ଆଜି ସୂର୍ଯ୍ୟ ପରାଗ କେଉଁଠି କେଉଁ ସମୟରେ ଏହା ସଂଗଠିତ ହେବ

Published: Oct 25, 2022, 6:55 am IST

ନୂଆଦିଲ୍ଲୀ: ଆଜି ହେଉଛି ସୂର୍ଯ୍ୟ ପରାଗ। ଭାରତରେ ଏହି ପରାଗ ଆଂଶିକ ଦୃଶ୍ୟମାନ ହେଉଛି। ଅନ୍ୟ କେତେକ ଦେଶରେ ଏହା ସଂପୂର୍ଣ୍ଣ ପରାଗ ସଂଗଠିତ ହେଉଛି। ତେବେ ଭାରତର ବିଭିନ୍ନ ରାଜ୍ୟର ଭୌଗଳିକ ସ୍ଥିତି ଅନୁସାରେ ଏହି ପରାଗ ଅଳ୍ପଅଳ୍ପ ଅନ୍ତରରେ ଦୃଷ୍ଟି ଗୋଚର ହେବ।

ମହାକାଶ ବିଶେଷଜ୍ଞ ଅନୁସାରେ କେଉଁ ସ୍ଥାନରେ ଏହି ଗ୍ରହଣ କେତେବେଳେ ଦୃଶ୍ୟ ହେବ ଏବଂ କେତେବେଳେ ଶେଷ ହେବ ତାହାର ସମୟ ନିର୍ଦ୍ଧାରଣ କରିଛନ୍ତି। ସେହି ଅନୁସାରେ..

ନୂଆଦିଲ୍ଲୀ-  ଅପରାହ୍ନ ୦୪ ଟା ୨୮ ମିନଟ ରୁ ୦୫ଟା ୪୨
କୋଲକାତା – ଅପରାହ୍ନ ୦୪ ଟା ୫୧ ମିନଟ ରୁ ୦୫ ଟା ୦୪
ମୁମ୍ବାଇ – ଅପରାହ୍ନ ୦୪ଟା ୪୯ ରୁ ସଂଧ୍ୟା ୦୬ ଟା୦୯
ଚେନ୍ନାଇ – ଅପରାହ୍ନ ୦୫ ଟା ୧୩ ମିନିଟ ରୁ ୦୫ ଟା ୪୫
ପାଟନା – ଅପରାହ୍ନ ୦୪ ଟା ୪୨ ରୁ ୦୫ ଟା୧୪

ଜୟପୁର – ଅପରାହ୍ନ ୦୪ ଟା ୩୧ମିନିଟ ରୁ ୦୫ ଟା ୫୦
ଲକ୍ଷ୍ନୌ- ଅପରାହ୍ନ ୦୪ ଟା ୩୬ ମିନଟରୁ ୦୫:୨୯
ହାଇଦ୍ରାବାଦ- ଅପରାହ୍ନ ୦୪ ଟା ୫୮ ମିନଟରୁ ୦୫ ଟା ୪୮
ବାଙ୍ଗାଲୋର – ଅପରାହ୍ନ ୦୫ ଟା ୧୨ ମିନିଟ ରୁ ୦୫ ଟା ୫୬
ଅହମ୍ମଦାବାଦ – ଅପରାହ୍ନ ୦୪ ଟା ୩୮ ମିନଟରୁ ୦୬ ଟା୦୬

ଭୁବନେଶ୍ବର- ଅପରାହ୍ନ ୦୪ ଟା ୫୬ ମିନଟ ରୁ ୦୫ ଟା ୦୪ ମିନଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି ଜଣାପଡିଛି।

Related posts