Cyclone Breaking: ସାମ୍ଭବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବ ଡାକିଲେ ଜରୁରୀ ବୈଠକ

Published: Oct 20, 2022, 12:09 pm IST

ଭୁବନେଶ୍ବର: ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଛନ୍ତି ଜରୁରୀ ବୈଠକ। ଏହି ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ହେବ। ମୁଖ୍ୟ ଶାସନ ସଚିବ ଏହି ବୈଠକର ଅଧ୍ୟକ୍ଷତା କରିବେ। ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ଫୋନ କରି ଜଣାଇ ଦିଆଯାଇଛି। ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଏସଆରସି, ଭାରତୀୟ ପାଣିପାଗ ବିଭାଗ, ଶକ୍ତି ବିଭାଗ ପ୍ରମୁଖରେ ରହିବେ।

ପାଣିପାଗ ସୂଚନା ଅନୁସାରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏହି ଲଘୁଚାପ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେଉଛି। ଏହା ଆସନ୍ତା 22 ତାରିଖ ବେଳକୁ ଅବପାତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି 23 ତାରିଖ ବେଳକୁ ଏହା ଗଭୀର ଅବପାତ ହେବ ବୋଲି ଜଣାପଡିଛି। ଏହା ଯଦି ସକ୍ରିୟ ରୁହେ ତେବେ 25 ତାରିଖ ବେଳକୁ ବାତ୍ୟା ହେବା ନିଶ୍ଚିତ ବୋଲି ଜଣାପଡିଛି।

 

Related posts