ଆଉ କିଛି ସମୟ ପରେ ଆରମ୍ଭ ହେବ ଧାମନଗର ଭୋଟ ଗଣତି, ଅପରାହ୍ନରେ ଫଳାଫଳ

Published: Nov 6, 2022, 7:18 am IST

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ଧାମନଗର ଉପନିର୍ବାଚନର ଭୋଟ ଗଣତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କାର‌୍ୟ୍ୟସୂଚୀ ଅନୁଯାୟୀ ଗଣନା ସକାଳ ୮.୦୦ ରୁ ଆରମ୍ଭ ହେବ। ଭଦ୍ରକ ଜିଲ୍ଲାପଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନରେ ଏହି ଗଣନା କରାଯିବ। ପ୍ରଥମ ରାଉଣ୍ଡ ଭାବରେ ଡାକ ବାଲାଟ ଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏହାପରେ ସକାଳ ୮.୩୦ ରୁ ଇଭିଏମରେ ସିଲ ହୋଇଥିବା ଭୋଟ ଗଣନା ଆରମ୍ଭ କରାଯିବ ବୋଲି କୁହାଯାଇଛି। ଇଭିଏମ୍ ଗଣନା ପାଇଁ ୧୪ ଟି କାଉଣ୍ଟିଂ ଟେବୁଲ୍ ଏବଂ ଡାକ ବାଲାଟ୍ ଗଣନା ପାଇଁ ଗୋଟିଏ କାଉଣ୍ଟିଂ ଟେବୁଲ୍ ଅଛି। ଏହି ନିର୍ବାଚନ ମଣ୍ଡଳିରେ ହୋଇଥିବା ୨୫୨ ବୁଥର ପ୍ରାୟ ୧୮ ରାଉଣ୍ଡ ଗଣନା ହେବ। ଶେଷରେ, କ୍ରସ ଯାଞ୍ଚ ପାଇଁ ମନଇଚ୍ଛା ମନୋନୀତ ୫ଟୁ ବୁଥର VVPAT  ଗଣନା କରାଯିବ। ଆଜି ଅପରାହ୍ନ ସୁଦ୍ଧା ଫଳାଫଳ ଆସିଯିବ ବୋଲି ଅନୁମାନ କରାଯାଇଛି।

Related posts