ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 154 ପୂର୍ବତନ ସେନା ଓ ନୌସେନା ଅଧିକାରୀ

Published: Jan 24, 2020, 5:47 pm IST

ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଏହି ଆନ୍ଦୋଳନ ପଛରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭୂମିକା ରହିଥିବା ନେଇ କୁହାଯାଇଛି । (ଏଜେନ୍ସୀ)

Related posts