
ପୁରୀ: ଆଜି ପୁରୀ ଗସ୍ତ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳା ପରିଦର୍ଶନ କରିଛନ୍ତି। ସୁଦର୍ଶନ ରାଷ୍ଟ୍ରପତିଙ୍କ ଆଗମନକୁ ଲକ୍ଷ କରି ସେଠାରେ ସେ ବାଲୁକାର ଜଗନ୍ନାଥ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ସେଥିରେ ସେ ଜୟ ଜଗନ୍ନାଥ ବୋଲି ଇଂରାଜୀରେ ଉଲ୍ଲେଖ କରିଥିଲେ।
ଏଥିସହିତ ରାଷ୍ଟ୍ରପତିଙ୍କୁ ସୁଦର୍ଶନ କାନଭାସର କରାଯାଇଥିବା ବାଲୁକା କଳାର ଫଟୋ ଉପହାର ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଦୀପ ଅମାତ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗଦେଇଥିଲେ। ଏଥିସହିତ ସେଠାରେ ରାଷ୍ଟ୍ରପତିଙ୍କ ଝିଅଜୋଇଁ ମଧ୍ୟ ଉପସ୍ଥିତ ଥିଲେ।