Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଆଜିର ଖବର

ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ସମାରୋହରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘‘ସାମ୍ବାଦିକତା ଆଚାର ମାପଦଣ୍ଡ ୨୦୨୨’କୁ ଉନ୍ମୋଚନ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା  ଅମୃତ ମହୋତ୍ସବ ଉପଲକ୍ଷେ ସମାରୋହରେ ଯୋଗ ଦେଇଥିବା ଅତିଥି ମାନେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଗୁରୁତ୍ବପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ।  ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ମାନକୁ ସୁରକ୍ଷିତ ରଖିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ବର ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଯୋଗଦାନକୁ ସ୍ମରଣ କରିବା ଲାଗି ଆଜିର ଦିନ ହେଉଛି ଏକ ପ୍ରକୃଷ୍ଟ ମୁହୂର୍ତ୍ତ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଜରୁରି ପରିସ୍ଥିତି ଭଳି କଳାଦିନ ଭାରତୀୟ ପ୍ରେସ ପରିଷଦର କ୍ଷମତାକୁ ସଙ୍କୁଚିତ କରି ଦେଇଥିଲା। କିନ୍ତୁ ଏଲ. କେ ଆଡଭାଣୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେବା ପରେ ଭାରତୀୟ ପ୍ରେସ ପରିଷଦର ପୁନରୁଦ୍ଧାର ହୋଇଥିଲା। ବଡ଼ ସହରରେ ଥିବା ସାମ୍ବାଦିକମାନେ ଛୋଟ ସହରମାନଙ୍କରେ ଥିବା ନିଜର ପ୍ରତିପକ୍ଷମାନଙ୍କୁ ସମ୍ମାନ ଜଣାଇବା ଉଚିତ୍‌। ସ୍ଥାନ ନୁହେଁ ବରଂ ଖବର ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଠାକୁର କହିଥିଲେ।

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଦେଶରେ ସୂଚନା ପରିଦୃଶ୍ୟକୁ ସୁଦୃଢ଼ କରିଛନ୍ତି । ସରଳ ଓ ପାରଦର୍ଶୀ ପ୍ରକ୍ରିୟା ମାଧ୍ୟମରେ ସରକାରୀ ନିୟମକୁ ବ୍ୟବସ୍ଥିତ କରାଯାଇଛି । ଗଣମାଧ୍ୟମ ଆଗରେ ଦେଖା ଦେଉଥିବା ସମସ୍ୟା ଦୂର କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ କହିଥିଲେ ଯେ ଉଚ୍ଚମାନର ସାମ୍ବାଦିକତା ସୁନିଶ୍ଚିତ କରିବା, ଗଣମାଧ୍ୟମର ସ୍ବାଧୀନତା ଓ ଉତ୍ତରଦାୟିତ୍ବକୁ ବଜାୟ ରଖିବା ଦିଗରେ ଜାତୀୟ ପ୍ରେସ ପରିଷଦର ଉଲ୍ଲେଖନୀୟ ଭୂମିକା ରହିଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା କହିଥିଲେ ଯେ ଇଣ୍ଟରନେଟ ଏବଂ ସୋଶାଲ ମିଡିଆ ଦେଶରେ ସମଗ୍ର ଗଣମାଧ୍ୟମ ପରିଦୃଶ୍ୟକୁ ବଦଳାଇ ଦେଇଛନ୍ତି। ସାରା ବିଶ୍ବରେ ସମ୍ବାଦପତ୍ର ଏବଂ ଟେଲିଭିଜନ ଭଳି ମୁଖ୍ୟଧାରର ଗଣମାଧ୍ୟମର ପ୍ରଭାବ ୧୧% ହ୍ରାସ ପାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରେସ ପରିଷଦର ଅଧ୍ୟକ୍ଷା ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ, ପ୍ରମୁଖ ଯୋଗ ଦେଇଥିଲେ।

ଜାତୀୟ ପ୍ରେସ ଦିବସ ଭାରତୀୟ ପ୍ରେସ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
Latest News

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.