
ଖୋର୍ଦ୍ଧା: ଆଜି ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦାବିରେ ଓଡ଼ିଶା ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଅମଲା ସଙ୍ଘର ଶତାଧିକ ସଭ୍ୟ ଏକ ଶୋଭଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନଥିବାରୁ ଅମଲା ସଂଘ କ୍ଷୋଭ ପ୍ରକାଶ କରିଛି।
ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିବା ସହ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ଵରଠାରେ ଏକ ବିରାଟ ରାଲି କରିବାକୁ ଯାଉଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଶାଖା ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।