୬ ଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ମୃତ: ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

Published: Oct 8, 2022, 6:56 pm IST

ଯୋଧପୁର: ଏହି ସମୟରେ ରାଜସ୍ଥାନର ଯୋଧପୁରରୁ ବଡ ଖବର ଆସୁଛି, ଯେଉଁଠାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୬ ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ପରେ କିର୍ତ୍ତୀ ନଗରରେ ୧୬ ଜଣ ଆହତ ହୋଇଥିବାବେଳେ ୨ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଯେ, ଏହି ବିସ୍ଫୋରଣରେ ଅନେକ ଗାଡି ମଧ୍ୟ ଜଳିଯାଇଛି। ଘଟଣା ପରେ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଯୋଧପୁରର ମାଗ୍ରା ପୁଞ୍ଜଲା ଅଞ୍ଚଳର କିର୍ତ୍ତୀ ନଗରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେତୁ ୪ ଜଣଙ୍କ ମୃତ୍ୟୁ ଏବଂ ଅନେକ ଲୋକଙ୍କ ଆଘାତ ବିଷୟରେ ଜାଣିବା ଅତ୍ୟନ୍ତ ଦୁଃଖଦାୟକ। ସ୍ଥାନୀୟ ପ୍ରଶାସନ ଠାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ନେଇ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts