ଧାମନଗରରେ ଧୂମ ମଚାଇଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

Published: Oct 9, 2022, 6:11 pm IST

ଧାମନଗର: ଆଜି ଧାମନଗରରେ ଧୂମ ମଚାଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଏହି ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦେଖାଇ ଦେଇଛନ୍ତି ବିଜେଡି ସଂଗଠନର ଶକ୍ତି। ଦଳର ଚାଲିଥିବା ପଦଯାତ୍ରା ଆଜି ଧାମନଗରରେ ଆୟୋଜିତ ହୋଇଥିଲା। ଏଥିରେ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।

ପ୍ରଣବ ଏବଂ ଦଳର ବରିଷ୍ଠ ନେତାମାନେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲଠାରେ ଅନୁଷ୍ଠିତ ସଭାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହାପରେ ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକଙ୍କ ବହୁ ନେତା ଉପସ୍ଥିତ ଥିଲେ ।ଏହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଷ୍ଣୁ ସେଠୀଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହିଁ।

Related posts