Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତମ ଦିନରେ ପହଁଚିଲା ଓଡିଶାରେ ଭାରତ ଯୋଡ ଯାତ୍ରା
ଆଜିର ଖବର

ସପ୍ତମ ଦିନରେ ପହଁଚିଲା ଓଡିଶାରେ ଭାରତ ଯୋଡ ଯାତ୍ରା

November 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସପ୍ତମ ଦିନରେ ପହଁଚିଲା ଓଡିଶାରେ ଭାରତ ଯୋଡ ଯାତ୍ରା

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସପ୍ତମ ଦିନର ଭାରତ ଯୋଡ଼–ଓଡ଼ିଶା ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରୁ ଆରମ୍ଭ ହୋଇଥିଲା। ଏକ ବିଶାଳା ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଭଦ୍ରକ ସହାର ଆଡ଼କୁ ଅଗ୍ରସର ହେଲେ। ବାଟରେ ବାରିକପୁର, ବହୁଦରଡ଼ା, ବିଷ୍ଣୁପର, ଚିଙ୍ଗିଡ଼ିପୁର ଓ ଗେଲପୁର ଛକଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଭଦ୍ରକ ସହର ଦେଇ ପଦଯାତ୍ରା ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଥିଲା ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସମାପନ ପରେ ପୁର୍ନବାର ପଦଯାତ୍ରା ଆରମ୍ଭ ହୋଇଥିଲା। ରାଣିତାଲ ଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି, ଅନନ୍ତ ପ୍ରସାସ ସେଠୀ, ନବଜ୍ୟୋତି ପଟ୍ଟନାୟକ, ଅଶୋକ ଦାସ, ମଧୁସ୍ମିତା ସେଠୀ, ଗୌତମ ସାହୁ, ରଞ୍ଜନ ଦାସ, ତୁଷାରକାନ୍ତି ତପସ୍ୱୀ ଏବଂ ଅନ୍ୟାନ୍ୟ କର୍ମକର୍ତମାନେ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ। ଜାମୁଝାଡ଼ି ଠାରେ ଶ୍ରୀ ଶରତ ପଟ୍ଟନାୟକଙ୍କୁ ଅଶୋକ ଦାସ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏବଂ ବିଭିନ୍ନ ପଦାଧିକାରୀ ତାଙ୍କୁ ଉଛସିତ ସମ୍ବର୍ଦ୍ଧିତ କରିଥିଲେ।

ଭଦ୍ରକର ସହୀଦ ନଗର ଓ ରକ୍ତତୀର୍ଥ ଇରମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତି ମନ୍ଥନ କରିଥିଲେ। ଭଦ୍ରକ ଜିଲ୍ଲାର ଜନସାଧାରଣଙ୍କର ତିନୋଟି ପ୍ରମୁଖ ଦାବୀ ପ୍ରଦଶେ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଏବଂ କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତୃବର୍ଗ ତଥା ଭାରତ ଯୋଡ଼ ଯାତ୍ରୀଙ୍କ ସମ୍ମୁଖରେ ରଖିଥିଲେ।

ଭଦ୍ରକରେ ଅତିଶୀଘ୍ର ଏକ ମେଡିକାଲ କଲେଜ, ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ସବୁ ବିଭାଗରେ ପୂର୍ଣ୍ଣାଙ୍ଗ ଡାକ୍ତର, ଆଧୁନିକ ଯନ୍ତ୍ରପାତି ତଥା ରୋଗୀ ଶଯ୍ୟା ବୃଦ୍ଧି, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଲୋକମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୁପାନ୍ତରିକରଣ ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମ ଲେଖା ଜାଲିଆତିରେ ସଂପୃକ୍ତ ବ୍ୟକ୍ତବିଶେଷଙ୍କୁ କୋଠର ଦଣ୍ଡବିଧାନ ହେଉ ବୋଲି ଦାବି ରଖିଥିଲେ।

ଭଦ୍ରକ ସହରକୁ ଏକ ନିଶାମୁକ୍ତ ସହର ଏବଂ ଭାଇଚାରାର ସହର ରୂପେ ଗଢ଼ିତୋଳିବା ପାଇଁ ଦାବି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜୟଦେବ ଜେନା, ମାନସ ଚୌଧୁରୀ, କିଶୋର ଜେନା, ନଳିନୀ ମହାନ୍ତି, ପଂଚାନନ ମଣ୍ଡଳ, ବନ୍ଦିତା ପରିଡ଼ା, ହରେକୃଷ୍ଣ ସେଠୀ, ପ୍ରଦୀପ ମହାପାତ୍ର, ସଂଜୟ ତ୍ରିପାଠୀ, ପଦ୍ମାକର ଗୁରୁ, ଦେବେନ୍ଦ୍ର ମହାନ୍ତି, ବିସ୍ମୟ ମହାପାତ୍ର, ବାଙ୍କନିଧି ବେହେରା, କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ପ୍ରଦ୍ୟୁମ୍ନ ଦାସ, ନାରାୟଣ ପାଢ଼ୀ, ସେକ୍ ସାହିଲ କାଦିର, ସୁବ୍ରତ ବେଉରା, ମହମ୍ମଦ ସାହାନୱାଜ, ଇଲିଆସ ଅଲ୍ଲି ଖାନ, ମନୋଜ ସାହୁ, ଉଷାରାଣୀ ବେହେରା, ରାଜ ଲାହା, ଆଶ୍ରଫ ଅଲ୍ଲୀ ଖାନ, ରାଜେଶ ପଣ୍ଡା, ହୃଦାନନ୍ଦ ସେଠୀ, ଦୀପକ ମହାପାତ୍ର, ସୟଦ ମଇଫୁଜ, ସଶିକାନ୍ତ ଜେନା, ମନୋଜ ସାହୁ, କାର୍ତିକେଶ୍ୱର କାଣ୍ଡି, ଜାନକୀ ମଲ୍ଲିକ, ସବିତା ଚାନ୍ଦ, ପ୍ରଶନ୍ନ କୁମାର ଧଳ, ଜ୍ୟୋତି ରଞ୍ଜନ ନାୟକ, ଶିଶିର ରଥ, ସୁଦର୍ଶନ ସାହୁ, ସାଗର ପରିଡ଼ା ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଜଣାଇଛନ୍ତି।

Bharat Joda Yatra Odisha Congress ଓଡିଶା କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସ ଭାରତ ଯୋଡ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026
Latest News

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.