Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ବିରୋଧରେ ବିଶାଳ ଚାଷୀ ସମାବେଶ
ଆଜିର ଖବର

ଚିଲିକାରେ ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ବିରୋଧରେ ବିଶାଳ ଚାଷୀ ସମାବେଶ

November 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଏହିପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟଙ୍କ ଆବାହକତ୍ଵରେ ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଶ୍ରୀଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୫ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଚାଷୀ ଏକତ୍ରିତ ହୋଇଥିଲେ। ବଡକୂଳ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ବେହେରାଙ୍କ ସଭାପତିତ୍ଵରେ ଆଜି ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଖବର ମୁତାବକ ବାଲୁଗାଁ ସହର ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନାଗମନ ପାଇଁ କଲିକତା ଠାରୁ ବିଜୟୱଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ଏକାଧିକ ସର୍ଭେ ଉକ୍ତ ଅଞ୍ଚଳରେ କରୁଥିବାର ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଚାଷୀ ଅବା ବ୍ୟକ୍ତିବିଶେଷ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ କେଉଁ କେଉଁ ଗ୍ରାମ ତାହାର ସତ୍ତା ହରାଇବାକୁ ଯାଉଛି ଏସମ୍ପର୍କରେ କାହା ପାଖରେ କୋୖଣସି ସଠିକ ତଥ୍ୟ ନଥିବା ଜଣାପଡ଼ିଛି।

ଏକ ଅନୁସନ୍ଧାନରୁ ଏହାର ସତ୍ୟତା ଥିବା ଜଣାଯାଇଛି। ୧୦/୦୮/୨୦୨୨ ତାରିଖରେ ପତ୍ର ସଂଖ୍ୟା ୧୨୪୭୨ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ତରଫରୁ ବେଗୁନିଆ, ଟାଙ୍ଗି, ଚିଲିକା ଓ ବାଣପୁର ତହସିଲଦାର ଏବଂ ବିଡ଼ିଓଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି। ଯାହାଫଳରେ ଚିଲିକା ବ୍ଲକର ବଡ଼କୁଳ, ଡୁଙ୍ଗମାଳ, ଅଠର ବାଟିଆ, ନିମିକ୍ଷେତା ଏବଂ ବାଣପୁର ବ୍ଲକର ନନ୍ଦପୁର ଗ୍ରାମପଂଚାୟତ ଗୁଡିକ ଏହି ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏନେଇ ସମବେତ ପଂଚାୟତବାସୀ ଏକ କମିଟି ଗଠନ କରିଛନ୍ତି।

https://thesamikhsya.com/odia/wp-content/uploads/2022/11/WhatsApp-Video-2022-11-06-at-18.09.56.mp4

ଉକ୍ତ କମିଟି ମାଧ୍ୟମରେ ଜିଲ୍ଲାପାଳ ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ସହ ଆଲୋଚନା କରି କେଉଁ କେଉଁ ମୌଜାର ଜମି ଓ ଗ୍ରାମ କ୍ଷତିଗ୍ରସ୍ତ ହେଉଛି ଏବଂ ଏହାର କଣ ସତ୍ୟତା ଅଛି ତାହାକୁ ଲୋକମାନଙ୍କୁ ଅବଗତ କରିବା ନେଇ ସ୍ପଷ୍ଟୀକରଣ ମାଗିବେ। କମିଟି ଅବଗତ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବୈଠକ କରାଯାଇ ନିର୍ଦ୍ଧାରଣ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଚାଷୀମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବ ସହ ଏସଂକ୍ରାନ୍ତରେ ଉପଯୁକ୍ତ ବିଚାର କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କ ଜରିଆରେ ଚିଲିକା ବିଧାୟକ, ଓଡିଶାର ରାଜସ୍ୱ ମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଥିବା ବେଳେ ନିଜର ଜମି ଚାଲିଯିବା ଓ ଭିଟାମାଟି ଚାଲିଯିବା ଭୟରେ ଉପରୋକ୍ତ ପଂଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ଏଥିସହିତ ଏହାକୁ ନେଇ ଆଗାମି ଦିନରେ ଚାଷୀକୁଳ ପକ୍ଷରୁ ଜୋରଦାର ଆନ୍ଦୋଳନର ପୂର୍ବାଭାସ ମିଳୁଛି। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଇ ଲୋକମାନଙ୍କ ସାଥିରେ ଏ ସମ୍ପର୍କରେ ଆଲୋଚନା କରୁ ବୋଲି ସାଧାରଣରେ ଦାବି ହେଉଛି।

ଚିଲିକା ଜମି ଅଧିଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.