‘ମନ୍ କି ବାତ୍’ ରେ ଓଡିଶାର ଜଣେ ଝିଅର କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ ?

Published: Oct 30, 2022, 6:29 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ କି ବାତ କାର୍ଯ୍ୟକ୍ରମ ଥିଲା। ଏହା ହେଲା ତାଙ୍କର 94 ତମ ଅଧ୍ୟାୟ। ପ୍ରତି ମାସ ଶେଷ ରବିବାରରେ ସେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ତାଙ୍କର ମନର କଥା କହିଥାନ୍ତି। ଏଥିରେ ସେ ଦେଶର ଅଗ୍ରଗତି ସହିତ କେଉଁ ରାଜ୍ୟର କିଏ ସେ ସଫଳତା ହାସଲ କଲା ତାହାର ଉଦାହରଣ ମଧ୍ୟ ଦେଇଥାନ୍ତି।

ସେହିପରି କ୍ଷେତ୍ରରେ ସେ ପ୍ରାୟ ଅନେକ ଥର ଓଡିଶାର ଭିନ୍ନ ସଫଳ ବ୍ୟକ୍ତିଙ୍କୁ ସଂପର୍କରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଛନ୍ତି। ଏଥର ମଧ୍ୟ ସେ ଓଡିଶାର କେଉଁଝର ଜିଲ୍ଲାର କରଦାପାଳ ଗାଁର ଝିଅ କୁନ୍ନି ଦେଓରି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଯେ, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି । ସେ ଆଦିବାସୀ ମହିଳାମାନଙ୍କୁ ସୌରଶକ୍ତିରେ ଚାଲୁଥିବା ରିଲିଙ୍ଗ୍ ମେସିନରେ ସିଲ୍‌କ ସୂତାକଟା ତାଲିମ ଦେଇଥାନ୍ତି ।

ସୌରମେସିନ କାରଣରୁ ଏହି ଆଦିବାସୀ ମହିଳାଙ୍କ ଉପରେ ବିଜୁଳି ବିଲ୍‌ର ବୋଝ ପଡ଼େ ନାହିଁ ଏବଂ ସେମାନଙ୍କର ଆୟ ହେଉଛି। ଏହା ହିଁ ତ ସୂର୍ଯ୍ୟଦେବଙ୍କ ସୌରଶକ୍ତିର ବରଦାନ। ବରଦାନ ଆଉ ପ୍ରସାଦ ତ ଯେତିକି ଅଧିକ ହୁଏ, ସେତିକି ଭଲ ହୋଇଥାଏ। ସେଥିପାଇଁ ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ଯେ ଆପଣମାନେ ମଧ୍ୟ ଏଥିରେ ଯୋଡ଼ି ହୁଅନ୍ତୁ ଓ ଅନ୍ୟକୁ ମଧ୍ୟ ଯୋଡ଼ନ୍ତୁ ।

Related posts