Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର କିସ ଠାରେ ଜନ ଜାତୀୟ ଗୌରବ ଦିବସ ପାଳିଲା ସଂସ୍କୃତି ମନ୍ତ୍ରଣାଳୟ
ଆଜିର ଖବର

ଭୁବନେଶ୍ବର କିସ ଠାରେ ଜନ ଜାତୀୟ ଗୌରବ ଦିବସ ପାଳିଲା ସଂସ୍କୃତି ମନ୍ତ୍ରଣାଳୟ

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ। ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋଶଲ ସାଇନ୍ସେସ (କିସ) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ୩୦ ହଜାରରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ରାଷ୍ଟ୍ର ନିର୍ମାଣରେ ଜନଜାତି ସମୁଦାୟର ଯୋଗଦାନ ବିଷୟରେ କହିଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମେଘୱାଲ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କର ଅମୂଲ୍ୟ ଯୋଗଦାନ ରହିଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଗତ ବର୍ଷ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ କହିଥିଲେ ଯେ, ଜନଜାତି ସମାଜକୁ ଜାଗ୍ରତ କରାଇବାରେ ଭଗବାନ ବିର୍ସା ମୁଣ୍ଡାଙ୍କର ଯୋଗଦାନ ଅତୁଳନୀୟ। ସେ ସାହସିକ ପଦେକ୍ଷପ ଗ୍ରହଣ କରିଥିଲେ, ବ୍ରିଟିଶ ସରକାରଙ୍କ ବିରୋଧରେ ସାହସର ସହିତ ଲଢ଼େଇ କରିଥିଲେ ଏବଂ ଏହା ପ୍ରମାଣିତ କରିଥିଲେ ଯେ ଜନଜାତି ଲୋକମାନେ ଆମ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ। ଆମେ ତାଙ୍କ ଠାରୁ ଶିକ୍ଷା ଲାଭ କରି ଆମ ଜନଜାତି ସମୁଦାୟକୁ ସଶକ୍ତ କରିବା ଉଚିତ୍‌। ଏହାଦ୍ବାରା ଆମ ଦେଶ ମଧ୍ୟ ସଶକ୍ତ ଓ ସୁଦୃଢ଼ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ମେଘୱାଲ କହିଥିଲେ ଯେ ପ୍ରକୃତି ମା’ ସହିତ ଆଦିବାସୀ ଲୋକମାନଙ୍କର ଜୀବନଶୈଳୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଆରମ୍ଭରୁ ପ୍ରକୃତି ସହ ଯୋଡ଼ି ହୋଇ ଜୀବନ ନିର୍ବାହ କରିବା ଲାଗି ଜନଜାତି ସମୁଦାୟର ଲୋକମାନେ ଶିକ୍ଷା ଦେଇଛନ୍ତି ଏବଂ ଏହା ଏବେ ଏକ ବୈଶ୍ବିକ ମନ୍ତ୍ରରେ ପରିଣତ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ’ର ଶୁଭାରମ୍ଭ କରିଛନ୍ତି, ପରିବେଶ ଅବକ୍ଷୟ ସହ ଲଢ଼ିବା ଏହାର ମୂଳ ଲକ୍ଷ୍ୟ।

ସେ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଦେଶର ଅପରିଚିତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାର ପରିକଳ୍ପନା କରିଥିଲେ ଯାହାକି ଏବେ ଆଜାଦୀ କା ଅମୃତକାଳରେ ପ୍ରବେଶ କରିଛି। ଆମ ସ୍ବାଧୀନତା ସଂଗ୍ରାମର ପ୍ରକୃତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ଶ୍ରୀ ମେଘୱାଲ କହିଥିଲେ।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବ୍ୟାପାର ମନ୍ତ୍ରୀଜଗନ୍ନାଥ ସାରକା, ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ଏକ ସର୍ବଭାରତୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିବା ଲାଗି ଶ୍ରୀମତୀ ନନ୍ଦୁରୀ କିସ୍‌ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ।

ଅର୍ଜୁନ ରାମ ମେଘୱାଲ ଭଗବାନ ବିର୍ସା ମୁଣ୍ଡା ଭୁବନେଶ୍ବର ସଂସ୍କୃତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭ

September 14, 2025
Latest News

ବିହାର ନିର୍ବାଚନ: NDA ନା INDIA, କାହାର ଭୋଟ କାଟିବେ ପ୍ରଶାନ୍ତ କିଶୋର?, ଜାଣନ୍ତୁ ସର୍ଭେ

September 14, 2025

ଟିମ୍ ଇଣ୍ଡିଆକୁ ଝଟକା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ୍ ଆହତ

September 14, 2025

ଟଳିଲା ବଡ଼ ଦୁର୍ଘଟଣା: ବିମାନରେ ଥିଲେ ଏସପି ସାଂସଦ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଯାତ୍ରୀ

September 14, 2025

ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭ

September 14, 2025

ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.