Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହନୁମାନଙ୍କୁ ପ୍ରଭୃ ଶ୍ରୀରାମ ଲଙ୍କା ଯିବା ପାଇଁ କହିବାରୁ ସେ ପ୍ରଥମେ ମନା କରିଥିଲେ, ଜାଣନ୍ତୁ କାରଣ
ଆଜିର ଖବର

ହନୁମାନଙ୍କୁ ପ୍ରଭୃ ଶ୍ରୀରାମ ଲଙ୍କା ଯିବା ପାଇଁ କହିବାରୁ ସେ ପ୍ରଥମେ ମନା କରିଥିଲେ, ଜାଣନ୍ତୁ କାରଣ

October 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପଣ୍ଡିତ ସୌଭାଗ୍ୟ ଚନ୍ଦ୍ର

ସୀତା ହରଣ ପରେ ପ୍ରଭୃ ଶ୍ରୀରାମଙ୍କ ହନୁମାନଙ୍କ ସହିତ ସାକ୍ଷାତ ହେଲେ। ହନୁମାନ ଶ୍ରୀରାମଙ୍କୁ ଦେଖି ନିଜର ପ୍ରଭୃ ଭାବେ ସ୍ବୀକାର କରି ନେଲେ। ଏହାପରେ ହନୁମାନ ସୁଗ୍ରୀବ, ଜାମ୍ବବାନ ପ୍ରଭୃତି ବାନର ଯୋଦ୍ଧାଙ୍କ ସହିତ ଶ୍ରୀରାମଙ୍କୁ ପରିଚିତ କରାଇଥିଲେ। ସମସ୍ତେ ବସି ନିଷ୍ପତ୍ତି କଲେ ଯେ, ଲଙ୍କା ଯାଇ ସୀତାଙ୍କୁ ଉଦ୍ଧାର କରିବା। ସେଥିପାଇଁ ସମୁଦ୍ର ଭିତରେ ସେତୁ ନିର୍ମାଣ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହେଲା।

ତେବେ ତା ପୂର୍ବରୁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ଯିବା ପାଇଁ ନିର୍ଦ୍ଦେଶ ଦେଲେ। ସେଠାରେ ମାତା ସୀତା କିପରି ଅଛନ୍ତି ତାହା ତଦାରଖ କରି ଆସିବାକୁ କହିଲେ। କିନ୍ତୁ ହନୁମାନ ଲଙ୍କା ଯିବାକୁ ଅକ୍ଷମତା ପ୍ରକାଶ କଲେ। କାରଣ ସେ ସାତ ସମୁଦ୍ର ଡେଇଁ ଯାଇପାରିବେ ନାହିଁ ବୋଲି କହିଲେ। ହେଲେ ଏହି ସମୟରେ ଜାମ୍ବବାନ ହନୁମାନଙ୍କୁ ତାଙ୍କ ଶକ୍ତି ବିଷୟରେ ମନେ ପକାଇଲେ। ସେ କହିଲେ ଯେ ଆପଣ ହେଉଛନ୍ତି ପବନ ସୁତ ହନୁମାନ, ଆପଣ ଚାହିଁଲେ ବିନା ବାଧାରେ ସମୁଦ୍ର ପାର ହୋଇ ଯାଇପାରିବେ।

ତାପରେ ହନୁମାନଙ୍କର ସବୁ କଥା ସ୍ମରଣରେ ଆସିଲା। ତାଙ୍କର ଶକ୍ତି ସଂପର୍କରେ ସେ ନିଜେ ଅବଗତ ହେଲେ ଏବଂ ସାତ ସମୁଦ୍ର ପାର ହୋଇ ଲଙ୍କା ଯିବେ ବୋଲି ରାଜି ହେଲେ।

ତେବେ ହନୁମାନ କାହିଁକି ତାଙ୍କ ଶକ୍ତି ସଂପର୍କରେ ଭୁଲିଗଲେ?

ବାସ୍ତବରେ, ହନୁମାନଙ୍କୁ ବିଭିନ୍ନ ଦେବତା ଭିନ୍ନ ଭିନ୍ନ ଅସ୍ତ୍ର ଶସ୍ତ୍ର ପ୍ରଦାନ କରିଥିଲେ। ଏହି ଅସ୍ତ୍ରଶସ୍ତ୍ର ଯୋଗୁଁ ହନୁମାନ ପିଲାଦିନରୁ ବେଶ ଶକ୍ତିଶାଳୀ ହୋଇପଡିଲେ। ଫଳରେ ସେ ପିଲାଟି ଦିନରୁ ବହୁ ଦୁଷ୍ଟାମୀ ଈଉ ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି କରିବାକୁ ଲାଗିଲେ। ବିଶେଷକରି ସାଧୁସନ୍ଥଙ୍କ ଆଶ୍ରମରେ ପ୍ରବେଶ କରି ଫଳ, ଫୁଲ ଖାଇ ତାହାକୁ ନଷ୍ଟ କରିଦେଲେ। ରାସ୍ତାରେ ମୁନୀଋଷୀଙ୍କୁ ହଇରାଣ କରିବାକୁ ଲାଗିଲେ। ହନୁମାନଙ୍କ ଏପରି ତାଣ୍ଡବ ଦିନକୁ ଦିନ ବଢିବାରେ ଲାଗିଲେ। ସମସ୍ତେ ବିତଃସ୍ପୁତ ହୋଇ ହନୁମାନଙ୍କ ପିତା ପବନ ଦେବଙ୍କ ନିକଟରେ ଅଭିଯୋଗ କଲେ।

ହେଲେ ହନୁମାନଙ୍କ ପିତା ଏହାକୁ ଗ୍ରହଣ କଲେ ନାହିଁ। ସେମାନଙ୍କ ପୁତ୍ର ଏପରି କାମ କରିଥିବ ବୋଲି ପବନ ଦେବ ମାନିବାକୁ ନାରାଜ । ହେଲେ ସମାନଙ୍କ ଅନୁରୋଧ ରକ୍ଷା କରି ହନୁମାନଙ୍କୁ ତାଗିଦ କଲେ। ତାଗିଦ ସତ୍ବେ ହନୁମାନଙ୍କର ବାରମ୍ବାର ଦୁଷ୍ଟାମୀ ବଢି ଚାଲିଲା। ଏପରି ଦୁଷ୍ଟାମୀରେ ଉତକ୍ଷିପ୍ତ ହେଲେ ଋଷିଗଣ। ଦିନେ ଅଙ୍ଗିରା ଏବଂ ଭ୍ରୁଗୁ କ୍ରୋଧିତ ହୋଇ ହନୁମାନଙ୍କୁ ଅଭିଶାପ ଦେଲେ। ସେମାନେ କହିଲେ ଯେ ସେ ଯେଉଁ ଶକ୍ତି ନେଇ ଏପରି କାର୍ଯ୍ୟ କରୁଛନ୍ତି ସେହି ଶକ୍ତିକୁ ସେ ଭୁଲିଯିବେ। କିନ୍ତୁ କେହି ଯଦି ତାଙ୍କୁ ତାଙ୍କର ଶକ୍ତି ସଂପର୍କରେ ମନେପକାଇବେ ତେବେ ସେ ତାଙ୍କର ଶକ୍ତିକୁ ଉପଯୋଗ କରିପାରିବେ।

ଏହାପରେ ହନୁମାନ ବହୁ ବଡ କଠିନ କାମ କରିବାକୁ ଭୟ କଲେ। ସେ ପାରିବେ ନାହିଁ ବୋଲି ନିଜେ ଅନୁଭବ କଲେ। କିନ୍ତୁ ସେହି ସମୟରେ ତାଙ୍କୁ ଯଦି କେହି ତାଙ୍କର ଶକ୍ତି ଅଛି ସେ ପାରିବେ ବୋଲି ଅବଗତ କରାଏ ତେବେ ତାଙ୍କର ଦେହରେ ସେହି ଶକ୍ତି ଆଉ ମନୋବଳ ଫେରି ଆସେ।

ପ୍ରଭୃ ଶ୍ରୀରାମ ସୀତା ହରଣ ହନୁମାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026
Latest News

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.