Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ଏକାସାଙ୍ଗରେ ନିର୍ବାଚନ ସପକ୍ଷରେ ୮୧% ଲୋକ: ୧୭ ଦଳ ମଧ୍ୟ ଦେଲେ ମତାମତ

ନୂଆଦିଲ୍ଲୀ: ଦେଶର ୮୧% ଲୋକ ଏକାଠି ନିର୍ବାଚନ କରିବାକୁ ମତାମତ ଦେଇଛନ୍ତି। ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ପ୍ୟାନେଲକୁ ସାରା ଦେଶରୁ ୨୧ ହଜାର ପରାମର୍ଶ ମିଳିଛି। ଏହା ଉପରେ ୧୭ଟି ରାଜନୈତିକ ଦଳ ମଧ୍ୟ ନିଜର ମତ ରଖିଛନ୍ତି। କମିଟି ୪୬ଟି ଦଳର ମତାମତ ଲୋଡ଼ିଥିଲା। ଜାନୁଆରୀ ୨୧ ତାରିଖ ରବିବାର ଏକ ସରକାରୀ ବିବୃତିରେ ଏହା ପ୍ରକାଶ ପାଇଛି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜାନୁଆରୀ ୫ତାରିଖରେ ଏକ ନୋଟିସ୍ ଜାରି କରି ଜାନୁଆରୀ ୧୫ ତାରିଖ ସୁଦ୍ଧା ଜନସାଧାରଣଙ୍କ ଠାରୁ ପରାମର୍ଶ ମାଗିଥିଲେ। ତେବେ କଂଗ୍ରେସ ଓ ଟିଏମସି ସମେତ ଅନେକ ବିରୋଧୀ ଦଳ ଏକ ଦେଶ-ଗୋଟିଏ ନିର୍ବାଚନକୁ ବିରୋଧ କରିଛନ୍ତି।

ଜାନୁଆରୀ ୨୧ ତାରିଖ ରବିବାର ଦିନ ଏକ ରାଷ୍ଟ୍ର-ଗୋଟିଏ ନିର୍ବାଚନ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୨୦,୯୭୨ଟି ପ୍ରସ୍ତାବ ଆସିଛି। ଗୁଲାମ ନବୀ ଆଜାଦ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି କଶ୍ୟପ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ନିର୍ବାଚନ ଆୟୋଗଙ୍କ ପରାମର୍ଶକୁ ମଧ୍ୟ କମିଟି ଗୁରୁତ୍ୱ ଦେଇଛି। ଜାନୁଆରୀ ୨୭ରେ କମିଟିର ବୈଠକ ବସିବାର ସମ୍ଭାବନା ରହିଛି।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କ’ଣ?

ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଅର୍ଥ ସମଗ୍ର ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା। ଅର୍ଥାତ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।

ପ୍ରସ୍ତୁତ ହେଲା ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ବ୍ଲୁପ୍ରିଣ୍ଟ, ସହମତି ହେଲେ ୨୦୨୯ରୁ କାର୍ଯ୍ୟକାରୀ ହେବ ଯୋଜନା

ଏକ ଦେଶ-ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ। ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ।

ଚଳିତ ମାସ ପ୍ରାରମ୍ଭରେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ସାମିଲ କରାଯାଇ ନାହିଁ। ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାକୁ ନେଇ ରାଜ୍ୟପାଳଙ୍କ ସହ କଥା ହେଲେ ରାଷ୍ଟ୍ରପତି, ନିଜାମୁଦ୍ଦିନ ମକରଜ୍‌କୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ସଙ୍କଟ କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପ ରାଜ୍ୟପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ମଧ୍ୟ ଏହି ଭିଡିଓ କନ୍‌ଫରେନ୍ସିଂରେ ଭାଗ ନେଇଥଲେ । ରାଷ୍ଟ୍ରପତି ଏହି ଭିଡିଓ କନ୍‌ଫରେନ୍ସିଂରେ ନିଜାମୁଦ୍ଦିନ୍ ମକରଜ୍ ଏବଂ ଆନନ୍ଦ ବିହାର ବସ୍ ଷ୍ଟାଣ୍ଡ ଭିଡକୁ ନେଇ ଉଦ୍‌ବେଗ ପ୍ରକାଶ କରୁଥିଲେ।

ଏପରି ଭିଡ ଦେଶରେ କରୋନା ସଂକ୍ରମଣ ବଢାଉଥିବାରୁ ସେଥିପ୍ରତି ଧ୍ୟାନ ଦେବା ପାଇଁ ରାଷ୍ଟ୍ରପତି କହିଥିଲେ । ଦେଶର କରୋନା ମୁକାବିଲାକୁ ପ୍ରତିହତ କରିବା ପାଇଁ ଏପରି ଷଡଯନ୍ତ୍ର ରଚା ଯାଉଥିଲେ ମଧ୍ୟ ଦେଶ ଏକାଠି ହୋଇ ଏହି ସଙ୍କଟରୁ ବାହାରିବ ବୋଲି ରାଷ୍ଟ୍ରପତି ମତ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ଦେଶବାସୀ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକ ମହିଳାଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି । ଆସନ୍ତା କାଲି ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଷ୍ଟ୍ରପତି ଏହି ମତ ଦେଇଛନ୍ତି । ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏକ ସୁରକ୍ଷିତ ସମାଜ, ଦେଶ ଏବଂ ବିଶ୍ବ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ମହିଳା ମାନଙ୍କ ପ୍ରତି ନିଜର ସମ୍ମାନ ଜାହିର କରିବା ପାଇଁ ଏହି ଦିନରେ ପ୍ରତ୍ୟେକ ଭାରତୀୟ ଶପଥ ନେବା ଉଚିତ୍‌ ବୋଲି ରାଷ୍ଟ୍ରପତି ନିଜ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 154 ପୂର୍ବତନ ସେନା ଓ ନୌସେନା ଅଧିକାରୀ

ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଏହି ଆନ୍ଦୋଳନ ପଛରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭୂମିକା ରହିଥିବା ନେଇ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ମନୋରଂଜନ

ସ୍ବତନ୍ତ୍ର ଉତ୍ସବରେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେରେ ସମ୍ମାନିତ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,29/12 : ଅସୁସ୍ଥତା କାରଣରୁ ଜାତୀୟ ଚଳଚିତ୍ର ପୁରସ୍କାରରେ ଅନୁପସ୍ଥିତ ରହିଥିବା ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରବିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଅମିତାଭଙ୍କୁ ସମ୍ମାନିତ କରିଛନ୍ତି । ଜୀବନବ୍ୟାପୀ ସାଧନା ପାଇଁ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 190ରୁ ଅଧିକ ହିନ୍ଦି ଫିଲ୍ମରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ପୂର୍ବରୁ 4 ଥର ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ହାସଲ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ଆଇନରେ ପରିଣତ ହେଲା ସିଏବି

ନୂଆଦିଲ୍ଲୀ,13/12 : ଶେଷରେ ଆଇନରେ ପରିଣତ ହେଲା ନାଗରକତ୍ବ ସଂଶୋଧନ ବିଲ୍‌ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ଗୁରୁବାର ବିଳମ୍ବିତ ରାତ୍ରରେ ରାଷ୍‌ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୂର୍ବରୁ ବିଲ୍‌ଟି ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ଏବଂ ଏହା ଆଇନରେ ପରିଣତ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲୋକସଭାରେ ଏହି ବିଲ୍‌ଟି ସୋମବାର ପାଶ୍‌ ହୋଇଥିବା ବେଳେ ବୁଧବାର ଦିନ ରାଜ୍ୟସଭାରେ ପାଶ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହି ନିୟମ ଅନୁଯାୟୀ ଭାରତରେ 6 ବର୍ଷରୁ ଅଧିକ ଦିନ ଅବସ୍ଥାନ କରିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ନାଗରିକଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ ।(ଏଜେନ୍ସୀ)

Categories
ଆଜିର ଖବର

ପୋକ୍ସୋ ଆକ୍ଟରେ ମିଳିବନି ରାଜକ୍ଷମାର ଆବେଦନ : ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,6/12: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।

Categories
ଆଜିର ଖବର

70ତମ ସମ୍ବିଧାନ ଦିବସ :ଡିଜିଟାଲ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ କୋବିନ୍ଦ

ନୂଆଦିଲ୍ଲୀ,26/11 :ରାଷ୍ଟ୍ରପତି ରାମନାଥ କୋବିନ୍ଦ 70ତମ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ପ୍ରମୁଖ ଅଂଶଗ୍ରହଣ କରିବେ । ସକାଳ 11ଟାରେ ସଂସଦ ଭବନରେ ଏହି ଡିଜିଟାଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, 1950 ମସିହା ଜାନୁୟାରୀ 26 ତାରିଖରେ ସମ୍ବିଧାନ ପ୍ରଣୟନ କରାଯାଇଥିଲେ ମଧ୍ୟ 1949 ନଭେମ୍ବର 26 ତାରିଖରେ ଏହାକୁ ଗ୍ରହଣ କରାଯାଇଥିଲା । ତେଣୁ ନଭେମ୍ବର 26କୁ ସମ୍ବିଧାନ ଦିବସ ଭାବରେ ପାଳିତ କରାଯାଉଛି । ସେହିପରି ମହାରାଷ୍ଟ୍ର ରାଜନୀତିକୁ ବିରୋଧ କରି କଂଗ୍ରେସ, ଏନ୍‌ସିପି, ଟିଏମ୍‌ସି ଏବଂ ଡିଏମ୍‌କେ ପରି ଦଳ ସଂସଦ ଭବନ ପରିତ୍ୟାଗ କରି ଆମ୍ବେଦକର ପ୍ରତିମା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ଚାରି ବିଚାରପତିଙ୍କ ନିଯୁକ୍ତିଙ୍କୁ ମଂଜୁରୀ ଦେଲେ ରାଷ୍ଟ୍ରପତି

ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ଚାରିଜଣ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି। ଏହି ଚାରିଜଣ ବିଚାରକମାନେ ହେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ବିଆର ଗବଇ, ହିମାଚଳ ହାଇକୋର୍ଟର ଚିପ୍‌ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଝାରଖଣ୍ଡର ଜିଷ୍ଟ ଜଷ୍‌ଟିସ୍‌ ଅନିରୁଦ୍ଧ ବୋଷ ଓ ଗୋହ୍ବାଟୀ ହାଇକୋର୍ଟର ଚିପ୍‌ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନ। ଏହି ଚାରିଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଶୁକ୍ରବାରଦିନ ଶପଥ ପାଠ କରାଇବେ। ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୨୭ ଜଣ ବିଚାରପତି ରହିଥିଲେ। ଏହି ବିଚାରକଙ୍କ ମଧ୍ୟରୁ ଦୁଇଜଣ ବିଚାରପତି ଆଗାମୀ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ବୋଲି ସୂଚନା ରହିଛି।