Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର
ଆଜିର ଖବର

ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର

July 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ ପ୍ରଭାବିତ ଆସାମ, ମଣିପୁର, ମେଘାଳୟ, ମିଜୋରାମ, କେରଳ, ଉତ୍ତରାଖଣ୍ଡ ପାଇଁ ୧୦୬୬.୮୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଛଅଟି ବନ୍ୟା ପ୍ରଭାବିତ ରାଜ୍ୟ ମଧ୍ୟରୁ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍‍) ରୁ କେନ୍ଦ୍ରୀୟ ଅଂଶ ଭାବରେ ଆସାମକୁ ୩୭୫.୬୦ କୋଟି ଟଙ୍କା, ମଣିପୁରକୁ ୨୯.୨୦ କୋଟି ଟଙ୍କା, ମେଘାଳୟକୁ ୩୦.୪୦ କୋଟି ଟଙ୍କା, ମିଜୋରାମକୁ ୨୨.୮୦ କୋଟି ଟଙ୍କା, କେରଳକୁ ୧୫୩.୨୦ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡକୁ ୪୫୫.୬୦ କୋଟି ଟଙ୍କା ଦିଆଯାଇଛି। ଏହି ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଅତ୍ୟଧିକ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏହି ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାର ସମସ୍ତ ପରିସ୍ଥିତିରେ ରାଜ୍ୟମାନଙ୍କ ସହିତ ଦୃଢତାର ସହ ଛିଡା ହୋଇଛନ୍ତି।

ଚଳିତ ବର୍ଷ କେନ୍ଦ୍ର ସରକାର ୧୪ଟି ରାଜ୍ୟକୁ ଏସଡିଆରଏଫ୍ ୬୧୬୬.୦୦ କୋଟି ଟଙ୍କା ଏବଂ ୧୨ଟି ରାଜ୍ୟକୁ ଏନଡିଆରଏଫ୍ ରୁ ୧୯୮୮.୯୧ କୋଟି। ଟଙ୍କା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍) ରୁ ୫ଟି ରାଜ୍ୟକୁ ୭୨୬.୨୦ କୋଟି ଟଙ୍କା ଜାରି କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୨ଟି ରାଜ୍ୟକୁ ୧୭.୫୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାର ସମସ୍ତ ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ଆବଶ୍ୟକ ଏନଡିଆରଏଫ ଦଳ, ସେନା ଏବଂ ବାୟୁସେନା ସହାୟତା ସହିତ ସମସ୍ତ ଲଜିଷ୍ଟିକ୍ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଚଳିତ ବର୍ଷର ମୌସୁମୀ ସମୟରେ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏନଡିଆରଏଫ୍ ର ୧୦୪ଟି ଦଳ ନିୟୋଜିତ ହୋଇଛନ୍ତି।

ଆସାମ ଉତ୍ତରାଖଣ୍ଡ କେରଳ ବନ୍ୟା ମଣିପୁର ମିଜୋରାମ ମେଘାଳୟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026
Latest News

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.