Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ
ଆଜିର ଖବର

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

October 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର, ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ।

ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସଞ୍ଚୟ କରି ନିଜର ଆର୍ଥିକ ସ୍ୱଚ୍ଛଲତା ଓ ସୁରକ୍ଷିତ ଭବିଷ୍ୟତ କୁ ନିଶ୍ଚିତ କରିବାକୁ ଆହ୍ଵାନ କରିଥିଲେ। ଆମର କଷ୍ଟଉପାର୍ଜିତ ଧନକୁ କୌଣସି ଅଣ ସ୍ଵୀକୃତିପ୍ରାପ୍ତ ଅଣ ପଞ୍ଜୀକୃତ ଆର୍ଥିକ ଅନୁଷ୍ଠାନ ରେ ଅତ୍ୟଧିକ ସୁଧ ହାର ଓ ଦ୍ଵିଗୁଣିତ ରାଶି ର ପ୍ରଲୋଭନରେ କଦାପି ଭରସା ନ କରିବା, ଚିଟ୍ ଫଣ୍ଡରୁ ଦୂରେଇ ରହିବା ତଥା କେବଳ ରିଜର୍ଭ ବ୍ୟାଙ୍କ ଓ ସରକାର ଦ୍ବାରା ସ୍ଵୀକୃତିପ୍ରାପ୍ତ,ଅଧିକୃତ ଓ ପଞ୍ଜୀକୃତ ଅନୁଷ୍ଠାନ ବା ସଂସ୍ଥା ରେ ଅର୍ଥ ନିବେଶ କରିବାକୁ ଏହି ସଞ୍ଚୟ ରଥ ଦ୍ଵାରା ସମସ୍ତଙ୍କୁ ସଚେତନ କରାଯାଉଛି।

ମିତବ୍ୟୟୀ ବିନିଯୋଗ ଅର୍ଥ ଅପଚୟ ରୋକିବା ସହ ସ୍ୱଳ୍ପ ସଞ୍ଚୟ ଭବିଷ୍ୟତ ର ବିଭିନ୍ନ ଆବଶ୍ୟକତା ପୁରାଣ କରିଥାଏ ଏବଂ ଜରୁରୀକାଳୀନ ଆବଶ୍ୟକତା ପୁରାଣ କରିଥାଏ।
ସଞ୍ଚୟ ରଥ ଆଜି ସଦର ବ୍ଲକର ରିଶିଗାଁ, ମାଲ ଗାଁ, କୁଟ୍ରୁଖମାର୍ ଗ୍ରାମପଞ୍ଚାୟତ ଯାଇ ମାଇକ ଦ୍ଵାରା ସଚେତନ କରିବ। ଆସନ୍ତା କାଲି ଜୁନାଗଡ ଏନ ଏ ସି ଓ ବ୍ଲକ ଅଞ୍ଚଳ ରେ ସଚେତନତା ଅଭିଯାନ କରିବ।

କଳାହାଣ୍ଡି ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026
Latest News

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.