Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

November 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଲାହାଣ୍ଡି: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନ ର ଉଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ,ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଆଇନ ସେବା ପୃଷ୍ଠଭୂମି, ନିଃଶୁଳ୍କ ଆଇନ ସେବା, ଆଇନ ସେବା ପାଇଁ ଯୋଗ୍ୟତା ତଥା ଆଇନ ସହାୟତା ଉପରେ ବିସ୍ତୃତ ଭାବେ ମତ ପ୍ରକାଶ କରି ସମାଜର ନିସ୍ୱ, ଦଙ୍ଗା ପ୍ରପଡ଼ିତ, ଶିଶୁ ଓ ମହିଳାଙ୍କ ପାଇଁ ଆଇନ ସହାୟତା ଓ ଏ ଦିଗରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଏବଂ ମେଗା ଆଇନ ସଚେତନତା ଶିବିର ସ୍ଥାପନ ଉପରେ କହିଥିଲେ।

ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶୁଭଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକ୍ସୋ) ସୁବ୍ରତ କୁମାର ପଟ୍ଟନାୟକ,ବରିଷ୍ଠ ଦେୱାନି ଜଜ୍ ସମାପିକା ମହାନ୍ତି, ରେଜିଷ୍ଟାର ଦେୱାନି ଅଦାଲତ ରଶ୍ମିରେଖା ପାତ୍ର, ବରିଷ୍ଠ ଦେୱାନି ଜଜ୍ (ମହିଳା ଅଦାଲତ ) ଅନୁଶୃତି ଚୌଧୁରୀ, ବରିଷ୍ଠ ଦେୱାନି ଜଜ୍ ( ଏଲ୍ ଆର୍ ଏଣ୍ଡ ଏଲ୍ ଟିଭି) ଶ୍ରିଦୀପ ମିଶ୍ର, ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କେସିଙ୍ଗା ହୃଷୀକେଶ ଖେମୁଣ୍ଡୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟପାଟଣା ପ୍ରତାପ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଦ୍ଵାରା ଘରୋଇ ହିଂସା, ଏସିଡ ଆଘାତ, ଯୌତକ ନିର୍ଯାତନା ଉପରେ କ୍ଷୁଦ୍ର ନାଟିକା ପରିବେଷଣ କରି ଆଇନ ସହାୟତା ଉପରେ ସଚେତନତା ସୃଷ୍ଟି କରିଥିଲେ। ମସ୍ୟ ବିଭାଗ, ପ୍ରାଣୀ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ବିଭାଗ ତରଫରୁ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ସ୍କିମ୍ ର ସୂଚନା ହିତାଧିକାରୀମାନଙ୍କୁ ଦିଆଯାଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାପାତ୍ର ଏବଂ ନମିତା ମିଶ୍ର ସଭା ସଂଯୋଜନା କରିଥିଲେ।ଶିବିରରେ ବାର୍ କର୍ମକର୍ତ୍ତା, ଆଇନଜୀବୀ, ଡି ଏଲ୍ ଓ, ଡି ପି ଏମ (ଓ ଏଲ୍ ଏମ), ଜି ଏମ, ଡି ଆଇ ସି, ଡି ଆଇ ପି ଆର୍ ଓ, ଡି ଏସ୍ ଏସ୍ ଓ, ଡି ଏଫ୍ ଓ, ଓରମାସ ଅଧିକାରୀ, ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଆଇନ ସଚେତନତା ଶିବିର ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.