ଆସନ୍ତା ୨୯ ତାରିଖରେ ନବୀନ ନିବାସ ଘେରାଉ ପ୍ରଦେଶ ଛାତ୍ର କଂଗ୍ରେସ

Published: Oct 26, 2022, 11:31 pm IST

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍ମାର ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆସନ୍ତା ଶନିବାର ୨୯ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନୱାଜ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କର ଅଡିଓ ଭାଇରାଲ ହେବାରେ ଲାଗିଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ଆଣି ନାହିଁ। ଏହି ଦାବୀକରି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବା ବୋଲି ନୱାଜ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନଳିନୀକାନ୍ତ ନାୟକ, ରଞ୍ଜିତ ସେନାପତି ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related posts