ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୦
ବରଗଡ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୨
ଝାରସୁଗୁଡା ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୧୩
ମୟୂରଭଞ୍ଜ ଜିଲ୍ଲାରୁ- ୨
ନବରଙ୍ଗପୁର ଜିଲ୍ଲାରୁ- ୧
ନୂଆପଡା ଜିଲ୍ଲାରୁ- ୧
ପୁରୀ ଜିଲ୍ଲାରୁ- ୪
ସମ୍ବଲପୁର ଜିଲ୍ଲାରୁ- ୧୮
ସୁନ୍ଦରଗଡ ଜିଲ୍ଲାରୁ- ୧୨
ଷ୍ଟେଟ ପୁଲରୁ- ୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୯୫୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୧୧୧ ଏବଂ ବର୍ତ୍ତମାନ ୫୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।