
ନୂଆଦିଲ୍ଲୀ: ସୋମବାର ସୁଦ୍ଧା ନିର୍ବାଚନ ଚିହ୍ନ ପାଇଁ ବିକଳ୍ପ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଉଦ୍ଧବ ଠାକରେ ଦଳକୁ କହିଛନ୍ତି। ସୂଚନାନୁସାରେ, ଠାକରେ ଦଳ ନିର୍ବାଚନ ଆୟୋଗଙ୍କୁ ମଶାଲ, ସୂର୍ଯ୍ୟ ଉଦୟ କିମ୍ବା ତଲୱାରର ଚିହ୍ନ ମାଗିପାରନ୍ତି।
ବାସ୍ତବରେ, ନିଜର ଆଦର୍ଶ ଅନୁଯାୟୀ ନିର୍ବାଚନ ଚିହ୍ନର ମେଳ ଖାଉ ନ ଥିବାରୁ ଠାକରେ ଦଳ ଦ୍ଵନ୍ଦ୍ଵରେ ପଡିଛି। ନିର୍ବାଚନ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ଠାକରେ ଦଳ ପ୍ରସ୍ତୁତ ହେଉଛନ୍ତି।