ରଣପୁର: ବୃଦ୍ଧା ଆଶ୍ରମରେ ଆଇନ ସଚେତନତା ଶିବିର

Published: Oct 1, 2023, 4:57 pm IST

ରଣପୁର: ଆଜି ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଲଷ୍ମୀନାରାୟଣପୁର ଗ୍ରାମରେ ଥିବା ବୃଦ୍ଧାଶ୍ରମରେ ରଣପୁର ଅଦାଲତ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଵୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଆଇନରେ ଥିବା ସମସ୍ତ ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଏଥିରେ ରଣପୁର ତାଲୁକ ଆଇନ ସହାୟତା କେନ୍ଦ୍ର ତରଫରୁ ରଣପୁର କୋର୍ଟର ମାନ୍ୟବର ବିଚାରପତି ଗୌରି ଶଙ୍କର ପଣ୍ଡାଙ୍କ ସହ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ସୁବାଷ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଇନ ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ଆଶ୍ରମବାସୀଙ୍କୁ ବୁଝାଇ ଥିଲେ। ଏଥିରେ ଆଇନର ମାଗଣା ସୁବିଧା, ୯୦ ଦିନ ମଧ୍ୟରେ ଫଇସଲା, ସରକାରଙ୍କର କାର୍ଯ୍ୟକ୍ରମ, ଟାକ୍ସ ସୁବିଧା, ବ୍ୟାଙ୍କ ସୁବିଧା ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ଲିଗାଲ ସର୍ଭିସର କାର୍ଯ୍ୟକର୍ତ୍ତା ରାଜେଶ କୁମାର ମଲିକ ଏବଂ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Related posts