Categories
ଆଞ୍ଚଳିକ

ରଣପୁର: ବୃଦ୍ଧା ଆଶ୍ରମରେ ଆଇନ ସଚେତନତା ଶିବିର

ରଣପୁର: ଆଜି ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଲଷ୍ମୀନାରାୟଣପୁର ଗ୍ରାମରେ ଥିବା ବୃଦ୍ଧାଶ୍ରମରେ ରଣପୁର ଅଦାଲତ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଵୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଆଇନରେ ଥିବା ସମସ୍ତ ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଏଥିରେ ରଣପୁର ତାଲୁକ ଆଇନ ସହାୟତା କେନ୍ଦ୍ର ତରଫରୁ ରଣପୁର କୋର୍ଟର ମାନ୍ୟବର ବିଚାରପତି ଗୌରି ଶଙ୍କର ପଣ୍ଡାଙ୍କ ସହ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ସୁବାଷ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଇନ ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ଆଶ୍ରମବାସୀଙ୍କୁ ବୁଝାଇ ଥିଲେ। ଏଥିରେ ଆଇନର ମାଗଣା ସୁବିଧା, ୯୦ ଦିନ ମଧ୍ୟରେ ଫଇସଲା, ସରକାରଙ୍କର କାର୍ଯ୍ୟକ୍ରମ, ଟାକ୍ସ ସୁବିଧା, ବ୍ୟାଙ୍କ ସୁବିଧା ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ଲିଗାଲ ସର୍ଭିସର କାର୍ଯ୍ୟକର୍ତ୍ତା ରାଜେଶ କୁମାର ମଲିକ ଏବଂ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାଜ୍ୟ ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଅତିରକ୍ତ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ନାଥ ମୁର୍ମୁ, ଅତିରିକ୍ତ ଡି ଏସ ପି ଏସ. କେ ରାୟ, ରେଜିଷ୍ଟ୍ରାର ମହିଳା ଆୟୋଗ, ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ଆୟୋଗ ତରଫରୁ ଘରୋଇ ହିିଂସା ଆଇନ, ଯୌତୁକ ନିରୋଧ ଆଇନ, ଡାହାଣୀ ସନ୍ଦେହରେ ଅତ୍ୟାଚାର ତଥା ପୋକ୍ସୋ ଆଇନ, କର୍ମ କ୍ଷେତ୍ରରେ ଯୌନ ଶୋଷଣ ଏବିଂ ସାଇବର କ୍ରାଇମ ଉପରେ ଆଦି ଆଲୋଚନା ହୋଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଶିବିର ସମ୍ପର୍କରେ ସିଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶିକ୍ଷା ରାଣୀ ପୋଦ୍ଦାର ଧନ୍ୟବାଦ ଅର୍ପଣ। ଦ୍ଵିତୀୟ ଅଧିବେଶନରେ ମାନବ ଚାଲାଣ ୟୁନିଟ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଗର ପରାମର୍ଶଦାତା ଡ। ଏନ ଟୁନା ସାହୁ ମୁଖ୍ୟ ତାଲିମ ଦାତା ଭାବେ ଯୋଗ ଦେଇଥିଲେ। ଶିବିରୟର ୧୧ ଜଣ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଶିବିରକୁ ଆକ୍ସନ ଏଡ ର ଜିଲ୍ଲା ପରାମର୍ଶ ଦାତ୍ରୀ ସ୍ଵାତୀ ତନ୍ମୟା ମିଶ୍ର ପରିଚାଳନା କରିଥିଲେ। ଅଭିଲିପ୍ସା, ସନ୍ତୋଷ, ରେଣୁ, ରିଙ୍କି, ଶୁଭସ୍ମୀତା, ସିଂଗୀତା ଏବିଂଲକି ପରିଚାଳନାରେସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଲାହାଣ୍ଡି: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନ ର ଉଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ,ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଆଇନ ସେବା ପୃଷ୍ଠଭୂମି, ନିଃଶୁଳ୍କ ଆଇନ ସେବା, ଆଇନ ସେବା ପାଇଁ ଯୋଗ୍ୟତା ତଥା ଆଇନ ସହାୟତା ଉପରେ ବିସ୍ତୃତ ଭାବେ ମତ ପ୍ରକାଶ କରି ସମାଜର ନିସ୍ୱ, ଦଙ୍ଗା ପ୍ରପଡ଼ିତ, ଶିଶୁ ଓ ମହିଳାଙ୍କ ପାଇଁ ଆଇନ ସହାୟତା ଓ ଏ ଦିଗରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଏବଂ ମେଗା ଆଇନ ସଚେତନତା ଶିବିର ସ୍ଥାପନ ଉପରେ କହିଥିଲେ।

ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶୁଭଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକ୍ସୋ) ସୁବ୍ରତ କୁମାର ପଟ୍ଟନାୟକ,ବରିଷ୍ଠ ଦେୱାନି ଜଜ୍ ସମାପିକା ମହାନ୍ତି, ରେଜିଷ୍ଟାର ଦେୱାନି ଅଦାଲତ ରଶ୍ମିରେଖା ପାତ୍ର, ବରିଷ୍ଠ ଦେୱାନି ଜଜ୍ (ମହିଳା ଅଦାଲତ ) ଅନୁଶୃତି ଚୌଧୁରୀ, ବରିଷ୍ଠ ଦେୱାନି ଜଜ୍ ( ଏଲ୍ ଆର୍ ଏଣ୍ଡ ଏଲ୍ ଟିଭି) ଶ୍ରିଦୀପ ମିଶ୍ର, ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କେସିଙ୍ଗା ହୃଷୀକେଶ ଖେମୁଣ୍ଡୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟପାଟଣା ପ୍ରତାପ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଦ୍ଵାରା ଘରୋଇ ହିଂସା, ଏସିଡ ଆଘାତ, ଯୌତକ ନିର୍ଯାତନା ଉପରେ କ୍ଷୁଦ୍ର ନାଟିକା ପରିବେଷଣ କରି ଆଇନ ସହାୟତା ଉପରେ ସଚେତନତା ସୃଷ୍ଟି କରିଥିଲେ। ମସ୍ୟ ବିଭାଗ, ପ୍ରାଣୀ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ବିଭାଗ ତରଫରୁ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ସ୍କିମ୍ ର ସୂଚନା ହିତାଧିକାରୀମାନଙ୍କୁ ଦିଆଯାଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାପାତ୍ର ଏବଂ ନମିତା ମିଶ୍ର ସଭା ସଂଯୋଜନା କରିଥିଲେ।ଶିବିରରେ ବାର୍ କର୍ମକର୍ତ୍ତା, ଆଇନଜୀବୀ, ଡି ଏଲ୍ ଓ, ଡି ପି ଏମ (ଓ ଏଲ୍ ଏମ), ଜି ଏମ, ଡି ଆଇ ସି, ଡି ଆଇ ପି ଆର୍ ଓ, ଡି ଏସ୍ ଏସ୍ ଓ, ଡି ଏଫ୍ ଓ, ଓରମାସ ଅଧିକାରୀ, ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ କମଳାକାନ୍ତ ରାଉତ ଏବଂ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ଅନଲାଇନ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରାଯାଇଥିଲା।

 

ଏଥିସହିତ ଯେପରି ମାଗଣା ଆଇନସେବା ,ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, କିଶୋର ନ୍ୟାୟ (ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା) ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ , କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଶିବିରରେ କୋଭିଡ୍ ୧୯ ମହାମାରୀ ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।