହା ବି କରୁ, ତାହା ବିଶ୍ୱର ଶ୍ରେଷ୍ଠ ହେବା ଉଚିତ୍। ଆମର ମାନଦଣ୍ଡକୁ ବିଶ୍ୱ ଅନୁସରଣ କରିବା ଉଚିତ୍। ଆମର ଉତ୍ପାଦନ ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି ନୀତି ଉପରେ ଆଧାରିତ ହେବା ଉଚିତ୍। ଏବେ ରପ୍ତାନି ଭିତ୍ତିକ ଉତ୍ପାଦନକୁ କିପରି ବୃଦ୍ଧି କରା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେ କହିଛନ୍ତି ଯେ ଉଚ୍ଚାକାଂକ୍ଷୀ ପିଏଲଆଇ ଅଭିଯାନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାର ସଂକଳ୍ପ ପ୍ରଦର୍ଶନ କରିଥାଏ। ନୂତନ ନିବେଶ ଦ୍ୱାରା ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଏବଂ ଏମ୍ଏସ୍ଏମ୍ଇ ଗୁଡିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶସ୍ତା ରପ୍ତାନି ମାନସିକତାରୁ ବାହାରକୁ ଆସିବାର ଏବଂ ଦକ୍ଷତା ବିକାଶକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପେଟ୍ରୋଲିୟମ୍ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ଏବଂ କୋଇଲା ପାଇଁ ୪ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଜି ବି ଭାରତ ୧୫ ହଜାର କୋଟି ଟଙ୍କାର ଡାଲି ଆମଦାନୀ କରୁଥିବାରୁ ଡାଲି ଓ ତୈଳବୀଜ ଆମଦାନୀ ହ୍ରାସ କରିବାର ପ୍ରୟାସ ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଭାରତ ମିଲେଟ୍ସ ଭଳି ପୁଷ୍ଟିକର ଖାଦ୍ୟରେ ସମୃଦ୍ଧ ହୋଇଥିବା ବେଳେ ପୋଷଣ ନାମରେ ପ୍ୟାକେଜ୍ ହୋଇଥିବା ଖାଦ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ। ଆୟୁଷ ସମ୍ବନ୍ଧିତ ଜୈବିକ ଖାଦ୍ୟର ସମ୍ଭାବନା ଏବଂ ରାଜ୍ୟର କୃଷକ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏହା ପ୍ରଦାନ କରୁଥିବା ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ। ଏପରିକି ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଖାଦ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ ସେ ଉପସ୍ଥିତ ଜନତାଙ୍କୁ କହିଥିଲେ।

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତ ପାଇଁ, ଏହାର କମ୍ପାନୀ ଏବଂ ଏହାର ନିବେଶକମାନଙ୍କ ପାଇଁ ଏକ ଅଭୂତପୂର୍ବ ସମୟ। ସ୍ଥିର ସରକାର, ସହାୟକ ନୀତି ବ୍ୟବସ୍ଥା, ସଂସ୍କାରର ମାନସିକତା ଏବଂ ପରିବର୍ତ୍ତନ ଓ ବିକାଶ କ୍ଷେତ୍ରରେ ଆତ୍ମବିଶ୍ୱାସର ମିଶ୍ରଣକୁ ଶ୍ରେୟ ଦେଇ ସେ କହିଥିଲେ, “ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି”। ଏହା ହେଉଛି ଠିକ ସମୟ, ଉପଯୁକ୍ତ ସମୟ। ଏହା ହେଉଛି ଭାରତର ସମୟ”, ପ୍ରଧାନମନ୍ତ୍ରୀ ନିବେଶକ ମାନଙ୍କୁ ଉତ୍ତରାଖଣ୍ଡ ସହିତ ଆଗକୁ ବଢ଼ିବାକୁ ଏବଂ ଏହାର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ। ୨୦୨୩ ଡିସେମ୍ବର ୮ ଓ ୯ ତାରିଖରେ’ସମୃଦ୍ଧି ପାଇଁ ଶାନ୍ତି’ ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ‘ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନ୍ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଡେରାଡୁନର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩’କୁ ସେ ଉଦ୍ ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩’ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ପଦକ୍ଷେପ । ଡିସେମ୍ବର ୮ ଓ ୯ ତାରିଖରେ ‘ସମୃଦ୍ଧି ପାଇଁ ଶାନ୍ତି’ ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ବିଶ୍ୱର ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗଦେବେ । ଏଥିରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଅଂଶଗ୍ରହଣ କରିବେ ।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ: ‘ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ସମ୍ମିଳନୀ’କୁ କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୮, ୨୦୨୩ରେ ଉତ୍ତରାଖଣ୍ଡର ଡେରାଡୁନ୍ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଡେରାଡୁନର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩’କୁ ସେ ଉଦ୍ ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩’ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ପଦକ୍ଷେପ। ଡିସେମ୍ବର ୮ ଓ ୯ ତାରିଖରେ ‘ସମୃଦ୍ଧି ପାଇଁ ଶାନ୍ତି’ ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ବିଶ୍ୱର ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗଦେବେ। ଏଥିରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଅଂଶଗ୍ରହଣ କରିବେ।

Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ 

ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ ପୂର୍ବରୁ  ଅନ୍ୟ  ଦୁଇ ଶ୍ରମିକଙ୍କ  ପରିବାର ଉତ୍ତର କାଶୀରେ ପହଂଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ  ଫସି ରହିଛନ୍ତି। ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି। ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା  ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।

ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ  ନିବାସ  ରେ ସାକ୍ଷାତ କରିଥିଲେ।  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ  ଶ୍ରମିକଙ୍କ  ସୁରକ୍ଷା   ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ  କହିଥିଲେ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ  ଖୁବ ଶୀଘ୍ର ସେମାନେ  ପରିବାରକୁ ଫେରି ଆସିବେ ବୋଲି  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ବାସନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିବା ଫଳରେ ତା ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି । ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ମର୍ମରେ ଏକ ପରାମର୍ଶମୂଳକ ବାର୍ତ୍ତା (ଆଡଭାଇଜରି) ଜାରି କରାଯାଇଛି । ଏହା ମୁଖ୍ୟତଃ ଟିଭି ଚ୍ୟାନେଲ ଗୁଡିକ ପାଇଁ ଉଦ୍ଦିଷ୍ଟ । ଏଥିରେ କୁହାଯାଇଛି ଯେ ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ ।

ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦେଇଛି । ଆହୁରି ମଧ୍ୟ ଟନେଲ ପାଖରେ କ୍ୟାମେରାମ୍ୟାନ, ରିପୋର୍ଟରଙ୍କ ଉପସ୍ଥିତି ଓ ବିଭିନ୍ନ ଉପକରଣ ରଖିବାକୁ ମନା କରାଯାଇଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ସ୍ଥାନରେ ଭିଡ ଜମାଇଲେ ଏହି କାମରେ ବ୍ୟାଘାତ ଘଟିବ । ତେଣୁ ଟନେଲ ଭିତରେ ଅଟକି ରହିଥିବା ମଣିଷଙ୍କୁ ଉଦ୍ଧାର କରିବାରେ କୌଣସି ପ୍ରତିବନ୍ଧକ ଯେପରି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସେଠାରେ ଯେଉଁ ମାନବୀୟ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତାହାକୁ ସମ୍ମାନ ଦେଇ ଏଭଳି ଖବରକୁ ଚାଞ୍ଚଲ୍ୟ କର ନ କରିବାକୁ ମନ୍ତ୍ରଣାଳୟ କହିଛି । ଉଦ୍ଧାର ସ୍ଥଳରେ ଲୋକଭିଡ, ବିଶେଷକରି ମିଡିଆ କର୍ମଚାରୀ ଓ ସେମାନଙ୍କ ଉପକରଣର ଭିଡ ଜମିଲେ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

ପ୍ରାୟ ଦୁଇ କିମି ଯାଏ ନିର୍ମିତ ଏହି ଟନେଲ ମଧ୍ୟରେ ମାଟି ଅତଡା ଧସିବାରୁ ସେଥିରେ  ଫସି ରହିଥିବା ୪୧ଜଣ ଶ୍ରମିକଙ୍କ ମନୋବଳକୁ ସୁଦୃଢ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେମାନଙ୍କ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରାଯାଇଛି । ଏହି ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବାକୁ ବିଭିନ୍ନ ସରକାରୀ ସଂସ୍ଥା ନିରଳସ ଉଦ୍ୟମ ଜାରି ରଖିଛନ୍ତି । ଏହି ଟନେଲ ଭିତରୁ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ଓ ସ୍ପର୍ଶର୍କାତର ପ୍ରୟାସ । ସେମାନଙ୍କର କୌଣସି କ୍ଷତି ଯେପରି ନ ହୁଏ ସେଥି ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ତେଣୁ ଉଦ୍ଧାର କାର୍ଯ୍ୟର ସିଧାପ୍ରସାରଣ ପାଇଁ ଟନେଲରେ ଅତି ନିକଟରେ କ୍ୟାମେରା ରଖି ଓ ସେଠାରେ କ୍ୟାମେରା ମ୍ୟାନ ଓ ସାମ୍ବାଦିକ ଭିଡ ଜମାଇ ଯେଉଁ ଚିତ୍ର ଓ ତଥ୍ୟ ପ୍ରଦାନ କରୁଛନ୍ତି ତାହାର କୁପ୍ରଭାବ ଉଦ୍ଧାର କାର୍ଯ୍ୟ ଉପରେ ପଡିପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଉଦ୍ଧାର କାର୍ଯ୍ୟର  ରିପୋଟିଂ, ସିଧାସଳଖ ଚିତ୍ର, ଭିଡିଓ ଓ ହେଡ୍‌ଲାଇନ୍ ପ୍ରଦର୍ଶନ ବେଳେ ଟିଭି ଚ୍ୟାନେଲମାନେ ସତର୍କ ତଥା ସମ୍ବେଦନଶୀଳ ହେବା ଆବଶ୍ୟକ । ଏହି ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ସ୍ପର୍ଶକାତରର ହୋଇଥିବାରୁ ଖବର, ଭିଡିଓ ଓ ଲାଇଭ ପ୍ରସାରଣ ମନସ୍ୱାତ୍ତିକ ପ୍ରଭାବ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଉପରେ ବିଶେଷଭାବେ ପଡିବ । ଏହାର କୁପ୍ରଭାବ ମଧ୍ୟ ସାଧାରଣ ଦର୍ଶକଙ୍କୁ ବିବ୍ରତ କରିପାରେ । ତେଣୁ ଏହି ଖବର ପ୍ରସାରଣରେ ଯଥାସାଧ୍ୟ ସତର୍କତା ଓ ସଂଯମ ଆଚରଣ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରକାଶୀ ଦୁର୍ଘଟଣା: ୫ ଦିନ ହେଲା ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ, ୨-୩ ଦିନ ଲାଗିବ ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୧୨ ନଭେମ୍ବର ସକାଳେ ଏହି ଟନେଲ୍ ହଠାତ୍ ଭୁଶୁଡି ପଡିଥିଲା। ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ସକାଳେ ‘ଆମେରିକୀୟ ଆଗର୍’ ମେସିନ୍ ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟାରେ ଭାରତୀୟ ବାୟୁସେନାର ହର୍କ୍ୟୁଲସ୍ ବିମାନ ଦ୍ଵାରା ଏହି ମେସିନ୍ ଦିଲ୍ଲୀରୁ ଉତ୍ତରାକାଶୀକୁ ଅଣାଯାଇଥିଲା। ଶ୍ରମିକମାନଙ୍କ ଉଦ୍ଧାର ପାଇଁ ନରୱେ ଏବଂ ଥାଇଲ୍ୟାଣ୍ଡର ଉଦ୍ଧାରକାରୀ ଦଳଙ୍କ ସହିତ ମଧ୍ୟ ପରାମର୍ଶ ନିଆଯାଉଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ଗୁରୁବାର ଦିନ ଟନେଲ ଭିତରକୁ ଯାଇଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆହୁରି ୨ ରୁ ୩ ଦିନ ଲାଗିପାରେ ବୋଲି ସେ କହିଛନ୍ତି।

ଚାରଧାମ ପ୍ରକଳ୍ପ ଅଧୀନରେ, ବ୍ରହ୍ମଖାଲ ଏବଂ ଯମୁନୋତ୍ରି ଜାତୀୟ ରାଜପଥରେ ସିଲ୍କିରା ଏବଂ ଡଣ୍ଡଲଗାଓଁ ମଧ୍ୟରେ ଏହି ଟନେଲ୍ ନିର୍ମାଣ କରାଯାଉଛି। ନଭେମ୍ବର ୧୨ (ରବିବାର) ତାରିଖରେ ହଠାତ୍ ଟନେଲର ପ୍ରବେଶ ସ୍ଥାନ (ସିଲ୍କିରା ଟନେଲ୍) ଠାରୁ ୨୦୦ ମିଟର ଦୂରରେ ମାଟି ଖସିଯାଇଥିଲା। ଏହି କାରଣରୁ ଏହି ଶ୍ରମିକମାନେ ବଫର୍ ଜୋନ୍ ରେ ଅଟକି ଯାଇଥିଲେ। ବର୍ଜ୍ୟବସ୍ତୁ ୭୦ ମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ଶ୍ରମିକମାନେ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ଅଟନ୍ତି।

ନରୱେ ଏବଂ ଥାଇଲ୍ୟାଣ୍ଡର ବିଶେଷଜ୍ଞଙ୍କଠାରୁ ସହାୟତା ନିଆଯାଉଛି:

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଉଦ୍ଧାରକାରୀ ଦଳ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ପାଇଁ ନରୱେ ଏବଂ ଥାଇଲ୍ୟାଣ୍ଡର ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି। ଏଥିରେ ଥାଇ ଫାର୍ମ ମଧ୍ୟ ଅନ୍ତର୍ଭୁକ୍ତ ଯାହାକି ୧୭ ଦିନ ଗୁମ୍ଫାରେ ଫସି ରହିଥିବା, ୧୨ ଜଣ ପିଲା ଏବଂ ସେମାନଙ୍କ ଫୁଟବଲ ପ୍ରଶିକ୍ଷକ ଉଦ୍ଧାର କରିଥିଲା।

କେନ୍ଦ୍ର ମନ୍ତ୍ରୀ ଶ୍ରମିକମାନଙ୍କ ସହ କଥା ହୋଇଥିଲେ:

କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ନିଜେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ, “ଆମର ପ୍ରାଥମିକତା ହେଉଛି ଯେ ଫସିରହିଥିବା ଶ୍ରମିକମାନେ ନିରାପଦରେ ରୁହନ୍ତୁ ଏବଂ ଯଥାଶୀଘ୍ର ଟନେଲରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଉ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସମସ୍ତଙ୍କ ପରାମର୍ଶ ଉପରେ ବିଚାର କରାଯାଉଛି। “ମୁଁ ଶ୍ରମିକମାନଙ୍କ ସହ କଥା ହୋଇଛି। ସେମାନଙ୍କର ମନୋବଳ ଅଧିକ ଏବଂ ସେମାନେ ଜାଣନ୍ତି ଯେ ସରକାର ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।”

୨୪X୭ କାର୍ଯ୍ୟ କରୁଛନ୍ତି ୨୦୦ ଜଣଙ୍କର ଟିମ୍:

ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ NHIDCL, NDRF, SDRF, ITBP, BRO ଏବଂ ଜାତୀୟ ରାଜପଥରୁ ୨୦୦ ରୁ ଅଧିକ ଲୋକଙ୍କ ଏକ ଟିମ୍ ୨୪ ଘଣ୍ଟା କାମ କରୁଛି। ଏହା ବ୍ୟତୀତ ଥାଇଲ୍ୟାଣ୍ଡ, ନରୱେ, ଫିନଲ୍ୟାଣ୍ଡ ସମେତ ଅନେକ ଦେଶର ବିଶେଷଜ୍ଞଙ୍କଠାରୁ ଅନଲାଇନ୍ ପରାମର୍ଶ ନିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍ତରାଖଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ ପଦକ୍ଷେପ ଜାରୀ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଯାରି ରହିଛି। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ବ୍ରହ୍ମଖାଲ ଓ ପୋଲଗାଁଓ ଜାତୀୟ ରାଜପଥ ଟନେଲ ନିର୍ମାଣ କାର୍ଯ୍ୟ ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣା ଘଟିବାରୁ ୪୦ ଜଣ ଶ୍ରମିକ ଘଟଣା ସ୍ଥଳରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ରହିଛନ୍ତି। ସେମାନେ ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

ଉକ୍ତ ଘଟଣା ସମ୍ପର୍କରେ ଅବଗତ ହେବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଏ ସମ୍ପର୍କରେ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶସନରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଫସି ରହିଥିବା ପ୍ରବାସୀ ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇଛନ୍ତି।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହେଲି। ଉତ୍ତରାଖଣ୍ଡ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ସହ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସମସ୍ତ ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ବୋଲି ସେ ଆଶ୍ୱସ୍ତ କରିଛନ୍ତି।  ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ସ୍ଥିର ହେଲା ତିଥି, ଏହି ଦିନ ବନ୍ଦ ହେବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ମାତା ଯମୁନାଙ୍କ ଶୀତକାଳୀନ ରହଣି ଖରସାଲି ଗାଁର ମନ୍ଦିର ପରିସରରେ ପୁରୋହିତ ସମାଜର ବୈଠକରେ ନଭେମ୍ବର ୧୫ ତାରିଖରେ ଯମୁନୋତ୍ରୀ ଧାମର ଦ୍ୱାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଦିନ ମଧ୍ୟ ଭାଇ ଦୂଜର ପବିତ୍ର ପର୍ବ।

ନଭେମ୍ବର ୧୪ ରେ ଶୀତ ଋତୁ ପାଇଁ ଅଭିଜିତ୍ ମୁହୁର୍ତ୍ତ ଶୁଭ ସମୟରେ ଅନ୍ନକୁଟର ପବିତ୍ର ପର୍ବରେ ସକାଳ ୧୧.୪୫ ରେ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ରହିବ। ଏଥି ସହିତ କେଦାରନାଥ ଧାମର ଦ୍ୱାର ମଧ୍ୟ ନଭେମ୍ବର ୧୫ ତାରିଖରେ ବନ୍ଦ ରହିବ। ନଭେମ୍ବର ୧୮ ତାରିଖରେ ବଦ୍ରିନାଥ ଧାମର କବାଟ ବନ୍ଦ ରହିବ।

ଉତ୍ତରାଖଣ୍ଡର ଉଚ୍ଚ ଗଢୱାଲ୍ ହିମାଳୟ ଅଞ୍ଚଳରେ ଅବସ୍ଥିତ ଚାରିଧାମ ଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୫୦ ଲକ୍ଷ ଅତିକ୍ରମ କରିଛି। ଗତ ସପ୍ତାହରେ ପୋଲିସ ଏଠାରେ କହିଥିଲା ​​ଯେ ଭାରତ ତଥା ବିଦେଶରୁ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ବିଶ୍ୱ ପ୍ରସିଦ୍ଧ ଚାରି ଧାମ – ବଦ୍ରିନାଥ, କେଦାରନାଥ, ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିବାକୁ ଆସୁଛନ୍ତି ଏବଂ ଏହି ଋତୁରେ ଏପର୍ଯ୍ୟନ୍ତ ୫୦ ଲକ୍ଷ ତୀର୍ଥଯାତ୍ରୀ ଏଠାରେ ପହଞ୍ଚିଛନ୍ତି। ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୬ ତାରିଖ ସୁଦ୍ଧା ଚାରି ଧାମ ଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ପ୍ରାୟ ୫.୪୧ ଲକ୍ଷ ଯାନ ମଧ୍ୟ ଚାରି ଧାମରେ ପହଞ୍ଚିଛି।

Categories
ବିଶେଷ ଖବର

ଉତ୍ତରାଖଣ୍ଡରେ ବିଭିନ୍ନ ବିକାଶମୂଳକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପିଥୋରଗଡ଼ ଠାରେ ପ୍ରାୟ ୪୨୦୦ କୋଟି ଟଙ୍କାର ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ବିକାଶ, ସଡ଼କ, ଶକ୍ତି, ଜଳସେଚନ, ପାନୀୟଜଳ, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ। ବିିଭିନ୍ନ

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡବାସୀଙ୍କ ଅଭୂତପୂର୍ବ ସ୍ନେହ ପ୍ରଦର୍ଶନ ଯୋଗୁ କୃତଜ୍ଞତା ପ୍ରକାଶ କରିବା ସହ ଏ ପ୍ରକାର ଅନାବିଳ ପ୍ରେମ ‘ଗଙ୍ଗାର ସ୍ୱଚ୍ଛ ସଲୀଳ ଧାରା’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ । ବଦ୍ରୀନାଥ ଧାମରେ ଜୟ ବଦ୍ରୀ ବିଶାଳ ଧ୍ୱନୀରେ ଗଡ଼ୱାଲ ରାଇଫଲ୍ସର ଉତ୍ସାହୀ ଯବାନମାନଙ୍କ ଧ୍ୱନୀ ପ୍ରକମ୍ପିତ ହେଉଥିବା ବେଳେ, ଗଙ୍ଗେଲୀହାଟ କାଳୀ ମନ୍ଦିରର ଘଣ୍ଟ ଧ୍ୱନୀ କୁମାୟୁଁ ରେଜିମେଣ୍ଟ ଯବାନମାନଙ୍କୁ ଉତ୍ସାହିତ କରୁଛି । ମାନସଖଣ୍ଡରେ ପ୍ରଧାନମନ୍ତ୍ରୀ ବୈଦ୍ୟନାଥ, ନନ୍ଦାଦେବୀ, ପୂର୍ଣ୍ଣଗିରି, କସାରଦେବୀ, କଇଁଚିଧାମ, କତ୍ରାମାଲ, ନାନକମାତା, ରୀତା ସାହିବ ଓ ଅସଂଖ୍ୟ ଧାର୍ମିକସ୍ଥଳୀ ଭୂମିର ସାହସ ଓ ଐତିହ୍ୟର ଉଦାହରଣ ଦେଇଥିଲେ। “ଆପଣମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ରହି ମୁଁ ଆଶୀର୍ବାଦ ଲାଭ କରିବା ଭଳି ମନେ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପୂର୍ବରୁ ପ୍ରଧାନନ୍ତ୍ରୀ ପାର୍ବତୀ କୁଣ୍ଡରେ ପୂଜା ଦେବା ସହ ଦର୍ଶନ କରିଥିଲେ। “ମୁଁ ପ୍ରତ୍ୟେକ ଭାରତବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ବିକଶିତ ଭାରତକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କଲି। ଯେପରି ଉତ୍ତରାଖଣ୍ଡବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବ ସେଥିପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କର ସୈନିକ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭେଟିବା ବିଷୟ ନେଇ ସେ ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତିର ସ୍ତମ୍ଭମାନଙ୍କୁ ଭେଟିଥିବା ପ୍ରକାଶ କରିଥିଲେ। ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “ଆମ ସରକାର ଉତ୍ତରାଖଣ୍ଡବାସୀଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି” ବୋଲି ସେ କହିଥିଲେ। ସେ ତାଙ୍କର ଉତ୍ତରାଖଣ୍ଡ ସହ ଦୀର୍ଘଦିନର ଅନ୍ତରଙ୍ଗତା ନେଇ ମଧ୍ୟ ପ୍ରକାଶ କରିଥିଲେ। ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜ୍ୟର ସମର୍ଥନ ସମ୍ପର୍କରେ ସେ ଅବତାରଣା କରିଥିଲେ।

ଭାରତ ଯେପରି ବିକାଶର ଗତି ବୃଦ୍ଧି କରିଚାଲିଛି ସେ ସମ୍ପର୍କରେ ସେ କହିଥିଲେ । “ସମଗ୍ର ବିଶ୍ୱ ଏବେ ଭାରତ ଓ ଭାରତୀୟମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛି” ବୋଲି ସେ କହିଥିଲେ । ଅତୀତର ଅବସାଦଗ୍ରସ୍ତ ସମୟର ସ୍ମୃତିଚାରଣ ଶ୍ରୀ ମୋଦୀ ବିଶ୍ୱ ମଞ୍ଚରେ ଭାରତର ମଜଭୁତ ଉପସ୍ଥାପନାର ଉଦାହରଣ ଦେବା ସହ ଜି-୨୦ ଶିଖର ସମ୍ମିଳନୀର ପରିଚାଳନା ଯୋଗୁ ଭାରତ ବୈଶ୍ୱିକ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ବୋଲି କହିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଜନସାଧାରଣ ଏକ ସ୍ଥିର ଓ ମଜଭୁତ ସରକାର ବାଛିଥିବାରୁ ସେ ଜନସାଧାରଣଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ। ତାଙ୍କର ବୈଶ୍ୱିକ ଉପସ୍ଥିତି ୧୪୦ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ବେଳେ, ସେ ସରକାରଙ୍କ ସାମଗ୍ରିକ ଅନ୍ତର୍ଭୁକ୍ତୀକରଣକୁ ଏଥିପାଇଁ ଶ୍ରେୟ ଦେବା ସହ ସମାଜର ସବୁଠାରୁ ଦୂରଦୂରନ୍ତରେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାର ସୁଫଳ ପାଉଥିବା ପ୍ରକାଶ କରିଥିଲେ । “ସମଗ୍ର ବିଶ୍ୱ ଚମକ୍ରୃତ ହୋଇଛି” ବୋଲି କହି ୧୩.୫ କୋଟି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦୂରଦୂରାନ୍ତ ଓ ପାହାଡ଼ିଆ ଅଞ୍ଚଳର ବୋଲି କହିଥିଲେ । ଭାରତ ନିଜର ସମାର୍ଥ୍ୟକୁ ଆଧାର କରି ଦେଶର ଦାରିଦ୍ର୍ୟ ଉନ୍ମୁଳନ କରାଯାଇପାରିବ ଓ ଏହି ସାଢ଼େ ତେର କୋଟି ବ୍ୟକ୍ତିଙ୍କ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିବା ତାହାର ଉଦାହରଣ ବୋଲି ଶ୍ରୀ ମୋଦୀ କହିଥିଲେ ।

ପୂର୍ବ ସରକାରଗଣ ‘ଗରିବୀ ହଟାଓ’ ଭଳି ସ୍ଳୋଗାନ ମାନ ଦେଇଥିଲେ ମଧ୍ୟ ମୋଦୀ ହିଁ ଦାୟିତ୍ୱ ଓ ଏହି ବୋଝ ମୁଣ୍ଡ ଉପରକୁ ଦେବା ଦ୍ୱାରା ହିଁ ସମ୍ଭବ କହିଥିବା ସେ ପ୍ରକାଶ କରିଥିଲେ । “ମିଳିମିଶି ଆମେ ଦାରିଦ୍ର୍ୟ ଦୂର କରିପାରିବା” ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳତାର ସହ ଅବତରଣ କଲା ଓ ଆଗରୁ ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିପାରିନାହାନ୍ତି । “ଯେଉଁଠି ଚନ୍ଦ୍ରଯାନ ଅବତରଣ କରିଥିଲା ତାହାର ନାମକରଣ ଶିବଶକ୍ତି ଭାବେ କରାଯାଇଛି ଓ ଉତ୍ତରାଖଣ୍ଡର ବର୍ତ୍ତମାନ ପରିଚୟ ଚନ୍ଦ୍ର ସହିତ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବଶକ୍ତି ଯୋଗ ଉତ୍ତରାଖଣ୍ଡର ପ୍ରତ୍ୟେକ ସ୍ଥାନରେ ବିରାଜିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡ଼ା ନୈପୂଣ୍ୟର ପ୍ରଶଂସା କରି ସବୁଥର ତୁଳନାରେ ସର୍ବାଧିକ ପଦକ ହାସଲ କରିଥିବା ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡ ମଧ୍ୟ ଆଠଜଣ କ୍ରୀଡ଼ାବିତଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇଥିବା ବେଳେ ଲକ୍ଷ୍ୟ ସେନ ଓ ବନ୍ଦନା କଟାରିଆ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦର୍ଶକ ମଣ୍ଡଳୀ ମୋବାଇଲ ଫୋନର ଲାଇଟ ଜାଳି ସଫଳତାକୁ ସ୍ୱାଗତ ଜଣାଇଥିଲେ । ଖେଳାଳିମାନଙ୍କୁ ତାଲିମ ଓ ଭିତ୍ତିଭୂମି ସହ ସରକାର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ଆଜି ହାଲଦ୍ୱାନୀରେ ହକି ପଡ଼ିଆ ଓ ରୁଦ୍ରପୁର ଠାରେ ସାଇକେଲ ଚାଳନା ଟ୍ରାକର ଶିଳାନ୍ୟାସ ହୋଇଛି । ଜାତୀୟ କ୍ରୀଡ଼ା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

“ଦେଶର ସୀମା ରକ୍ଷା କରୁଥିବା ଯବାନ ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରୁ ଜନ୍ମ ନେଇଛନ୍ତି” ବୋଲି କହିବା ସହ ଶ୍ରୀ ମୋଦୀ ବର୍ତ୍ତମାନର ସରକାର ଯୁଗ ଯୁଗ ଧରି ପଡ଼ି ରହିଥିବା ‘ୱାନ ର୍ୟାଙ୍କ ୱାନ ପେନସନ’ ସମସ୍ୟାର ସମାଧାନ କରି ପୂର୍ବତନ ସୈନିକମାନଙ୍କ ଦାବି ପୂରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟିରୁ ଅଧିକ ଟଙ୍କା ପୂର୍ବତନ ସୈନିକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ଓ ଏହା ଫଳରେ ୭୫ ହଜାର ପୂର୍ବତନ ସୈନିକ ପରିବାର ଉପକୃତ ହୋଇଛନ୍ତି । ସରକାରଙ୍କ ଅଗ୍ରାଧିକାର ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ମୁଖ୍ୟ ସ୍ଥାନ ଅଧିକାର କରେ ଓ ସେଥିପାଇଁ ସେସବୁ ଅଞ୍ଚଳ ଦ୍ରୁତ ବିକାଶ ହେଉଛି । ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପୂର୍ବ ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥିବାରୁ ପଡ଼ୋଶୀ ରାଜ୍ୟ ଭିତ୍ତିଭୂମି ବିକାଶ କରି ସେ ଅଞ୍ଚଳ ଅକ୍ତିଆର କରିବା ସମ୍ଭାବନା ରହିଛି । “ନବ ଭାରତ କାହାରିକୁ ଡରେ ନାହିଁ କି କାହାକୁ ଭୟଭୀତ କରାଏ ନାହିଁ” ବୋଲି କହି ସୀମାନ୍ତରେ ହେଉଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବତାରଣା କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ୪୨୦୦ କିଲୋମିଟରରୁ ଅଧିକ ସଡ଼କ, ୨୫୦ଟି ପୋଲ ଓ ୨୨ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି । ବର୍ତ୍ତମାନ ସୀମାବର୍ତ୍ତୀ ଅଞ୍ଚଳରେ ରେଳ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି ସେ କହିଥିଲେ ।

ମଜଭୁତ ଗ୍ରାମ ଯୋଜନା ଆଜି ଶେଷ ଗ୍ରାମକୁ ମଧ୍ୟ ପ୍ରଥମ ଗ୍ରାମରେ ପରିଣତ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଯେଉଁମାନେ ଗାଁ ଛାଡ଼ିଛନ୍ତି ସେମାନଙ୍କୁ ସେଠାକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ । ଆମେ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅତୀତରେ ଭୂଲ ନୀତି ପାଇଁ ଜଳ, ଔଷଧ, ସଡ଼କ, ଶିକ୍ଷା ଓ ଡାକ୍ତରୀ ସୁବିଧା ଅଭାବ ଯୋଗୁ ଲୋକମାନେ ସେମାନଙ୍କ ଘର ଛାଡୁଥିଲେ। ଏହି ସବୁ ଅଞ୍ଚଳରେ ଉତ୍ତରାଖଣ୍ଡରେ ନୂତନ ସୁବିଧା ଓ ଭିତ୍ତିଭୂମିର ବିକାଶ ହେଉଛି । ସଡ଼କ ଓ ଜଳସେଚନ ସୁବିଧା ଯୋଗୁ ସେଓ କୃଷିରେ ସୁବିଧା ହେବ ଓ ଆଜି ପଲି ହାଉସ୍ ଯୋଜନା ଆରମ୍ଭ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । “ଆମ ଉତ୍ତରାଖଣ୍ଡର କ୍ଷୁଦ୍ର ଚାଷୀମାନଙ୍କ ଜୀବନମାନର ଉନ୍ନତି ନିମନ୍ତେ ଅନେକ ଖର୍ଚ୍ଚ କରାଯାଉଛି । ପିଏମ କିଶାନ ସମ୍ମାନନିଧି ଯୋଜନା ଅଧୀନରେ ଉତ୍ତରାଖଣ୍ଡକୁ ୨୨ ଶହ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି” ବୋଲି ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନ ସମ୍ପର୍କରେ ଆରମ୍ଭ କରି କହିଥିଲେ ଯେ ଉତ୍ତରାଖଣ୍ଡରେ ଅନେକ ପିଢ଼ି ଧରି ଏହି ସବୁ ଚାଷ ହୋଇଆସୁଛି ଓ ଏହା ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ । ଦେଶରେ ଏ ନେଇ ଏକ ଅଭିଯାନ ଆରମ୍ଭ ହୋଇଛି ଓ ଉତ୍ତରାଖଣ୍ଡର ଚାଷୀକୂଳ ଏହା ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ବୋଲି ଶ୍ରୀ ମୋଦୀ କହିଥିଲେ । ମହିଳା ନେତୃତ୍ୱାଧୀନ ବିକାଶ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମ ସରକାର ମାଆ ଓ ଭଉଣୀମାନଙ୍କର ପ୍ରତ୍ୟେକ ଅସୁବିଧା ଦୂର କରିବାକୁ ଅଙ୍ଗୀକାରବଦ୍ଧ । ସେଥିପାଇଁ ଆମ ସରକାର ଗରୀବ ଭଉଣୀମାନଙ୍କୁ ସ୍ଥାୟୀ ଆବାସ ଯୋଗାଇ ଦେଇଛନ୍ତି । ଆମେ ଆମ ଭଉଣୀ ଓ କନ୍ୟାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିଛୁ, ସେମାନଙ୍କୁ ଗ୍ୟାସ ସଂଯୋଗ ଦେବା ସହ ବ୍ୟାଙ୍କ ଖାତା ଖୋଲିଛୁ । ମାଗଣା ଚିକିତ୍ସା ଓ ରାସନ ବ୍ୟବସ୍ଥା ମଧ୍ୟ କରିଛୁ । ହର୍ ଘର୍ ଜଳ ଯୋଜନା ଅଧୀନରେ ଉତ୍ତରାଖଣ୍ଡର ଏଗାର ଲକ୍ଷ ପରିବାରର ଭଉଣୀମାନେ ପାଇପ୍ ପାଣି ସୁବିଧା ପାଇଛନ୍ତି ।” ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ଡ୍ରୋନ ଯୋଗାଇବା ଯୋଜନା କହିଛନ୍ତି, ଏହି ଡ୍ରୋନ କୃଷି କ୍ଷେତ୍ରରେ ସାହାଯ୍ୟ କରିବା ସହ ଉତ୍ପାଦିତ ସାମଗ୍ରୀ ପରିବହନ ଦିଗରେ ମଧ୍ୟ ସାହାଯ୍ୟ କରିବ । “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ଫଳରେ ଉତ୍ତରାଖଣ୍ଡକୁ ଏହା ଆଧୁନିକତାର ନୂତନ ଶିଖରକୁ ନେଇଯିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଗଙ୍ଗା ଓ ଗଙ୍ଗୋତ୍ରୀ ରହିଛି । ଭଗବାନ ଶିବ ଓ ନନ୍ଦା ଏହାର ତୁଷାର ଶିଖରରେ ବାସ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉତ୍ତରାଖଣ୍ଡର ମେଳା, କୌଟିଗ, ଥାଉଲ, ସଂଗୀତ, ଗୀତ ଓ ଖାଦ୍ୟର ସ୍ୱାତନ୍ତ୍ର୍ୟ ଉପରେ କହିବା ସହ ଏହି ମାଟି ପାଣ୍ଡବ ନୃତ୍ୟ, ଛୋଲିୟା ନୃତ୍ୟ, ମଙ୍ଗଳ ଗୀତ, ଫୁଲ ଦେଇ, ହରେଲା, ବାଗୱାଲ, ରମଣ ପ୍ରଭୃତି ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ବୋଲି କହିଥିଲେ । ସେ ମଧ୍ୟ ଅନେକ ସୁସ୍ୱାଦୁ ଖାଦ୍ୟ ଯେପରିକି ଆରିସା, ଝାଙ୍ଗୋର କୀ କ୍ଷୀର, କାଫୁଲି, ପକୋଡ଼ା, ରାଇତା, ଆଲମୋଡ଼ାର ବାଲି ମିଠାଇ ଓ ସିଫୋରୀ କଥା କହିଥିଲେ । ଚମ୍ପାବଟରେ ଥିବା ଅଦ୍ୱୈତ ଆଶ୍ରମ ଓ କାଳିଗଙ୍ଗା ବିଷୟରେ କହିଥିଲେ । ସେ ମଧ୍ୟ ଖୁବଶୀଘ୍ର ଚମ୍ପାବଟ ଆଦ୍ୱୈତ ଆଶ୍ରମରେ ସମୟ କଟାଇବାକୁ ଇଚ୍ଛା ପ୍ରକଟ କରିଥିଲେ ।

ଡବଲ ଇଞ୍ଜିନ ସରକାରଙ୍କ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶ ନେଇ କରିଥିବା କାର୍ଯ୍ୟର ସୁଫଳ ଏବେ ମିଳିବାରେ ଲାଗିଛି ବୋଲି ସେ କହିଥିଲେ । ଚଳିତ ବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁବା ଆଶା କରାଯାଇଛି । ବାବା କେଦାରଙ୍କ କୃପାରୁ କେଦାରନାଥ ଧାମରେ ପୁନର୍ଗଠନ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଶହ ଶହ କୋଟି ଟଙ୍କା ବ୍ୟୟରେ ଶ୍ରୀ ବଦ୍ରୀନାଥ ଧାମର ଅନେକ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କେଦାରନାଥ ଧାମ ଓ ହେମକୁଣ୍ଡ ସାହିବ ମଧ୍ୟରେ ରୋପ୍ ୱେ କାର୍ଯ୍ୟ ଶେଷ ହେଲେ ଅନେକ ସୁବିଧା ହେବ। କେଦାରନାଥ ଓ ମାନସଖଣ୍ଡ ମଧ୍ୟରେ ସଂଯୋଗ କାର୍ଯ୍ୟ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହା ଶେଷ ହେଲେ କୁମାୟୁଁ ଅଞ୍ଚଳରେ ଅଧିକାଂଶ ମନ୍ଦିରକୁ ସଂଯୋଗ ବ୍ୟବସ୍ଥା ହୋଇ ଅନେକ ତୀର୍ଥଯାତ୍ରୀ ସେଠାକୁ ଆସିବେ ।

ଉତ୍ତରାଖଣ୍ଡରେ ଯୋଗାଯୋଗର ସମ୍ପ୍ରସାରଣ ଉପରେ ଜୋର ଦେଇ ଏହା ହେଲେ ରାଜ୍ୟର ବିକାଶ ନୂତନ ଶିଖର ଛୁଇଁବ ବୋଲି ସେ କହିଥିଲେ । ସେ ଚାରିଧାମ ବୃହତ ପ୍ରକଳ୍ପ ଓ ସବୁଦିନିଆ ରାସ୍ତା ଓ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ । ସେ ମଧ୍ୟ ଆଜିର ପ୍ରକଳ୍ପ ଯେପରିକି ବାଗେଶ୍ୱରରୁ କାନାଲୀଚିନା, ଗଙ୍ଗୋଲୀହାଟରୁ ଆଲମୋଡ଼ା ଓ ତନକପୁର ଘାଟରୁ ପିଥୋରଗଡ଼ ଶେଷ ହେଲେ ସାଧାରଣ ଲୋକଙ୍କ ଯୋଗାଯୋଗ ବ୍ୟବସ୍ଥା ସୁଧୁରିବା ସହ ପର୍ଯ୍ୟଟନରୁ ଆୟ ପନ୍ଥା ମଧ୍ୟ ସୁଗମ ହେବ ବୋଲି କହିଥିଲେ । ସରକାର ହୋମ୍ ଷ୍ଟେ’କୁ ପ୍ରୋତ୍ସାହନ ଦେଉଥିବା ନେଇ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ । “ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ର ଅନେକ ସମ୍ପ୍ରସାରିତ ହେବ । କାରଣ ସମଗ୍ର ବିଶ୍ୱ ଭାରତକୁ ଆସିବାକୁ ଚାହୁଁଛି । ଯେ ମଧ୍ୟ ଭାରତକୁ ଦେଖିବାକୁ ଚାହିଁବ, ସେ ନିଶ୍ଚୟ ଉତ୍ତରାଖଣ୍ଡ ଦେଖିବାକୁ ଚାହିଁବ” ବୋଲି ଶ୍ରୀ ମୋଦୀ କହିଥିଲେ ।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରବଣତାକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । “ଏହି ପରିଚାଳନାଗତ ସୁବିଧା ଉତ୍ତରାଖଣ୍ଡରେ ହିଁ ରହିବ, ଯାହାଫଳରେ ବିପର୍ଯ୍ୟୟ କାଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହା ହେଉଛି ଭାରତର ଅମୃତ କାଳ । ଦେଶର ବିଭିନ୍ନ ଅଞ୍ଚଳ ଓ ଗୋଷ୍ଠୀ ସହ ଯୋଗାଯୋଗ ରଖିବା ପାଇଁ ଏହା ହିଁ ପ୍ରକୃଷ୍ଠ ସମୟ । ବାବା କେଦାର ଓ ବିଶାଲଙ୍କ କୃପାରୁ ଦେଶ ଶୀଘ୍ର ଏହାର ସଂକଳ୍ପ ରୂପରେଖ କରିବାରେ ସମର୍ଥ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ଉତ୍ତରାଖଣ୍ଡ ସରକାରର ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୭୬ଟି ଗ୍ରାମ୍ୟ ସଡ଼କ ଓ ପିଏମଜିଏସୱାଇ ଅଧିନସ୍ତ ନିର୍ମିତ ଗ୍ରାମାଞ୍ଚଳର ୨୫ଟି ସେତୁ, ୯ଟି ଜିଲ୍ଲାରେ ୧୫ଟି ବିଡିଓ କାର୍ଯ୍ୟାଳୟ, ତିନିଟି ସଡ଼କର ଉନ୍ନତୀକରଣ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠି ଅଧିନରେ ହୋଇଥିବା ବେଳେ, ସେଗୁଡ଼ିକ ହେଲା କୈଶାନୀ ବାଗେଶ୍ୱର ସଡ଼କ, ଧାରୀ, ଦୌବା, ଗିରିଚିନା ରୋଡ ଏବଂ ନାଗଲା କିଚା ରୋଡ । ଜାତୀୟ ରାଜପଥରେ ଉନ୍ନତୀକରଣ ହୋଇଥିବା ଦୁଇଟି ସଡ଼କ ହେଲା ଆଲମୋଡା-ପେଟଶାଲ-ପାନୁୱାନାଉଲା-ଜନ୍ୟା (ଏନଏଚ-୩୦୯ବି) ଓ ତନକପୁର-ଚଳଥି (ଏନଏଚ-୧୨୫) ତିନିଟି ପାନୀୟ ଜଳ ପ୍ରକଳ୍ପ, ପିଥୋରଗଡ଼ରେ ଆରକୋଟି କୃତ୍ରିମ ହ୍ରଦ, ୧୩୨ କେଭି ପିଥୋରଗଡ଼-ଲୋହାଘାଟ (ଚମ୍ପାୱତ) ଶକ୍ତି ସରବରାହ ଲାଇନ, ୩୯ ସେତୁ ଇତ୍ୟାଦି ।

୨୧ ହଜାର ୩୯୮ ପଲିହାଉସ ଶିଳାନ୍ୟାସ, ଯାହା ଫୁଲ ଓ ପରିବାପତ୍ର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ସଘନ ସେଓ ବଗିଚା, ୫ଟି ଏନଏଚ ରୋଡ ଉନ୍ନତୀକରଣ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଡେରାଡୁନରେ ରାଜ୍ୟ ଆପାତକାଳୀନ କେନ୍ଦ୍ର ପ୍ରତିଷ୍ଠା, ବାଲିନଳା ଓ ନୈନିତାଲରେ ମାଟି ଅତଡ଼ା ଖସିବା ରୋକିବା କେନ୍ଦ୍ର, ରାଜ୍ୟରେ ୨୦ଟି ମଡେଲ ସ୍ନାତକ ମହାବିଦ୍ୟାଳୟ, ଆଲମୋଡ଼ାର ସାମେଶ୍ୱର ଠାରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଚମ୍ପାୱତ ଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ହାଲୱାନୀରେ ଅଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ, ରୁନ୍ଦ୍ରପୁରରେ ସାଇକେଲ ଚାଳନା ଟ୍ରାକ୍ ଓ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଯୋଜନା ଇତ୍ୟାଦି ।

Categories
ଆଜିର ଖବର ଜାତୀୟ ଖବର

ସେନା, ବିଆରଓ ଏବଂ ଆଇଟିବିପିର ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡ ଓ ଗୁଞ୍ଜିଠାରେ ସେନା, ବିଆରଓ ଏବଂ ଆଇଟିବିପିର ଉତ୍ସର୍ଗୀକୃତ ଅଧିକାରୀଙ୍କୁ ଭେଟି କଥା ହୋଇଛନ୍ତି। ସେମାନଙ୍କ ଭାବନା ଏବଂ ସମର୍ପଣ ପୂରା ଦେଶକୁ ପ୍ରେରିତ କରୁଥିବା ଶ୍ରୀ ମୋଦୀ କହିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପାର୍ବତୀ କୁଣ୍ଡ ଏବଂ ଗୁଞ୍ଜିରେ ମୁଁ ସେନା, ବିଆରଓ ଏବଂ ଆଇଟିବିପିର ସମର୍ପିତ କର୍ମଚାରୀଙ୍କ ସହ କଥା ହେଲି। ଆହ୍ୱାନପୂର୍ଣ୍ଣ ପରିସ୍ଥଇତିରେ ସେମାନଙ୍କ ଅତୁଳନୀୟ ସେବା ବାସ୍ତବରେ ପ୍ରଶଂସନୀୟ। ସେମାନଙ୍କ ଭାବନା ଏବଂ ସମର୍ପଣ ପୂରା ଦେଶକୁ ପ୍ରେରିତ କରିଥାଏ।’

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପିଥୋରାଗଡ଼ର ପାର୍ବତୀ କୁଣ୍ଡ ଦର୍ଶନ ସହ ପୂଜା କରିଛନ୍ତି। ଆଦି କୈଳାସଙ୍କ ଦର୍ଶନ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି। ସେ ଦେଶବାସୀଙ୍କ କଲ୍ୟାଣ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ ଲେଖିଛନ୍ତି ଯେ, ‘ଉତ୍ତରାଖଣ୍ଡର ପିଥୋରାଗଡ଼ରେ ପବିତ୍ର ପାର୍ବତୀ କୁଣ୍ଡ ଦର୍ଶନ ଏବଂ ପୂଜାରେ ଅଭିଭୂତ ହୋଇଛି। ଏଠାରେ ଆଦି କୈଳାସଙ୍କ ଦର୍ଶନରେ ଖୁସି। ପ୍ରକୃତିର କୋଳରେ ଥିôବା ଆଧ୍ୟାତ୍ମିକତା ଏବଂ ସଂସ୍କୃତିର ଏହି ସ୍ଥାନରୁ ମୁଁ ନିଜ ଦେଶର ସମସ୍ତ ପରିବାରଜନଙ୍କ ସୁଖମୟ ଜୀବନ କାମନା କରିଛି।’

Categories
ଆଜିର ଖବର ଜାତୀୟ ଖବର

ବନ୍ୟା ବିପର୍ଯ୍ୟୟ ପରେ ସହାୟତା ଓ ବିକାଶ କାର୍ଯ୍ୟ ପାଇଁ ରିଲାଏନ୍ସ ପକ୍ଷରୁ ୨୫ କୋଟି ଟଙ୍କାର ଯୋଗଦାନ

ମୁମ୍ବଇ: ଉତ୍ତରାଖଣ୍ଡ ରାଜ୍ୟରେ ନିଜର ନିରନ୍ତର ସାମାଜିକ ବିକାଶ ପ୍ରୟାସ ଜାରି ରଖି ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ପୁନଃନିର୍ମାଣରେ ସହାୟତା କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ଅନନ୍ତ ଅମ୍ବାନିଙ୍କ ଜରିଆରେ ୨୫ କୋଟି ଟଙ୍କାର ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଉତ୍ତରାଖଣ୍ଡରେ ବିକାଶ କାର୍ଯ୍ୟ ଜାରି ରଖିବାର ପ୍ରତିବଦ୍ଧତା ସମ୍ପର୍କରେ ଅନନ୍ତ ଅମ୍ବାନି କହିଛନ୍ତି, “ଆମେ ଉତ୍ତରାଖଣ୍ଡ ଜନସାଧାରଣଙ୍କ ସହିତ ବିଗତ ଏକ ଦଶକରୁ ସୁଖ ଦୁଃଖରେ ଗଭୀର ସମ୍ପର୍କ ନିଭାଇ ଆସୁଛୁ। ସଙ୍କଟ ସମୟରେ ରାଜ୍ୟ ଏବଂ ଏହାର ଅଧିବାସୀଙ୍କ ଅଭୂତପୂର୍ବ ସହନଶକ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସମ୍ପ୍ରତି ଉତ୍ତରାଖଣ୍ଡରେ ଆମେ ଯେତେବେଳେ ଆମ ସମ୍ପର୍କର ଦଶବର୍ଷ ପୂରଣ କରୁଛୁ, ଏହି ସମ୍ପର୍କକୁ ଅଧିକ ନିବିଡ କରିବା ସକାଶେ ଆମେ ରାଜ୍ୟର କଲ୍ୟାଣ ନିମନ୍ତେ ସାର୍ଥକ ଯୋଗଦାନ ରଖୁଛୁ।”

ଚଳିତ ବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଉତ୍ତରାଖଣ୍ଡରେ ଭୀଷଣ ବର୍ଷା କାରଣରୁ ସୃଷ୍ଟି ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଯୋଗୁ ବିପୁଳ ଧନ ଜୀବନ ହାନି ଘଟିଛି। ୨୦୧୩ରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ଉତ୍ତରାଖଣ୍ଡ ସହିତ କଠିନ ସମୟରେ ରିଲାଏନ୍ସ ଛିଡା ହୋଇଛି। ଦୂର ଦୂରାନ୍ତ ଅଞ୍ଚଳରେ ପହଞ୍ଚିବା କ୍ଷେତ୍ରରେ ଅନ୍ୟତମ ପ୍ରଥମ ସଂଗଠନ ଭାବରେ ରିଲାଏନ୍ସ ଫାଉଣ୍ଡେସନ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା, ସେମାନଙ୍କୁ ସହାୟତା ଏବଂ ଆଶ୍ରୟ ଯୋଗାଇ ଦେଇଥିଲା ଏବଂ ସେମାନଙ୍କ ଜୀବନ ପୁନଃନିର୍ମାଣ ଦିଗରେ ପ୍ରୟାସ କରିଥିଲା। ସ୍ଥାନୀୟ ଜନସାଧାରଣଙ୍କ ଅଧିକ ପ୍ରତିରୋଧୀ କ୍ଷମତା ବିକାଶ କରିବା ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ, ବିଭିନ୍ନ ସଂସ୍ଥାନଗୁଡିକର ପୁନଃନିର୍ମାଣ କରାଯାଇଛି, ଯେଉଁଥିରେ ଦୁଇଟି ବିଦ୍ୟାଳୟ ମଧ୍ୟ ସାମିଲ ଥିଲା। ଉକ୍ତ ବିଦ୍ୟାଳୟ ଦୁଇଟି ୩୦ଟି ଗ୍ରାମର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଳା। ରିଲାଏନ୍ସ ୨୦୨୧ ବନ୍ୟା ପରବର୍ତ୍ତୀ ସମୟରେ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କୁ ସହାୟତା କରିଥିଲା।

ଉତ୍ତରାଖଣ୍ଡ ସରକାର ଏବଂ ଅନ୍ୟାନ୍ୟ ସଂଗଠନଗୁଡିକର ସହଯୋଗରେ ରିଲାଏନ୍ସ ବିଭିନ୍ନ ସାମାଜିକ ପ୍ରୟାସ କରିଛି। ଏହା ଗ୍ରାମୀଣ ଜନସାଧାରଣଙ୍କୁ ସହାୟତା କରିବା ସହିତ ପ୍ରାୟ ୫ ଲକ୍ଷ ଘନମିଟର ଜଳ ସଞ୍ଚୟ କ୍ଷମତା ନିର୍ମାଣରେ ସହାୟତା କରିଥିଲା, ଯେଉଁଥିରେ ୯୦ଟି ଗ୍ରାମରେ କୃଷି ଓ ପିଇବା ଉଦ୍ଦେଶ୍ୟରେ ପାଣି ଉପଲବ୍ଧତା ପରିସ୍ଥିତିରେ ସୁଧାର ଆସିଥିଲା। ଏହା ବ୍ୟତୀତ ବିଭିନ୍ନ ସାମଗ୍ରିକ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା ଚିକିତ୍ସା ସେବାକୁ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟତା ମିଳିଥିଲା। ସାମଗ୍ରିକ ବିକାଶରେ ପ୍ରଶିକ୍ଷିତ ୧୫୦୦ ମହିଳା ଏବଂ ଗ୍ରାମପଞ୍ଚାୟତଗୁଡିକର ୧୨୦୦ ପ୍ରତିନିଧିଙ୍କ ମଧ୍ୟରେ ଅନେକ ତୃଣମୂଳ ସ୍ତରର ଅଗ୍ରଦୂତ ପାଲଟିଥିଲେ।

ବିକାଶ ନିମନ୍ତେ କ୍ରୀଡାର ବିପୁଳ ସମର୍ଥକ ରିଲାଏନ୍ସ ନିଜର ଶିକ୍ଷା ଏବଂ ‘ସମସ୍ତଙ୍କ ପାଇଁ ଖେଳ କାର୍ଯ୍ୟକ୍ରମ’ ମାଧ୍ୟମରେ ଫୁଟବଲ, ବାସ୍କେଟବଲ ଏବଂ ଆଥଲେଟିକ୍ସ ନିମନ୍ତେ ରାଜ୍ୟର ୩.୮ ଲକ୍ଷରୁ ଅଧିକ ପିଲା ଓ ଯୁବବର୍ଗଙ୍କୁ ନିଜର ପୂର୍ଣ୍ଣ ସହଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କୁ କ୍ରୀଡା ସହିତ ଯୋଡିହେବାରେ ସହାୟତା କରିଛି। ୨୦୧୮ ଓ ୨୦୧୯ରେ ଅଦ୍ୱିତୀୟ ଚିରବତୀୟା ଲୁଥିଆଗ ମାରାଥନ ରେ ସମସ୍ତ ବର୍ଗଙ୍କୁ ଏକତ୍ର କରିବା, ପ୍ରତିଭା ପ୍ରଦର୍ଶନ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟତା କରିଥିଲା।

‘ୱି କେୟାର’ ଭାବନା ଆଧାରରେ ରିଲାଏନ୍ସ ଭାରତରେ ସବୁ ସ୍ଥାନରେ ଜନସାଧାରଣଙ୍କର ସମାବେଶୀ ବିକାଶ ଏବଂ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧ ରହିଛି।

ଉତ୍ତରାଖଣ୍ଡ ଜନସାଧାରଣଙ୍କୁ ସେମାନଙ୍କ ଆନନ୍ଦ ଓ ସମୃଦ୍ଧିରେ ଆଉ ଅଧିକ ସହଯୋଗ ଯୋଗାଇଦେବା ଏହି ଯୋଗଦାନର ଉଦ୍ଦେଶ୍ୟ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଆଇଡିଏସ୍, 2017 ପାଇଁ 1164 କୋଟି ପ୍ରଦାନକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା (ଆଇଡିଏସ୍), 2017 ପାଇଁ 1164.53 କୋଟି ଟଙ୍କା ପ୍ରଦାନକୁ ମଞ୍ଜୁରି ମିଳିଛି।

ଭାରତ ସରକାର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ 23 ଏପ୍ରିଲ 2018 ତାରିଖ 2018 ର ଅଧିସୂଚନା ସଂଖ୍ୟା 2 (2)/2018- ଏସପିଏସ୍ ମାଧ୍ୟମରେ 2018 ରେ ଔଦ୍ୟୋଗିକ ବିକାଶ ଯୋଜନା, 2017 ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସମୁଦାୟ ଆର୍ଥିକ ପରିବ୍ୟୟ 131.90 କୋଟି ଟଙ୍କା ଥିଲା। ଏହି ଆବଣ୍ଟିତ ପାଣ୍ଠି ଆର୍ଥିକ ବର୍ଷ 2021-22 ସମୟରେ ସାମପ୍ତ ହୋଇ ଯାଇଥିଲା। ଏହା ବ୍ୟତୀତ 2028-2029 ପ୍ରତିବଦ୍ଧ ଦାୟୀତ୍ବ ଗୁଡ଼ିକର ପୁରଣ କରିବା ପାଇଁ 1164.53 କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆର୍ଥିକ ବ୍ୟୟର ଆବଣ୍ଟନ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ଅନ୍ତର୍ଗତ କ୍ୟାବିନେଟର ସ୍ବୀକୃତି ଅନୁରୋଧ କରାଯାଇଛି।

2. କ୍ୟାବିନେଟ୍ ଆଜି ନିଜର ବୈଠକରେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ପ୍ରସ୍ତାବ ଉପରେ ବିଚାର କରିଛି ଓ 2028-29 ପର୍ଯ୍ୟନ୍ତ ଯୋଜନା ଅନୁସାରେ ପ୍ରତିବଦ୍ଧ ଦାୟୀତ୍ବକୁ ପୂରଣ କରିବା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତାକୁ ମଞ୍ଜୁରୀ ପ୍ରଦାନ କରିଛି। ଉପରୋକ୍ତ ଯୋଜନା ଅନ୍ତର୍ଗତ ଅତିରିକ୍ତ ପାଣ୍ଠିର ସ୍ବୀକୃତି ଅନୁସାରେ ଏହି ଯୋଜନା ଅନ୍ତର୍ଗତ ନିମ୍ନଲିଖିତ ପ୍ରୋତ୍ସାହନ ଲାଭାନ୍ବିତ ହେବ।

i. ଋଣ ସୁବିଧା ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ (ସିସିଆଇଆଇଏସି):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେ କୌଣସି ସ୍ଥାନରେ ମ୍ୟାନୁଫାକଚରିଂ ଏବଂ ସେବା କ୍ଷେତ୍ରରେ  ପର୍ଯ୍ୟାପ୍ତ ବିସ୍ତାର କରୁଥିବା ସମସ୍ତ ଯୋଗ୍ୟ ଓ ନୂତନ ଔଦ୍ୟୋଗିକ ୟୁନିଟ୍ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟକୁ 5.00 କୋଟିର ସର୍ବାଧିକ ସୀମା ସହିତ ପ୍ଲାଣ୍ଟ ଓ ମେସିନାରିରେ ନିବେଶ ପାଇଁ କ୍ରେଡିଟ୍ ପର୍ଯ୍ୟନ୍ତ ପହଞ୍ଚ (ସିସିଆଇଆଇଏସି) @ 30 ପ୍ରତିଶତ ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ ପ୍ରଦାନ କରାଯିବ।

ii. କେନ୍ଦ୍ରୀୟ ବିସ୍ତୃତ ବୀମା ପ୍ରୋତ୍ସାହନ (ସିସିଆଇଆଇ):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେକୌଣସି ସ୍ଥାନରେ ସମସ୍ତ ଯୋଗ୍ୟ ନୂତନ ଔଦ୍ୟୋଗିକ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟ୍କୁ ବାଣିଜ୍ୟିକ ଉତ୍ପାଦନ/ ସଞ୍ଚାଳନ ଆରମ୍ଭ ହେବା ତାରିଖ ଠାରୁ ସର୍ବାଧିକ 5 ବର୍ଷର ଅବଧି ପାଇଁ ଭବନ ଓ ପ୍ଲାଣ୍ଟ ତଥା ମେସିନାରୀର ବୀମା ଉପରେ 100 ପ୍ରତିଶତ ବୀମା ପ୍ରିମିୟମର ଫେରସ୍ତ ପାଇବାକୁ ଯୋଗ୍ୟ ହେବେ ।

 iii. ଜଡିତ ଖର୍ଚ୍ଚ:

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଆଇଡିଏସ, 2017 ର ଆର୍ଥିକ ଖର୍ଚ୍ଚ ମାତ୍ର 131.90 କୋଟି ଟଙ୍କା ଥିଲା, ଯାହା 2021-2022 ମଧ୍ୟରେ ପ୍ରଦାନ କରାଯାଇଥିଲା। ଆହୁରି ମଧ୍ୟ, 2028-29 ପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ପାଣ୍ଠିର ଅତିରିକ୍ତ ଆବଶ୍ୟକତା ମାଧ୍ୟମରେ ପ୍ରତିବଦ୍ଧ ଦାୟୀତ୍ବ ଗୁଡିକ ପୂରଣ କରିବାକୁ, କ୍ୟାବିନେଟ୍ ଏହି ଯୋଜନା ଅନ୍ତର୍ଗତ ଅତିରିକ୍ତ ଆର୍ଥିକ ଖର୍ଚ୍ଚକୁ 1164.53 କୋଟି ଟଙ୍କାକୁ  ମଞ୍ଜୁରୀ ପ୍ରଦାନ କରିଛନ୍ତି।

774 ପଞ୍ଜୀକୃତ ୟୁନିଟ୍ ଦ୍ବାରା ପ୍ରାୟ 48607 ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

୧୨ ଲକ୍ଷରେ ପହଞ୍ଚିଲା କେଦାରନାଥ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା, ବିପର୍ଯ୍ୟୟ ପରେ ମଧ୍ୟ ଥମୁନି ଯାତ୍ରା

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ଉତ୍ତରାଖଣ୍ଡରେ ଜୀବନ ବ୍ୟାହତ ହୋଇଛି। ରାଜ୍ୟରେ ଶତାଧିକ ରାସ୍ତା ଭାଙ୍ଗି ଯାଇଛି। ଲୋକଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ ଗୋଟିଏ ପଟେ ବାବାଙ୍କ ଭକ୍ତ ଅଛନ୍ତି ଯେଉଁମାନେ କୌଣସି ପ୍ରକାରେ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଏଠାରେ ବାବାଙ୍କ ଭକ୍ତମାନେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ କେଦାରନାଥରେ ପହଞ୍ଚୁଛନ୍ତି। ସେମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, କେଦାରନାଥ ଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୨ ଲକ୍ଷରେ ପହଞ୍ଚିଛି, ଯାହା ଏକ ରେକର୍ଡ। ଭକ୍ତମାନେ କଦର୍ଯ୍ୟ ରାସ୍ତା ଦେଇ କେଦାରନାଥ ଧାମରେ ​​ପହଞ୍ଚି ବାବା କେଦାରଙ୍କ ଦର୍ଶନ କରୁଛନ୍ତି।

ଅନେକ ରେକର୍ଡ ଭାଙ୍ଗିଲା:

ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଲକ୍ଷ ଭକ୍ତ ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି। ପୁଣିଥରେ କେଦାରନାଥ ଧାମରେ ​​ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ବି ତିନିମାସ ଯାତ୍ରା ବାକି ଅଛି, କିନ୍ତୁ ଏଥର ଯାତ୍ରୀଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇଛି, ଯେଉଁଥିରେ ଗତ କିଛି ବର୍ଷର ରେକର୍ଡ ଭାଙ୍ଗୁଥିବା ଦେଖାଯାଉଛି।

ଭକ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି:

ବର୍ଷା ପରେ ବର୍ତ୍ତମାନ କେଦାରନାଥ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ଏବଂ ଭକ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶ ତଥା ବିଦେଶରୁ ଭକ୍ତମାନେ ବାବାଙ୍କ ଧାମରେ ​​କିପରି ପହଞ୍ଚୁଛନ୍ତି, ଏହା ଅନୁଭବ ହୋଇଛି ଯେ, ଗତ ଅନେକ ବର୍ଷର ରେକର୍ଡ ଏଥର ଭାଙ୍ଗିବାକୁ ଯାଉଛି, ଯେଉଁଥି ପାଇଁ ପ୍ରଶାସନ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି।

ରାସ୍ତା ସଜାଡିବାରେ ଲାଗିଛି ପ୍ରଶାସନ:

କହିବାକୁ ଗଲେ ଉତ୍ତରାଖଣ୍ଡରେ ବର୍ଷା ହେତୁ ରାସ୍ତା ବନ୍ଦ ରହିଛି। ଏହି ରାସ୍ତା ଠିକ୍ କରିବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି। ଚାଲିବା ମାର୍ଗ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି, ଏହାର ମରାମତି ପାଇଁ ଉଦ୍ୟମ ଚାଲିଛି, କିନ୍ତୁ ଆସ୍ଥା ସମ୍ମୁଖରେ ସବୁକିଛି ନତମସ୍ତକ ହେଉଛି। ଏହି କଠିନ ରାସ୍ତା ଦେଇ ଭକ୍ତମାନେ ବର୍ଷାରେ ବାବାଙ୍କ ଦ୍ୱାରରେ ପହଞ୍ଚୁଛନ୍ତି। ଯାହାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।

ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ବାବା କେଦାରନାଥଙ୍କୁ ଦେଖା କରିବାକୁ ଯାଉଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କ ପାଇଁ ୨୪ ଘଣ୍ଟା କାମ କରୁଛି। ଏହି ବର୍ଷା ଋତୁରେ ଯାତ୍ରୀଙ୍କୁ ଅନେକ ଥର ଅଟକାଇବାକୁ ପଡିଥିଲା, କିନ୍ତୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇନାହିଁ।

Categories
ବିଶେଷ ଖବର

ଉତ୍ତରାଖଣ୍ଡର ସମାନ ନାଗରିକ ସଂହିତାରେ କଡା ନିୟମ, ଉଲ୍ଲଂଘନ କଲେ ଛଡ଼େଇ ନିଆଯିବ ଭୋଟ୍ ଭଳି ଅଧିକାର

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିଷୟରେ ଆଲୋଚନା ତୀବ୍ର ହୋଇଛି। ବିଜେପି ଶାସିତ ରାଜ୍ୟମାନଙ୍କରେ ଏ ବିଷୟରେ ଅନେକ ଆଲୋଚନା ହେଉଛି। ଏହି ସମୟରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଥିବା ୟୁନିଫର୍ମ ସିଭିଲ କୋଡ ବିଷୟରେ କିଛି ଜିନିଷ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଏହି ଆଇନ ଅନୁଯାୟୀ କ’ଣ ଘଟିବ ଏବଂ ଉଲ୍ଲଂଘନ ପାଇଁ କେଉଁ ଅଧିକାର ଛଡ଼ାଯିବ।

ଜନସଂଖ୍ୟା ନିୟନ୍ତ୍ରଣ:

ପ୍ରକାଶିତ ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଥିବା ୟୁନିଫର୍ମ ସିଭିଲ କୋଡରେ ଜନସଂଖ୍ୟା ନିୟନ୍ତ୍ରଣକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସମବର୍ତ୍ତୀ ତାଲିକାର ଏଣ୍ଟ୍ରି ୨୦ଏ ଆଧାରରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଜନସଂଖ୍ୟା ନିୟନ୍ତ୍ରଣ ବ୍ୟତୀତ ପରିବାର ଯୋଜନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସଂସଦରେ ଉପସ୍ଥାପିତ ରେସ୍ପୋଂସବିଲ ପ୍ୟାରେଣ୍ଟହୁଡ୍ ବିଲ୍ ୨୦୧୮ ରେ ଏହା ୟୁନିଫର୍ମ ସିଭିଲ୍ କୋଡ୍ ରେ ଅନ୍ତର୍ଭୁକ୍ତ ହେବ।

ଏହି ଅଧିକାରଗୁଡିକ ଛଡ଼ାଯିବ:

ଏହି ନିୟମ ଅନୁଯାୟୀ ସାମ୍ନାକୁ ଆସିଥିବା ବ୍ୟବସ୍ଥା ବହୁତ କଠୋର ଅଟେ। ଏହି ବିଲ୍ ଅନୁଯାୟୀ, ଯେଉଁମାନେ ଦୁଇ ପିଲାଙ୍କ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯିବ ନାହିଁ। ଏହା ବ୍ୟତୀତ ସରକାରୀ ସୁବିଧା ଅଧିକାର ମଧ୍ୟ ଛଡ଼ାଇ ନିଆଯାଇପାରେ। ଉତ୍ତରାଖଣ୍ଡର ଦ୍ରୁତ ପରିବର୍ତ୍ତନଶୀଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଧାମିଙ୍କ ଘୋଷଣା:

ଉତ୍ତରାଖଣ୍ଡରେ ବିଜେପି ୟୁନିଫର୍ମ ସିଭିଲ କୋଡକୁ ଏହାର ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିଲା। ସରକାର ଗଠନ ପରେ ଏହି କାମ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜଧାନୀ ଦେହରାଡୁନରେ ଆୟୋଜିତ “ପ୍ରବୁଦ୍ଧଜନ ସମ୍ମିଳନୀ” ରେ ପହଞ୍ଚିଥିଲେ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘୋଷଣା କରିଥିଲେ। ଏହି ସମୟରେ ରାଜନାଥ ସିଂ ଏକ ଉନ୍ନତ ସମାଜ ଏବଂ ରାଷ୍ଟ୍ର ପାଇଁ ୟୁସିସି ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଧାମି ଦାବି କରିଛନ୍ତି ଯେ, ୟୁସିସି ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ହାସଲ କରୁଛି। ସେ କହିଛନ୍ତି ଯେ, ୟୁସିସି କୌଣସି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କ ପାଇଁ। ଆମେ ସମସ୍ତଙ୍କ ଉନ୍ନତି ପାଇଁ ଏହାକୁ ଆଣିଛୁ।

Categories
ବିଶେଷ ଖବର

ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ: ଜଳ ସଂପଦ ମନ୍ତ୍ରୀ

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ଋର୍କି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇ.ଆଇ.ଟି ଋର୍କିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ  ହୋଇଥିଲା

ଏହି ଅବସରରେ ଯୋଗଦେଇ ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ଜଳ ସଂପଦର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି। ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା  ବେଳେ  କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ। ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା  ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ଆମ ରାଜ୍ୟରେ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ  ବୋଲି  ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ବ୍ୟକ୍ତ କରିଥିଲେ।

ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଂଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି। ଜଳ ପରିଚାଳନା କ୍ଷେତ୍ରରେ  ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ। ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡ ପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ  ଉପରେ  ଅଧିକ ଚାପ ରହୁଛି। ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। ଏଣୁ ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ, ଏହାକୁ ଦୃଷ୍ଟିରେ  ରଖି ରାଜ୍ୟଗୁଡିକ ଦ୍ୱାର ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି।

ଆଜି  ଆମ ରାଜ୍ୟ ପାଇଁ ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇ.ଆଇ.ଟି, ଋର୍କି ତରଫରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବା ସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ୨ ୟ  ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମସ୍ୟାର ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ। ୩ ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୁଡାନ୍ତ ବିବରଣୀ ମିଳିବ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଯୋଗଦେଇ କହିଥିଲେ ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଆମେ ଜଳବାୟୁ ସହନଶୀଳ  ଭତ୍ତିଭୂମି  ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ। ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦିର୍ଘମିଆଦି  ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଡଃ ଚନ୍ଦ୍ର ଶେଖର ପାଢ଼ୀ ଓ ଆଇ.ଆଇ.ଟି ଋର୍କି ତରଫରୁ ପ୍ରଫେସର ପାଣ୍ଡେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତି  ସଂପର୍କିତ ସବିଶେଷ ତଥ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଋର୍କିର ଗବେଷଣା ଓ ଶିଳ୍ପ  ପରାମର୍ଶଦାତା ଓ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ସହକାରୀ ପ୍ରଫେସର ମୋହିତ୍‌ ପି.ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଯନ୍ତ୍ରୀ (ଯୋଜନା)ଇଂ ସାଗର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜଳ ସଂପଦ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ, ଯନ୍ତ୍ରୀ ଏବଂ ଆଇ.ଆଇ.ଟି ଋର୍କିର ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ ଚାମୋଲିର ଯୋଶୀମଠ ପରିସ୍ଥିତି: ସମୀକ୍ଷା ପାଇଁ ଏନସିଏମସିର ଜରୁରି ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ଜରୁରି ବୈଠକରେ ଉତ୍ତରାଖଣ୍ଡର ଚାମୋଲି ଯୋଶୀମଠ ଭୂସ୍ଖଳନ ଘଟଣାର ସମୀକ୍ଷା କରାଯାଇଛି।

ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଏନସିଏମସିକୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଅଧିକ ଫାଟି ଯାଇଥିବା ଘରର ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି। ପ୍ରଭାବିତ ପରିବାରକୁ ଆଶ୍ରୟ ଦେବା ପାଇଁ ଯୋଶୀମଠ ଏବଂ ପିପଲକୋଟି ଠାରେ ସହାୟତା ଶିବିର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଉପଯୁକ୍ତ କ୍ଷତିପୂରଣ ଏବଂ ସହାୟତା ଯୋଗାଇ ଦିଆଯାଉଛି। ସେ ଆହୁରି କହିଥିଲେ ଯେ, ଯୋଶୀମଠ-ଔଲି ରୋପୱେ ପରିଚାଳନାକୁ ବନ୍ଦ କରି ଦିଆଯାଇଛି। ଯୋଶୀମଠ ନଗରପାଳିକା ଏବଂ ଆଖପାଖ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସହାୟତା ଓ ଥଇଥାନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ଲାଗି ଏନଡିଆରଏଫ ଏବଂ ଏସଡିଆରଏଫକୁ ମୁତୟନ କରାଯାଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ (ଏନଡିଏମଏ)ର ସଦସ୍ୟ ସଚିବ କମିଟିକୁ ସୂଚନା ଦେଇ କହିଥିଲେ ଯେ, ଗତ ୬ ଓ ୭ ତାରିଖରେ ସିବିଆରଆଇ, ଜିଏସଆଇ, ୱାଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ହିମାଲୟାନ ଜିଓଲୋଜି, ଏନଆଇଡିଏମ ଏବଂ ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ହାଇଡ୍ରୋଲୋଜିର ବିଶେଷଜ୍ଞମାନେ ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷଜ୍ଞ ଦଳ ଆବଶ୍ୟକତା ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

କମିଟିକୁ ସୂଚନା ଦେଇ କେନ୍ଦ୍ର ଗୃହ ସଚିବ କହିଥିଲେ ଯେ, ଗୃହ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ସୀମା ପରିଚାଳନା ସଚିବଙ୍କ ନେତୃତ୍ବରେ ଯୋଶୀମଠରେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତ।

ପ୍ରଭାବିତ କ୍ଷେତ୍ରରେ ସବୁ ବାସିନ୍ଦାମାନଙ୍କୁ ସମ୍ପୂର୍ଣ୍ଣ ଓ ନିରାପଦ ଭାବେ ଉଦ୍ଧାର କରିବା ଉପରେ ତୁରନ୍ତ ପ୍ରାଥମିକତା ଦିଆଯିବା ଉଚିତ ବୋଲି କ୍ୟାବିନେଟ ସଚିବ ଶ୍ରୀ ଗୌବା ଗୁରୁତ୍ବାରୋପ କରିଥିଲେ । ଦୁର୍ବଳ ଅଟ୍ଟାଳିକାଗୁଡ଼ିକୁ ନିରାପଦ ଭାବେ ଭାଙ୍ଗିବା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ୍‌। ଜିଓଟେକ୍ନିକାଲ, ଜିଓଫିଜିକାଲ ଏବଂ ହାଇଡ୍ରୋଲୋଜିକାଲ ଆଦି ସମସ୍ତ ଅଧ୍ୟୟନ ଏବଂ ଅନୁସନ୍ଧାନ ଠିକ୍‌ ସମୟରେ ଏବଂ ଆପୋସ ସମନ୍ବୟ ଆଧାରରେ ସମ୍ପୂର୍ଣ୍ଣ କରାଯିବା ଉଚିତ୍‌। ସମସ୍ତ କେନ୍ଦ୍ରୀୟ ଏଜେନ୍ସି ନିରନ୍ତର ଭାବେ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ ସଚିବ ଆଶ୍ବାସନା ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, ଶକ୍ତି ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ସୀମା ପରିଚାଳନା, ଜଳସମ୍ପଦ, ଖଣି ଆଦି ମନ୍ତ୍ରଣାଳୟର ସଚିବଙ୍କ ସମେତ ଏନଡିଏମଏର ସଦସ୍ୟଗଣ, ଇସ୍ରୋର ଅଧ୍ୟକ୍ଷଙ୍କ ବୈଜ୍ଞାନିକ ସଚିବ, ଏନଡିଆରଏଫ ଡିଜି, ଜିଏସଆଇର ଡିଜି, ନେସନାଲ ରିମୋଟ ସେନ୍ସିଂ ସେଣ୍ଟରର ବରିଷ୍ଠ ବୈଜ୍ଞାନିକ, ସୀମା ସୁରକ୍ଷା ସଂଗଠନର ଡିଜି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରରେ ୩୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ କେଦାରନାଥ ପରିଦର୍ଶନ କରି ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ। ସେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମାଧି ସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମନ୍ଦାକିନୀ ଅଷ୍ଟପଥ ଏବଂ ସରସ୍ୱତୀ ଅଷ୍ଟପଥରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ରିନାଥ ପରିଦର୍ଶନ କରି ଶ୍ରୀ ବଦ୍ରିନାଥ ମନ୍ଦିରରେ ଠାକୁର ଦର୍ଶନ ଏବଂ ପୂଜା କରିଥିଲେ। ଏହା ପରେ ସେ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଧର୍ମପୀଠରେ ଦର୍ଶନ ଏବଂ ପୂଜା କରିବା ପରେ ନିଜର ଖୁସିକୁ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, “ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ ହେଲା, ମନ ଖୁସି ହେଲା ଏବଂ ଏହି ମୂହୁର୍ତ୍ତ ଗୁଡ଼ିକ ଜୀବନ୍ତ ହେଲା”। ତାଙ୍କର ପୂର୍ବ ଗସ୍ତ ସମୟରେ ସେ କହିଥିବା ଶବ୍ଦକୁ ମନେ ପକାଇ ଏହି ଦଶନ୍ଧି ଉତ୍ତରାଖଣ୍ଡର ହେବ, ପୁଣି ଥରେ ଏହାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ବାବା କେଦାର ଏବଂ ବଦ୍ରି ବିଶାଳ ସେହି ଶବ୍ଦ ଗୁଡ଼ିକୁ ଆଶୀର୍ବାଦ ଦେବେ। ସେ କହିଥିଲେ ଯେ, “ ଏହି ନୂତନ ପ୍ରକଳ୍ପ ଗୁଡ଼ିକ ସହିତ ସମାନ ସଂକଳ୍ପକୁ ଦୋହରାଇବା ପାଇଁ ମୁଁ ଆଜି ଆପଣଙ୍କ ମଧ୍ୟରେ ଅଛି।”

ମାନା ଗ୍ରାମ ଭାରତର ସୀମାରେ ଶେଷ ଗ୍ରାମ ଭାବରେ ଜଣାଶୁଣା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ମୋ ପାଇଁ, ସୀମାରେ ଥିବା ପ୍ରତ୍ୟେକ ଗ୍ରାମ ହେଉଛି ଦେଶର ପ୍ରଥମ ଗ୍ରାମ ଏବଂ ସୀମା ନିକଟରେ ରହୁଥିବା ଲୋକମାନେ ଦେଶର ସୁଦୃଢ଼ ସୁରକ୍ଷା ତିଆରି କରୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅଂଚଳ ସହିତ ତାଙ୍କର ଦୀର୍ଘ ସମୟର ସମ୍ପର୍କ ଏବଂ ଏହାର ମହତ୍ତ୍ୱକୁ ବାରମ୍ବାର ସମର୍ଥନ କରିଥିଲେ। ସେ ସେମାନଙ୍କର ସମର୍ଥନ ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଉଲ୍ଲେଖ କରିଥିଲେ। ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସେ ମାନାର ଲୋକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ଏକ ବିଂଶ ଶତାବ୍ଦୀରେ ବିକଶିତ ଭାରତର ଦୁଇଟି ପ୍ରମୁଖ ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରଥମଟି ହେଉଛି, ଆମର ଐତିହ୍ୟ ପାଇଁ ଗର୍ବ ଏବଂ ଦ୍ୱିତୀୟରେ, ବିକାଶ ପାଇଁ ଆମର ସମସ୍ତ ସମ୍ଭାବ୍ୟ ପ୍ରୟାସ। ଆଜି, ଉତ୍ତରାଖଣ୍ଡ ଏହି ଉଭୟ ସ୍ତମ୍ଭକୁ ମଜବୁତ କରୁଛି ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ କେଦାରନାଥ ଏବଂ ବଦ୍ରି ବିଶାଳରେ ଦର୍ଶନ ଦ୍ୱାରା ସେ ନିଜକୁ ଆଶୀର୍ବାଦପ୍ରାପ୍ତ ଅନୁଭବ କରୁଛନ୍ତି। ସେ ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ ଏବଂ “୧୩୦ କୋଟି ଲୋକ ମଧ୍ୟ ମୋ ପାଇଁ ଭଗବାନଙ୍କର ଏକ ରୂପ” ବୋଲି ସେ କହିଥିଲେ।

କେଦାରନାଥ ଠାରୁ ଗୌରୀକୁଣ୍ଡ ଏବଂ ହେମକୁଣ୍ଡ ଦୁଇଟି ରୋପୱେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବାବା କେଦାରନାଥ, ବଦ୍ରି ବିଶାଳ ଏବଂ ଶିଖ୍ ଗୁରୁଙ୍କ ଆଶୀର୍ବାଦକୁ ପ୍ରେରଣା ଏବଂ ପ୍ରଗତିର ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଦ୍ୱିତୀୟ ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱରେ ଭକ୍ତମାନେ ଆନନ୍ଦିତ ହେବେ।

ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ ଜଡିତ ଶ୍ରମଜୀବୀ ମାନଙ୍କର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି କଠିନ ପରିସ୍ଥିତିରେ ସେମାନଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଈଶ୍ୱରଙ୍କ କାର୍ଯ୍ୟ କରୁଛନ୍ତି, ଆପଣ ମାନେ ସେମାନଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ , ସେମାନଙ୍କୁ କେବଳ ବେତନ ପ୍ରାପ୍ତ ଶ୍ରମିକ ବୋଲି ବିବେଚନା କରନ୍ତୁ ନାହିଁ, ସେମାନେ ଏକ ଐଶ୍ୱରୀୟ ପ୍ରକଳ୍ପରେ ସହଯୋଗ କରୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ। କେଦାରନାଥ ଠାରେ ଶ୍ରମଜୀବି ମାନଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଶ୍ରମିକ ଏବଂ ଇଞ୍ଜିନିୟର ମାନେ ସେମାନଙ୍କ କାର୍ଯ୍ୟକୁ ବାବା କେଦାରଙ୍କୁ ପୂଜା କରିବା ସହ ତୁଳନା କରିଥିଲେ ସେତେବେଳେ ତାଙ୍କ ପାଇଁ ଏହା ଏକ ଚମତ୍କାର ଅନୁଭୂତି ଥିଲା।

ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ପାଇଁ ଲାଲ୍ କିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ କରିଥିବା ଆବେଦନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ୭୫ ବର୍ଷର ସ୍ୱାଧୀନତା ପରେ ଏହି ଆବେଦନ କରିବାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଏବଂ ଦାସତ୍ୱର ମାନସିକତା ଦେଶକୁ ଏତେ ଗଭୀର ଭାବରେ ଜାବୁଡି ଧରିଛି ଯେ, ଦେଶର କିଛି ଲୋକ ଦେଶର ବିକାଶ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରିଥିଲେ ବୋଲି ସେ କହିଥିଲେ। “ଦେଶର ବିକାଶରେ ଅଗ୍ରଗତି ଦାସତ୍ୱର ଏକ ମାପକାଠିରେ ତଉଲା ଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦୀର୍ଘ ଦିନ ଧରି ଦେଶରେ ପୂଜାସ୍ଥଳ ଗୁଡିକ ଉପରେ ଦୃଷ୍ଟି ଦିଆ ଯାଇନାହିଁ। ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ ଯୋଡିଥିଲେ ଯେ, ସାରା ବିଶ୍ୱରେ ଲୋକମାନେ ଏହି ମନ୍ଦିର ଗୁଡିକର ଭୁରି ଭୁରି ପ୍ରଶଂସା କରନ୍ତି। ଅତୀତରେ କରାଯାଇଥିବା ପ୍ରୟାସ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ସୋମନାଥ ମନ୍ଦିର ଏବଂ ରାମ ମନ୍ଦିର ନିର୍ମାଣ ସମୟରେ ଯାହା ଘଟିଥିଲା ତାହା ସମସ୍ତେ ମନେ ରଖିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଏହା ମଧ୍ୟ କହିଥିଲେ, “ଏହି ଧର୍ମସ୍ଥଳୀ ଗୁଡିକର ଦୟନୀୟ ଅବସ୍ଥା ଦାସତ୍ୱ ମାନସିକତାର ଏକ ସ୍ପଷ୍ଟ ସଙ୍କେତ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ମନ୍ଦିର ଗୁଡିକୁ ଆସିବା ନିମନ୍ତେ ଉଦ୍ଦିଷ୍ଟ ରାସ୍ତା ମଧ୍ୟ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। “ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକ ଅନେକ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହି ଆସିଥିଲା ଏବଂ ଏହା ପୂର୍ବ ସରକାରଙ୍କ ସ୍ୱାର୍ଥପରତା ହେତୁ ହୋଇଥିଲା ” ବୋଲି ସେ କହିଥିଲେ। ସେ ଦର୍ଶାଇ ଥିଲେ ଯେ କୋଟି କୋଟି ଭାରତୀୟଙ୍କ ପାଇଁ ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମୂଲ୍ୟ କ’ଣ ଏହି ବ୍ୟକ୍ତିମାନେ ଭୁଲି ଯାଇଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆମର ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକର ମହତ୍ୱ ସେମାନଙ୍କର ଉଦ୍ୟମ ଦ୍ୱାରା ନିର୍ଣ୍ଣୟ ହୋଇ ନଥାଏ କିମ୍ବା ଏହି ଆଧ୍ୟାତ୍ମିକ କେନ୍ଦ୍ର ଗୁଡିକ ପ୍ରତି ଲୋକଙ୍କ ବିଶ୍ୱାସରେ କୌଣସି ହ୍ରାସ ଘଟି ନାହିଁ। “ଆଜି କାଶୀ, ଉଜ୍ଜୟିନୀ, ଅଯୋଧ୍ୟା ଏବଂ ଆହୁରି ଅନେକ ଆଧ୍ୟାତ୍ମିକ କେନ୍ଦ୍ର ସେମାନଙ୍କର ହଜି ଯାଇଥିବା ଗୌରବ ଏବଂ ଐତିହ୍ୟକୁ ପୁଣି ଥରେ ପ୍ରାପ୍ତ କରୁଛନ୍ତି।

ବୈଷୟିକ ସେବା ଗୁଡିକ ସହିତ ସଂଯୁକ୍ତ ହେବା ସଙ୍ଗେ ସଙ୍ଗେ କେଦାରନାଥ, ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବ ସେହି ଧାର୍ମିକ ବିଶ୍ୱାସକୁ ବଜାୟ ରଖିଛନ୍ତି ବୋଲି ସେ ଦର୍ଶାଇଥିଲେ, “ଅଯୋଧ୍ୟାରେ ଥିବା ରାମ ମନ୍ଦିର ଠାରୁ ଗୁଜରାଟର ପାଭଗଡର ମାଆ କାଳିକା ମନ୍ଦିର ପର୍ଯ୍ୟନ୍ତ ଦେବୀ ବିନ୍ଧ୍ୟାଂଚଳ କରିଡର ପର୍ଯ୍ୟନ୍ତ, ଭାରତ ଏହାର ସାଂସ୍କୃତିକ ତଥା ପାରମ୍ପରିକ ଉତ୍ଥାନ ଘୋଷଣା କରୁଛି।” ସେ ଆହୁରି ମଧ୍ୟ କହିଥିଲେ ଯେ ତୀର୍ଥଯାତ୍ରୀ ମାନେ ଏହି ବିଶ୍ୱାସର ପୂର୍ଣ୍ଣ ସ୍ଥାନରେ ପହଂଚିବା ଏବେ ସହଜ ହେବ ଏବଂ ଯେଉଁ ସେବା ଯୋଗାଇ ଦିଆ ଯାଉଛି ତାହା ବୟସ୍କ ଲୋକ ମାନଙ୍କର ଜୀବନକୁ ସହଜ କରିବ।

ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସରେ ଭରି ରହିଥିବା ସ୍ଥାନ ଗୁଡିକର ନବୀକରଣର ଅନ୍ୟ ଏକ ଦିଗକୁ ସୂଚାଇ ଦେଇଥିଲେ, ଯେମିତିକି ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନଯାପନରେ ସହଜତା ଏବଂ ଏହି ଅଂଚଳର ବସବାସ କରୁଥିବା ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ। “ରେଳ, ସଡ଼କ ଏବଂ ରୋପୱେ ସେମାନଙ୍କ ପାଇଁ ରୋଜଗାର ଆଣିଥାଏ ଏବଂ ଜୀବନକୁ ସହଜ ଏବଂ ସଶକ୍ତ କରିଥାଏ। ଏହି ସୁବିଧା ପର୍ଯ୍ୟଟନକୁ ଉନ୍ନତ କରିଥାଏ ଏବଂ ପାହାଡ଼ିଆ ଅଂଚଳରେ ପରିବହନକୁ ସୁଗମ କରିଥାଏ । ଏହି କଷ୍ଟସାଧ୍ୟ ଅଂଚଳରେ ଲଜିଷ୍ଟିକ୍ସର ଉନ୍ନତି ପାଇଁ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯିବାକୁ ଯୋଜନା କରା ଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସ୍ଥାନୀୟ ଉତ୍ପାଦ ଗୁଡିକର ଏବଂ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉଦ୍ୟମକୁ ପ୍ରଶଂସା କରି, ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ଏହା ନିବେଦନ କରିଥିଲେ, ଦେଶର ଯେକୌଣସି ଅଂଚଳକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଉଥିବା ଲୋକ ମାନଙ୍କୁ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ସେମାନଙ୍କ ଯାତ୍ରା ବଜେଟର ପାଂଚ ପ୍ରତିଶତ ଖର୍ଚ୍ଚ କରିବା ଉଚିତ୍। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ସ୍ଥାନୀୟ ଉତ୍ପାଦକୁ ଏକ ବଡ ଉତ୍ଥାନ ପ୍ରଦାନ କରିବ ଏବଂ ଆପଣ ମାନଙ୍କୁ ମଧ୍ୟ ବହୁତ ସନ୍ତୁଷ୍ଟି ଦେବ।

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ, ପାହାଡିଆ ଅଂଚଳରୁ ଆସିଥିବା ଲୋକଙ୍କ ସ୍ଥାଣୁତା ସେମାନଙ୍କ ବିରୋଧରେ ବ୍ୟବହୃତ ହୋଇଛି। ସେମାନଙ୍କର ପରିଶ୍ରମୀ ପ୍ରକୃତି ଏବଂ ଶକ୍ତି ସେମାନଙ୍କୁ ଅନେକ ପ୍ରକାରର ସୁବିଧା ସୁଯୋଗରୁ ବଂଚିତ କରିବା ପାଇଁ ଏକ ବାହାନା ଭାବରେ ବ୍ୟବହୃତ ହୋଇଥିଲା। ସୁବିଧା ଏବଂ ସୁଯୋଗ ପାଇବା କ୍ଷେତ୍ରରେ ସେମାନେ ପଛରେ ରହିଥିଲେ। ଆମକୁ ଏହାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ବର୍ଣ୍ଣନା କରିଥିଲେ ଯେ “ଏହା ପୂର୍ବରୁ, ଯେଉଁ ଅଂଚଳ ଗୁଡିକୁ ଦେଶର ସୀମାନ୍ତର ସୀମା ଭାବରେ ଅଣଦେଖା କରା ଯାଇଥିଲା, ଆମେ ସେହି ସ୍ଥାନରୁ ସେଗୁଡିକୁ ସମୃଦ୍ଧିର ଆରମ୍ଭ ବୋଲି ଚିହ୍ନିତ କରି କାର୍ଯ୍ୟ ଆରମ୍ଭ କରିଥିଲୁ। ଆମେ ପାର୍ବତ୍ୟ ଅଂଚଳର ଏହି ଆହ୍ୱାନର ସମାଧାନ ଖୋଜିବାକୁ ଚେଷ୍ଟା କରିଥିଲୁ, ଯାହା ସ୍ଥାନୀୟ ଲୋକ ମାନଙ୍କର ବହୁତ ଶକ୍ତିକୁ ନଷ୍ଟ କରୁଥିଲା।” ସେ ସମସ୍ତ ଗ୍ରାମର ବିଦ୍ୟୁତିକରଣ, ପ୍ରତ୍ୟେକ ଘରେ ଜଳ ଯୋଗାଣ, ପଂଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ, ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ଟୀକାକରଣ ସମୟରେ ପାହାଡ଼ିଆ ଅଂଚଳକୁ ପ୍ରାଥମିକତା ପ୍ରଦାନ, ମହାମାରୀ ସମୟରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଣ ଭଳି ଜୀବନଯାପନର ସହଜ ପଦକ୍ଷେପ ଏବଂ ଲୋକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ଇତ୍ୟାଦିକୁ ତାଲିକାଭୁକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁବିଧା ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିଥାଏ। “ମୁଁ ଖୁସି ଯେ ଡବଲ – ଇଞ୍ଜିନ ବିଶିଷ୍ଟ ସରକାର ହୋମଷ୍ଟେ ସୁବିଧା ଗୁଡିକରେ ପରିବର୍ତ୍ତନ ଆଣିବା ପାଇଁ ଯୁବକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ନିରନ୍ତର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି। ସୀମାନ୍ତ ଅଂଚଳର ଯୁବକ ମାନଙ୍କୁ ଏନ୍ସିସି ସହିତ ଯୋଡିବା ଅଭିଯାନ ମଧ୍ୟ ସେମାନଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ “ଆଧୁନିକ ସଂଯୋଗ ହେଉଛି ଜାତୀୟ ପ୍ରତିରକ୍ଷା ପାଇଁ ଏକ ଗ୍ୟାରେଂଟି।” ସେ କହିଥିଲେ ଯେ ଗତ ୮ ବର୍ଷ ଧରି ସରକାର ଏହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଦୁଇଟି ପ୍ରମୁଖ ସଂଯୋଗ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତମାଳା ଏବଂ ସାଗରମାଳା ଯୋଜନାର ଉଦାହରଣ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଭାରତମାଳା ଅଧୀନରେ ଦେଶର ସୀମା ଅଂଚଳ ସର୍ବୋତ୍ତମ ଏବଂ ପ୍ରଶସ୍ତ ରାଜପଥ ସହ ସଂଯୁକ୍ତ କରା ଯାଉଛି ଏବଂ ସାଗରମାଳା ଯୋଜନା ମାଧ୍ୟମରେ ଭାରତର ସମୁଦ୍ର କୂଳର ସଂଯୋଗକୁ ମଜବୁତ କରା ଯାଉଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସୀମା ସଂଯୋଗର ଅଦ୍ୱିତୀୟ ସମ୍ପ୍ରସାରଣକୁ ସରକାର କାର୍ଯ୍ୟକାରୀ କରିଛନ୍ତି। “୨୦୧୪ ମସିହା ପର ଠାରୁ ସୀମା ସଡକ ସଂଗଠନ (ବର୍ଡର ରୋଡ୍ସ ଅର୍ଗାନାଇଜେସନ୍) ପ୍ରାୟ ୭,୦୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରି ଶହ ଶହ ସେତୁ ନିର୍ମାଣ କରିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଟନେଲ ମଧ୍ୟ ଏହା ଭିତରେ ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପର୍ବତମାଳା ଯୋଜନା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଏହା ପାହାଡ଼ିଆ ଅଂଚଳରେ ରହିଥିବା ରାଜ୍ୟ ଗୁଡ଼ିକର ସଂଯୋଗୀକରଣରେ ଉନ୍ନତି ଆଣିଛି। ସେ ଦର୍ଶାଇଥିଲେ ଯେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏହି ଯୋଜନା ଅଧୀନରେ ଏକ ବିଶାଳ ରୋପୱେ ନେଟୱାର୍କ ନିର୍ମାଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସୀମା ଅଂଚଳର ଧାରଣାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେପରି ସାମରିକ ପ୍ରତିଷ୍ଠାନ କରିଥିଲେ। ସେ କହିଥିଲେ, “ଆମେ ଉଦ୍ୟମ କରୁଛୁ ଯେ ଏହି ଅଂଚଳରେ ଏକ ଜୀବନ୍ତ ଜୀବନ ସୃଷ୍ଟି ହେବ ଯେଉଁଠାରେ ବିକାଶ ଉତ୍ସବ ପାଳନ କରାଯାଏ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଏହି ଅଂଚଳ ପାଇଁ ବହୁତ ଲାଭଦାୟକ ହେବ। ଯୋଶୀମଠ ଠାରୁ ମାଲାରି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହେବା ଫଳରେ ସାଧାରଣ ଲୋକଙ୍କ ସହିତ ଆମର ସୈନିକ ମାନେ ମଧ୍ୟ ସୀମାରେ ପହଂଚିବା ସହଜ ହେବ ବୋଲି ସେ କହିଥିଲେ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡକୁ ଆଶ୍ୱାସନା ଦେଇଥିଲେ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ସର୍ବଦା ରାଜ୍ୟର ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବ। ଏହି ବିଶ୍ୱାସ ପୂରଣ କରିବା ପାଇଁ ମୁଁ ବାବା କେଦାର ଏବଂ ବଦ୍ରି ବିଶାଳଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରୁମିତ ସିଂହ, ସାସଂଦ ତୀରଥ ସିଂହ ରାୱତ, ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଧନ ସିଂ ରାୱତ ଏବଂ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

କେଦାରନାଥ ଠାରେ ଥିବା ରୋପୱେର ଦୈର୍ଘ୍ୟ ପ୍ରାୟ ୯.୭ କିଲୋମିଟର ହେବ ଏବଂ ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ, ଯାହା ଦ୍ୱାରା ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନ ୬-୭ ଘଂଟା ରହିଥିବା ବେଳେ ତାହା ମାତ୍ର ୩୦ ମିନିଟକୁ ହ୍ରାସ ପାଇବ। ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରିବ। ଏହାର ଲମ୍ବ ପ୍ରାୟ ୧୨.୪ କିଲୋମିଟର ହେବ ଏବଂ ଯାତ୍ରା ସମୟ ଏବେ ଏକ ଦିନରୁ ଅଧିକ ରହିଥିବା ବେଳେ ତାହା ପ୍ରାୟ ୪୫ ମିନିଟ୍ ହେବ। ଏହି ରୋପୱେ ଫୁଲ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘାଙ୍ଗାରିଆକୁ ମଧ୍ୟ ସଂଯୋଗ କରିବ।

ପାଖାପାଖି ୨୪୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ରୋପୱେ ଗୁଡିକ ଏକ ପରିବେଶ ଅନୁକୂଳ ପରିବହନ ହେବ ଯାହା ଯାତ୍ରାକୁ ନିରାପଦ, ସୁରକ୍ଷିତ ଏବଂ ସ୍ଥିର କରିବ। ଏହି ପ୍ରମୁଖ ଭିତ୍ତିଭୂମି ବିକାଶ ଧାର୍ମିକ ପର୍ଯ୍ୟଟନକୁ ବୃଦ୍ଧି କରିବ, ଯାହା ଦ୍ୱାରା ଏହି ଅଂଚଳର ଅର୍ଥନୈତିକ ବିକାଶକୁ ଏକ ପୂର୍ଣ୍ଣତା ମିଳିବ ଏବଂ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।

ଏହି ଗସ୍ତ ସମୟରେ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ରାସ୍ତା ପ୍ରଶସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଦୁଇଟି ସଡକ ପ୍ରଶସ୍ତିକରଣ ପ୍ରକଳ୍ପ – ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ (ଏନ୍ଏଚ୍ ୦୭) ଏବଂ ଯୋଶୀମଠ ଠାରୁ ମଲାରୀ ପର୍ଯ୍ୟନ୍ତ (ଏନ୍ଏଚ୍ ୧୦୭ବି) – ଆମର ସୀମା ଅଂଚଳକୁ ଶେଷ ମାଇଲ୍ ସବୁ ଋତୁରେ ସଡ଼କ ସଂଯୋଗ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ହେବ। ସଂଯୋଗୀକରଣ ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟ ରଣନୀତିକ ଦୃଷ୍ଟିକୋଣରୁ ଲାଭଦାୟକ ପ୍ରମାଣିତ ହେବ।

କେଦାରନାଥ ଏବଂ ବଦ୍ରିନାଥ ଅନ୍ୟତମ ପ୍ରମୁଖ ହିନ୍ଦୁ ଧର୍ମପୀଠ। ଏହି କ୍ଷେତ୍ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶିଖ୍ ତୀର୍ଥସ୍ଥାନ – ହେମକୁଣ୍ଡ ସାହିବ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ହାତକୁ ନିଆ ଯାଇଥିବା ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ଧାର୍ମିକ ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପ୍ରବେଶକୁ ସହଜ କରିବା ଏବଂ ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଆର୍ଯ୍ୟନ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଧାମର ଦୁଇ କିଲୋମିଟର ପୂର୍ବରୁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟର କେଦାରନାଥରୁ ଫେରୁଥିଲା, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା ​​ସେହି ସ୍ଥାନଟି ଥିଲା କେଦାରନାଥ ଧାମକୁ ଯାଉଥିବା ପୁରୁଣା ରାସ୍ତା। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୭ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି।