ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ- ୭
ଦେବଗଡ ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୨
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୬
ଖୋର୍ଦ୍ଧା ଜିଲ୍ଲାରୁ- ୮
ମୟୂରଭଞ୍ଜ ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୧
ନୂଆପଡା ଜିଲ୍ଲାରୁ- ୩
ପୁରୀ ଜିଲ୍ଲାରୁ- ୮
ସମ୍ବଲପୁର ଜିଲ୍ଲାରୁ- ୭
ସୁନ୍ଦରଗଡ ଜିଲ୍ଲାରୁ- ୧୪
ଷ୍ଟେଟ ପୁଲରୁ- ୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୬୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୮୭୩ ଏବଂ ବର୍ତ୍ତମାନ ୫୦୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।