
ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିଯୁକ୍ତ ଚାରିଜଣ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି। ଏହି ଚାରିଜଣ ବିଚାରକମାନେ ହେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ୍ ବିଆର ଗବଇ, ହିମାଚଳ ହାଇକୋର୍ଟର ଚିପ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଝାରଖଣ୍ଡର ଜିଷ୍ଟ ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଗୋହ୍ବାଟୀ ହାଇକୋର୍ଟର ଚିପ୍ ଜଷ୍ଟିସ୍ ଏ ଏସ୍ ବୋପାନ୍ନ। ଏହି ଚାରିଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଶୁକ୍ରବାରଦିନ ଶପଥ ପାଠ କରାଇବେ। ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୨୭ ଜଣ ବିଚାରପତି ରହିଥିଲେ। ଏହି ବିଚାରକଙ୍କ ମଧ୍ୟରୁ ଦୁଇଜଣ ବିଚାରପତି ଆଗାମୀ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ବୋଲି ସୂଚନା ରହିଛି।