Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀରେ ୬୦୦ ଏମ୍‌ବିପିଏସ୍ ୫ଜି ସ୍ପିଡ୍ ହାସଲ
ଆଜିର ଖବର

ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀରେ ୬୦୦ ଏମ୍‌ବିପିଏସ୍ ୫ଜି ସ୍ପିଡ୍ ହାସଲ

October 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ସ୍ପିଡ୍ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍ ସ୍ପିଡ୍ ହାସଲ କରିଛି। ଏହି ସମୟରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଉଥିବା ୫ଜି ସେବାରେ ଡାଉନ୍‌ଲୋଡ୍ ସ୍ପିଡ୍ ୫୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ପହଂଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଉଭୟ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛନ୍ତି, ଓକ୍‌ଲା ପକ୍ଷରୁ ସେହି ଚାରି ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ର ତୁଳନା କରାଯାଇଛି। ଏୟାରଟେଲ୍ ପକ୍ଷରୁ ୮ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରାଯାଇଥିବା ବେଳେ ଜିଓ ପକ୍ଷରୁ ଟ୍ରୁ-୫ଜି ଭାବେ ପରିଚିତ ୫ଜି ସେବାର ବିଟା ପରୀକ୍ଷଣକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ସହରରେ କିଛି ନିର୍ଦିଷ୍ଟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି।

ଓକ୍‌ଲାର “ସ୍ପିଡ୍‌ଟେଷ୍ଟ ଇଟେଂଲିଜେନ୍ସ’ ରିପୋର୍ଟ ଅନୁସାରେ ଗତ ଜୁନ୍‌ରୁ ଏବେ ପର୍ଯ୍ୟନ୍ତର ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯୭.୯୮ ଏମ୍‌ବିପିଏସ୍ ରହିଥିବା ବେଳେ ରିଲାଏନ୍ସ ଜିଓର ନେଟ୍‌ୱର୍କରେ ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୯୮.୫୮ ଏମ୍‌ବିପିଏସ୍ ରହିଛି। ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ୍‌ର ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ତିନି ଗୁଣା ଅଧିକ ରହିଛି।

୫ଜିର ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ସର୍ବାଧିକ ପାର୍ଥକ୍ୟ କୋଲକାତାରେ ଦେଖିବାକୁ ମିଳିଛି । କୋଲକାତାରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ମାତ୍ର ୩୩.୮୩ ଏମ୍‌ବିପିଏସ୍ ରହିଥିବା ବେଳେ ଜିଓର ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ତା’ଠାରୁ ୧୪ ଗୁଣା ଅଧିକ ଅର୍ଥାତ ୪୮୨.୦୨ ଏମ୍‌ବିପିଏସ୍ ରହିଛି।

ବାରାଣାଣୀ ହେଉଛି ଏକମାତ୍ର ସହର ଯେଉଁଠାରେ ଉଭୟ ଏୟାରଟେଲ୍ ଓ ଜିଓର ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ପ୍ରାୟ ସମାନ ରହିଥିଲା। ବାରାଣାସୀରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୪୮୫.୨୨ ଏମ୍‌ବିପିଏସ୍ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୧୬.୫୭ ଏମ୍‌ବିପିଏସ୍ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଟେଲିକମ୍ ଅପରେଟରମାନେ ଏବେବି ନିଜ ନେଟ୍‌ୱର୍କକୁ ରିକାଲିବ୍ରେଟ୍ କରିବା କାର୍ଯ୍ୟ ଜାରି ରଖିଛନ୍ତି। ଯେତେବେଳେ ନେଟ୍‌ୱର୍କକୁ କମର୍ସିଆଲ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବ ସେତେବେଳେ ସ୍ପିଡ୍ ଅଧିକ ସ୍ଥିର ହେବା ଆଶା କରାଯାଉଛି।

ଭାରତର ସବୁଠୁ ଘନତ୍ୱ ବିଶିଷ୍ଟ ଜନସଂଖ୍ୟାର ସହର ହେଉଛି ମୁମ୍ବାଇ ଯେଉଁଠାରେ ଜିଓଠାରୁ ବହୁ ପଛରେ ରହିଯାଇଛି ଏୟାରଟେଲ୍। ଓକ୍‌ଲା ପକ୍ଷରୁ ୨୦୨୨ ଜୁନ୍‌ଠାରୁ ଉପଲବ୍ଧ ତଥ୍ୟ ଅନୁସାରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏହି ସହରରେ ୫୧୫.୩୮ ଏମ୍‌ବିପିଏସ୍ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୨୭୧.୦୭ ଏମ୍‌ବିପିଏସ୍ ରହିଛି।

ଜିଓ 5ଜି ଦିଲ୍ଲୀ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026
Latest News

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.