ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୪
ବରଗଡ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୦
ଗଞ୍ଜାମ ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୨
ଝାରସୁଗୁଡା ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୬
କନ୍ଧମାଳ ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୧୩
ମୟୂରଭଞ୍ଜ ଜିଲ୍ଲାରୁ- ୨
ନୟାଗଡ ଜିଲ୍ଲାରୁ- ୨
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୧୫
ସୁନ୍ଦରଗଡ ଜିଲ୍ଲାରୁ- ୧୨
ଷ୍ଟେଟ ପୁଲରୁ- ୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।