Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାମାକ୍ଷାନଗର/ଢେଙ୍କାନାଳ: କାମ ଅନ୍ୱେଷଣରେ ଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କୁ ରୋଜଗାର ଦେବା ‘କୌଶଳ ମହୋତ୍ସବ- ୨୦୨୨’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରବିବାର ଢେଙ୍କାନାଳର କାମାକ୍ଷାନଗରରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କୌଶଳ ମହୋତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ୧ କୋଟି ଲୋକ କାମ ଅନ୍ୱେଷଣରେ ବାହରକୁ ଯାଉଥିବା ବେଳେ ଆଜିର କୌଶଳ ଉତ୍ସବ ସ୍ଥାନୀୟ ଓ ରାଜ୍ୟ ବାହାରେ ଆଶାୟୀ ଯୁବକ ଯୁବତୀଙ୍କୁ ଦକ୍ଷତା ଅନୁସାରେ ନିଯୁକ୍ତି ଦେବାରେ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୂତ୍ ହେବ। ବିକଶିତ ଭାରତର ଲକ୍ଷ୍ୟକୁ ଆଗକୁ ନେବାରେ ଓଡ଼ିଶାର ଯୁବକ ଯୁବତୀଙ୍କ ବହୁତ ବଡ଼ ଯୋଗଦାନ ରହିବ। ଆମ ଅଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ଜ୍ଞାନ, କୌଶଳ ଓ ପ୍ରତିଭା ଭରପୁର ରହିଛି।

ସେ କହିଛନ୍ତି ଅପାର ସମ୍ଭାବନାର ଅଞ୍ଚଳ କାମାକ୍ଷାନଗର। ଢେଙ୍କାନାଳର ଚାଷୀ ପରିବାରରୁ ଆସିଥିବା ଅମରେନ୍ଦ୍ର ଦାସଙ୍କ ଭଳି ଯୁବକ ଆଜି ବାର୍ଷିକ ୧ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ୨୫ ହଜାର ଯୁବକ ଯୁବତୀଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଯୁକ୍ତି ଦେଇ ତାଙ୍କ ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି। ଅନେକ ଓଡ଼ିଆ ପିଲା ନିଜ ଦକ୍ଷତା ବଳରେ ବାହାରେ ପ୍ରତିଷ୍ଠିତ କମ୍ପାନୀରେ କମ୍ପାନୀରେ କାମ କରୁଛନ୍ତି। ଓଡ଼ିଆ ପିଲାଙ୍କୁ ସୁଯୋଗ ତିଆରି କଲେ ସେମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ସମର୍ଥ ରଖିଛନ୍ତି।

ସେ କହିଛନ୍ତି ଯେ ଆଜି କୌଶଳ ମହୋତ୍ସବରେ ଭିନ୍ନ ଭିନ୍ନ ୨୦ କ୍ଷେତ୍ରରୁ ଉର୍ଦ୍ଧ୍ୱ ୭୦ରୁ ଅଧିକ ପ୍ରମୁଖ କମ୍ପାନୀ ଅଂଶଗ୍ରହଣ କରିଥିଲେ। ମାରୁତି, ଏଚସିଏଲ, ଜେଏସଡବ୍ଲୁ, ଆମାଜନ, ଏଲଏନଟି ଭଳି ଅଗ୍ରଣୀ କମ୍ପାନୀ ଟେକ୍ସଟାଇଲ, ସେଲ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଶୀୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଦିଗରେ ସେମାନଙ୍କୁ ରୋଜଗାର ଦେବା ଦିଗରେ ଆଜି କୌଶଳ ମହୋତ୍ସବ ଉପଲକ୍ଷେ ୧୨୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବା ଖୁସିର ବିଷୟ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସଡକପଥ, ରେଳପଥର ବିକାଶକୁ ଗୁରୁତ୍ୱ ଦେବା ସହ ଆକାଶ ପଥରେ ବିମାନ ଉଡାଣ ପାଇଁ ଏୟାରପୋର୍ଟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିପରି ଶହୀଦ ବାଜି ରାଉତଙ୍କ ଭୂମି ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ଆଗାମୀ ଦିନରେ ଦେଶର ଏକ ଅଗ୍ରଣୀ ଅଞ୍ଚଳ ଓ ଶିଳ୍ପଭିତ୍ତିକ ଅଞ୍ଚଳ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ବହୁ ପ୍ରତିକ୍ଷୀତ ଅନୁଗୋଳ-ସୁକିନ୍ଦା ରେଳ ଲାଇନର ଲୋକାର୍ପଣ କରାଯିବ। ଏହି ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ଜରିଆରେ ଧାମନଗର ବନ୍ଦର ପର୍ଯ୍ୟନ୍ତ ଜଳମାର୍ଗ ତିଆରି କରାଯିବ। ଡୁବୁରିରୁ ବହ୍ଲର ଯାଏଁ ବ୍ୟାପିଥିବା ଜାତୀୟ ରାଜପଥକୁ କେନ୍ଦୁଝର ରାସ୍ତାରେ ଯୋଡିବା ପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି।

ସେହିପରି ଭାରତ ସରକାର ଦେଶରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଚଳିତ ବର୍ଷ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାସ୍ତା, ଘାଟ, ଘର, ଏୟାରପୋର୍ଟକୁ ବିକଶିତ କରୁଛନ୍ତି। ନୂଆ ନୂଆ କାମ ବାହାରୁଛି। ନୂଆ ଶିଳ୍ପ ହେଉଛି। ନୂଆ ନୂଆ କାମ ବାହାରୁଛି। ତେଣୁ କାମ ଅନ୍ୱେଷଣରେ ଥିବା ପ୍ରତିଭାସମ୍ପନ୍ନ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ମୋଦି ସରକାରଙ୍କ କଳ୍ପନାକୁ ସାକାର କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡିଶା ଧର୍ମେନ୍ଦ୍ର ପ୍ରଧାନ ରୋଜଗାର
Share. Facebook Twitter LinkedIn Email WhatsApp Copy Link

Related Posts

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025
Latest News

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.