
କଟକ: ଆଜି ସଂଧ୍ୟାରେ ଏକ ରଂଗାରଂଗ ପରିବେଷରେ ଉଦଘାଟିତ ହୋଇଛି କଟକର ପ୍ରସିଦ୍ଧ ବାଲିଯାତ୍ରା। ଆଜି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ କୃଷି ମନ୍ତ୍ରୀ ରଣେନ୍ଦ୍ରେ ପ୍ରତାପ ସ୍ବାଇଁ ଏହାକୁ ଉଦଘାଟନ କରିଛନ୍ତି। କରୋନା ପାଇଁ ଗତ ଦୁଇ ବର୍ଷ ଧରି ଏହି ପ୍ରସିଦ୍ଧ ବାଲିଯାତ୍ରା ବନ୍ଦଥିଲା।
ଚଳିତ ବର୍ଷ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦର୍ଶକ, କଟକବାସୀ ତଥା ବ୍ୟବସାୟୀମାନେ ବେଶ ଖୁସି ଅଛନ୍ତି। ଆଜିର ଏହି ଉଦଘାଟନୀ ଉତ୍ସବରେ କଟକ ସାଂସଦ ଭତୃହରି ମହତାବ, କଟକ ମେୟର ସୁବାସ ସିଂ, ସ୍ଥାନୀୟ ବିଧାୟକ ଏବଂ ସଂସ୍କୃତି ସଚିବ ଉପସ୍ଥିତ ଥିଲେ।