ଜୟପୁରକୁ ଉଡିଲା ବିମାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୁଭାରମ୍ଭ

Published: Oct 31, 2022, 8:35 pm IST

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଛି ଯାତ୍ରୀବାହୀ ବିମାନ।ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଆଜି ଏହିତ ବିମାନ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିଥିଲା। ଏହା ଜୟପୁର ବିମାନବନ୍ଦରରେ ଅପରାହ୍ନରେ ଅବତରଣ କରିଥିଲା।

ସେହିପରି ଏହି ବିମାନ ଆଜି ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିଥିଲା। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ବିମାନ ଚଳାଚଳ କରାଯାଉଛି।  ଯେଉଁମାନେ ଏଥିରେ ଯିବାକୁ ଚାହୁଁଛନ୍ତି ସେମାନେ ଏହି ସେବା ଦେଉଥିବା ଇଣ୍ଡିଆ ୱାନ ଏୟାର କଂପାନୀ ୱେବସାଇଟକୁ ଯାଇ ବୁକିଂ କରିବାକୁ ପଡିବ।

Related posts