ଆଜି ଭାରତ ଯୋଡ଼ ପଦଯାତ୍ରାରେ ଯୋଗ ଦେବେ କଂଗ୍ରେସ ପ୍ରଭାରୀ ଚେଲାକୁମାର

Published: Nov 11, 2022, 7:21 am IST

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୩୧ ତାରିଖ ଠାରୁ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପଦଯାତ୍ରା ବାଲେଶ୍ୱର ଠାରେ ପଂହଚିଛି । ଏହି ପଦଯାତ୍ରାରେ ଯୋଗଦେବା ନିମନ୍ତେ ଓଡ଼ିଶା ପ୍ରଭାରୀ ଡ. ଏ. ଚେଲାକୁମାର ଆଜି ଭୁବନେଶ୍ୱରରେ ଆସି ପଂହଚୁଛନ୍ତି ।

ଆଜି ଶୁକ୍ରବାର ଦିନ ଡ. ଚେଲାକୁମାର ବାଲେଶ୍ୱର ଯାତ୍ରାକରି ସେଠାରେ ଭାରତ ଯୋଡ଼ ପଦ ଯାତ୍ରାରେ ଯୋଗଦେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବାର୍ତାରେ ପ୍ରକାଶ କରାଯାଇଛି । ଏହି ପଦଯାତ୍ରାରେ ବହୁ ସଂଖ୍ୟକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ଯୋଗଦେବାକୁ ପିସିସି ତରଫରୁ ଅନୁରୋଧ କରାଯାଇଛି ।

Related posts