
ଅଭିନେତା ସୈଫ୍ଅଲ୍ଲୀ ଖାନ୍ଙ୍କ ଆଗାମୀ ଫିଲ୍ମ ‘ଲାଲ୍ କପ୍ତାନ’ର ଫାଷ୍ଟ ଲୁକ୍ ଜାରି ହୋଇଛି। ଏହି ଫିଲ୍ମରେ ସୈଫ୍ ନାଗା ସାଧୁ ଭୂମିକାରେ ନଜର ଆସିବେ। ରିଭେଞ୍ଜ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ଫାଷ୍ଟଲୁକ୍ର ଏରୋସ୍ ଦ୍ବାରା ଜାରି କରାଯାଇଛି। ଏହି ଫାଷ୍ଟଲୁକ୍ ସହିତ ଏକ ଟ୍ୟାଗ୍ଲାଇନ୍ ମଧ୍ୟ ରହିଛି – ‘ରାଖ୍ ସେ ଜନ୍ମା… ରାଖ୍ ହୋ ଜାନେ କୋ’। ଫିଲ୍ମର ନିର୍ଦ୍ଦେଶନା ନବଦୀପ ସିଂହ କରିଛନ୍ତି। ପୋଷ୍ଟରରୁ ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଚିହ୍ନିବା ବହୁତ କଷ୍ଟକର। ତାଙ୍କର ଏହି ଲୁକ୍ ହଲିଉଡ୍ ଜ୍ୟାକ୍ ସ୍ପୋରିଙ୍କ ସହ ଅନେକାଂଶରେ ମିଳୁଛି ବୋଲି ଜଣାପଡିଛି। ଫିଲ୍ମଟି ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ ବୋଲି ଜଣାପଡିଛି।