Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଟାଙ୍ଗୀର ମା’ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଖାଉଟି ଅଧିକାର ସଂଗଠନର ସଭାପତି ସୋମନାଥ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ବିଡ଼ିଓ ରେଶ୍ମା ଟେଟେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରଵକ୍ତା ସରୋଜ କୁମାର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଜଗନ୍ନାଥ ଗବେଷକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ସଂଘ ପକ୍ଷରୁ ଆଇନ ପରାମର୍ଶ ଦାତା ସଂଦୀପନୀ ମିଶ୍ର ପ୍ରଶସ୍ତି ପତ୍ର ପଠନ କରିବା ପରେ ବର୍ଷିଆନ ରାଜ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନଙ୍କୁ ଉତ୍ତରୀୟ ସହ ପ୍ରସସ୍ତି ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବ ଶେଷରେ ଉପସଭାପତି ମନୋଜ କୁମାର ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଅନନ୍ତ ପ୍ରଧାନ, ରାମଚନ୍ଦ୍ର ପରିଡା, ଦୁର୍ଗା ପ୍ରସାଦ ଦାସ, ରଜନୀକାନ୍ତ ମିଶ୍ର, ରାକେଶ ଜଗଦେବ, ଶଙ୍କର ବେହେରା, କମଳ ଲୋଚନ ପାଇକରାୟ, ଜୟନ୍ତ ସୁବୁଦ୍ଧି, ପ୍ରଦୀପ କୁମାର ସାହୁ, ଯଦୁମଣି ବେହେରା, ଅଜୟ ସେଠୀ, ଅଶ୍ୱନୀ କୁମାର ମହାନ୍ତି, ସୂର୍ଯକାନ୍ତ ସାହୁ, ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା, ହିମାଂଶୁ ଚମ୍ପତି, ବାଲୁଙ୍କେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ, ଆୟୋଜିତ ହେଲା ପୁରୁଣା ଖବର କାଗଜର ପ୍ରଦର୍ଶନୀ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ କୃତି୍ରମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି। ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍‌ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତି୍ରତ କରାଯାଇ ଅଧିକ କାର୍ଯ୍ୟ କୃତିତ୍ୱ ହାସଲ କରାଯାଇ ପାରୁଛି।

କୃତ୍ରିମ ବୁଦ୍ଧିମତାକୁ ସଠିକ୍‌ ଢଙ୍ଗରେ ବ୍ୟବହାର କରିବାରେ ଗଣମାଧ୍ୟମ ଯନିବାନ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ପାଳିତ  ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସର୍ବଦା ଗୁରୁତ୍ୱ ଦେଉଥିବା ନେଇ ମତବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରିବା ନିମନ୍ତେ ଆଜିର ଦିନ ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଲାଇଭ୍‌ର ପ୍ରତିଷ୍ଠାତା ସଂପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନୀଳାମ୍ବର ରଥ କହିଲେ ଯେ ଆଜିର ପ୍ରଗତିଶୀଳ ସମୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଉପରେ ଆଲୋକପାତ କରି ଶ୍ରୀ ରଥ କହିଥିଲେ ଯେ କୃତି୍ରମ ବୁଦ୍ଧିମତା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ନହୋଇ ନିଜସ୍ୱ ଚିନ୍ତାଚେତନାକୁ ସମାନ୍ତରାଳ ଭାବେ ବ୍ୟବହାର କରିବାର ଆବଶ୍ୟକତା ରହିଛି।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ପ୍ରତିନିଧିମାନେ ମହିଳା ଓ ଶିଶୁ ସଂପର୍କିତ ଖବର ପରିବେଷଣ ବେଳେ ବିଶେଷ ଯନିବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସାଧାରଣ ଲୋକଙ୍କ ହିତ ସାଧନ କିପରି ହୋଇପାରିବ ସେ ଦିଗରେ ସମସ୍ତେ ଯନିଶୀଳ ହେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପୌରୋହିତ୍ୟ କରି କହିଥିଲେ ଯେ ଗଣତନ୍ତ୍ରକୁ ଛାଡ଼ି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଠି ପାରିବ ନାହିଁ ବୋଲି ପ୍ରତ୍ୟେକ ଭାରତୀୟ ଅବଗତ। ଗଣତନ୍ତ୍ରର ଆତ୍ମା ହେଉଛି ମାନବିକତା। ଏହାକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶ୍ରୀ ଦେବୀ ପ୍ରସାଦ ରଥ ପ୍ରଥମ, ଭୁବନେଶ୍ୱର ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିଆ ଷ୍ଟଡିଜ୍‌ର ଶ୍ରୀ କାଳୀଚରଣ ରଣଜିତ ଦ୍ୱିତୀୟ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁମାରୀ ଜ୍ୟୋତି ମଞ୍ଜରୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ।

ସେହପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର କୁମାରୀ ଅଭିଲ୍ଲି ମହାନ୍ତି ପ୍ରଥମ ଓ କୁମାରୀ ବର୍ଷା ବହିଦାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁମାରୀ ଶ୍ରୀଜାତା ମିଶ୍ର ଓ କୁମାରୀ ଶିଲା ପ୍ରିୟଦର୍ଶିନୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ନିମନ୍ତେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ସମ୍ମାନିତ କରାଯାଇଥିଲା।

ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି। ଏଥିରେ ୬୪ଟି ପତ୍ରପତି୍ରକା, ୫୯ଟି ବିଦେଶୀ ଖବରକାଗଜ, ୧୧୦ଟି ପୁରାତନ ଖବରକାଗଜ ସମେତ ୫୭୦ଟି ଖବରକାଗଜ ଓ ପତ୍ରପତି୍ରକା ସ୍ଥାନିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ସମାରୋହରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘‘ସାମ୍ବାଦିକତା ଆଚାର ମାପଦଣ୍ଡ ୨୦୨୨’କୁ ଉନ୍ମୋଚନ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା  ଅମୃତ ମହୋତ୍ସବ ଉପଲକ୍ଷେ ସମାରୋହରେ ଯୋଗ ଦେଇଥିବା ଅତିଥି ମାନେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଗୁରୁତ୍ବପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ।  ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ମାନକୁ ସୁରକ୍ଷିତ ରଖିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ବର ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଯୋଗଦାନକୁ ସ୍ମରଣ କରିବା ଲାଗି ଆଜିର ଦିନ ହେଉଛି ଏକ ପ୍ରକୃଷ୍ଟ ମୁହୂର୍ତ୍ତ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଜରୁରି ପରିସ୍ଥିତି ଭଳି କଳାଦିନ ଭାରତୀୟ ପ୍ରେସ ପରିଷଦର କ୍ଷମତାକୁ ସଙ୍କୁଚିତ କରି ଦେଇଥିଲା। କିନ୍ତୁ ଏଲ. କେ ଆଡଭାଣୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେବା ପରେ ଭାରତୀୟ ପ୍ରେସ ପରିଷଦର ପୁନରୁଦ୍ଧାର ହୋଇଥିଲା। ବଡ଼ ସହରରେ ଥିବା ସାମ୍ବାଦିକମାନେ ଛୋଟ ସହରମାନଙ୍କରେ ଥିବା ନିଜର ପ୍ରତିପକ୍ଷମାନଙ୍କୁ ସମ୍ମାନ ଜଣାଇବା ଉଚିତ୍‌। ସ୍ଥାନ ନୁହେଁ ବରଂ ଖବର ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଠାକୁର କହିଥିଲେ।

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଦେଶରେ ସୂଚନା ପରିଦୃଶ୍ୟକୁ ସୁଦୃଢ଼ କରିଛନ୍ତି । ସରଳ ଓ ପାରଦର୍ଶୀ ପ୍ରକ୍ରିୟା ମାଧ୍ୟମରେ ସରକାରୀ ନିୟମକୁ ବ୍ୟବସ୍ଥିତ କରାଯାଇଛି । ଗଣମାଧ୍ୟମ ଆଗରେ ଦେଖା ଦେଉଥିବା ସମସ୍ୟା ଦୂର କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ କହିଥିଲେ ଯେ ଉଚ୍ଚମାନର ସାମ୍ବାଦିକତା ସୁନିଶ୍ଚିତ କରିବା, ଗଣମାଧ୍ୟମର ସ୍ବାଧୀନତା ଓ ଉତ୍ତରଦାୟିତ୍ବକୁ ବଜାୟ ରଖିବା ଦିଗରେ ଜାତୀୟ ପ୍ରେସ ପରିଷଦର ଉଲ୍ଲେଖନୀୟ ଭୂମିକା ରହିଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା କହିଥିଲେ ଯେ ଇଣ୍ଟରନେଟ ଏବଂ ସୋଶାଲ ମିଡିଆ ଦେଶରେ ସମଗ୍ର ଗଣମାଧ୍ୟମ ପରିଦୃଶ୍ୟକୁ ବଦଳାଇ ଦେଇଛନ୍ତି। ସାରା ବିଶ୍ବରେ ସମ୍ବାଦପତ୍ର ଏବଂ ଟେଲିଭିଜନ ଭଳି ମୁଖ୍ୟଧାରର ଗଣମାଧ୍ୟମର ପ୍ରଭାବ ୧୧% ହ୍ରାସ ପାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରେସ ପରିଷଦର ଅଧ୍ୟକ୍ଷା ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ, ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଦ୍ବାରା ସ୍ଥାନିୟ ରତ୍ନମାଳୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚତୁର୍ଥ ସ୍ତମ୍ବ ଭାବେ ପରିଚିତ ଗଣମାଧ୍ୟମର ପ୍ରତିନିଧି ମାନେ ଖବର ପ୍ରସାରଣ ସମୟରେ ନିରପେକ୍ଷତା ଅବଲମ୍ବନ କରିବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ, ସାମ୍ବାଦିକ ମାନଙ୍କର ବିମା କରି ରାଜ୍ୟର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ତତକାଳୀନ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜଙ୍କୁ ଭୂୟସି ପ୍ରଶଂସା କରାଯାଇଥିବା,ତଥା ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ତଥା ହତ୍ୟା କରାଯାଉଥିବାରୁ କଡା ସମାଲୋଚନା କରାଯାଇଥିଲା।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ମୂଖ୍ୟଅତିଥୀ, ଟାଙ୍ଗୀ ବିଡିଓ ଏୈଶ୍ବର୍ଯ୍ୟା ସାମନ୍ତରାୟ, ଟାଂଗୀ ଆଇଆଇସି ଦିଗବିଜୟ ବିଶ୍ବାଳ, ଆତ୍ମା ସଭାପତି ସୁକାନ୍ତ କୁମାର ରାଉତ, ସଂସଦ ସଂପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ।

ସଂଘ ମୂଖପାତ୍ର୍ ସରୋଜ କୁମାର ପାଇକରାୟ ଅତିଥି ପରିଚୟ, ସଂଘ ଉପଦେଷ୍ଟା ତଥା ଚିଲିକା ବ୍ଲକ ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ ଉଦ୍ଦେଶ୍ୟ ଞ୍ଜାପନ ତଥା ଧନ୍ୟବାଦ ଅର୍ପଣ କରିଥିଲେ ସଂଘ ଉପସଭାପତି ମନୋଜ ନାଇଡୁ।

ଏହି କାର୍ଯ୍ୟକ୍ରମରେ ପରିବେଶବିତ ସନ୍ତୋଷ ଚନ୍ଦ୍ର କର,ବଡପାରି ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଟାଂଗୀ ସାହିତ୍ୟଘର ସଭାପତି ବିଜୟ କୁମାର ରାଉତ, ଟାଂଗୀ ଦୂର୍ଗାଚରଣ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ଶତପଥି, ପୂର୍ବତନ ସରପଞ୍ଚ ଭରତ ଚରଣ ବେହେରା, ଡାକ୍ତର ମଧୂସୁଦନ ସେନାପତି, ସମାଜସେବୀ ମନୋଜ ଦାସ ପ୍ରମୂଖ ବିଶିଷ୍ଟ ବ୍ୟକ୍ତିି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସାମ୍ବାଦିକ ସଂଘର ସନ୍ଦିପନି ମିଶ୍ର, ରାମଚନ୍ଦ୍ର ପରାଡା, ରାକେଶ ଜଗଦ୍ଦେବ, ରାକେଶ ମହାନ୍ତି, ହିମାଶୁଂଭଷଣ ଚମ୍ପତିରାୟ, ରଜନୀକାନ୍ତ ମିଶ୍ର, ଦୂର୍ଗାପ୍ରସାଦ ଦାସ, ପ୍ରଶାନ୍ତ କୁମାର ବେହେରା ପ୍ରମୂଖ ସାମ୍ବାଦିକ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜାତୀୟ ପ୍ରେସ ଦିସବ ପାଳିତ

ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ। ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ମାନଙ୍କ ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତାକୁ ସରକାର ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଗଣମାଧ୍ୟମ ସେତୁ ଭାବେ କାର୍ଯ୍ୟ କରୁଛି। ଦଳଗତ ମନୋଭାବ ରଖି କାମ କଲେ ଗଣତନ୍ତ୍ରର ସୁଫଳ ଆହୁରି ବ୍ୟାପକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ କହିଲେ ଯେ କରୋନା ମହାମାରୀ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବା ତଥା ପ୍ରତି ମୁହୂର୍ତ୍ତର ଖବର ଦେବା ସାମ୍ବାଦିକତାର ଗାରିମା ବୃଦ୍ଧି କରିଛି। ଉଚିତ, ମୂଲ୍ୟବୋଧ ସମ୍ପୂର୍ଣ୍ଣ, ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ସେ କହିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଫଳ ସର୍ବବ୍ୟାପି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ଗଣମାଧ୍ୟମର କ୍ରମବିକାଶ ଓ ଲୋକାଭିମୁଖି ହେବାର କାରଣ ସଂପର୍କରେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାଗ୍ରତ ପ୍ରହରୀ ଭାବେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅତିରଞ୍ଜିତ ଓ କାମଳ ସାମ୍ବାଦିକତା ସମାଜ ପାଇଁ ହିତକର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ, ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦର ଚାହିଦା ସର୍ବଦା ଥିବା କଥା ସେ କହିଥିଲେ।

ସାମ୍ବାଦିକ ଓ ବୁଦ୍ଧିଜିବୀ ପ୍ରମୁଖ ଉକ୍ତ ଆଲୋଚନାରେ ଭାଗନେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୋ ଜୀବନର ମୋଡ଼ ବଦଳାଇଛି ଗଣମାଧ୍ୟମ: ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ।

ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି।

ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର ଗୁଡ଼ିକର କିଣା ବିକା ଚାଲିଛି ସେଥିପାଇଁ ସକରାତ୍ମକ ରିପୋର୍ଟ, ତଦନ୍ତ ମୂଳକ ଖବର ଉପରେ ଗୁରୁତ୍ବ ଦେବା ସହିତ ଖବର ଭିତରେ ଲୁଚି ରହିଥିବା ଖବର ଲୋକଙ୍କ ପାଖକୁ ପହଞ୍ଚିଇବା ଗଣମାଧ୍ୟମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର ବୋଲି ମୁଖ୍ୟବକ୍ତା କହିଥିଲେ।

ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ସାମ୍ବାଦିକ ଜୟନ୍ତ ଖଡିରତ୍ନ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି , ତପନ ବିଶ୍ବାଳ, ଅରୁଣ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ ନାଗ , ଅନୀଲ ପୃଷ୍ଟି, ବିନୋଦ କୁମାର ସେଠୀ, ସୁଧିର ସୁନା, ବିଦ୍ୟାଧର ମାଝୀ, ସରୋଜ କୁମାର ସାହୁ, ମଦନ ବେହେରା ସମେତ ଉପଖଣ୍ଡର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ: ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଏହି ଅବସରରେ ପାକ୍ଷୀକ ସମ୍ଵାଦ ପତ୍ର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଯୁବ ସମାଜ ସେବୀ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ପାକ୍ଷୀକ ପତ୍ରିକା କଡା ଜବାବ୍ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟ ଅତିଥୀ ମାନସ ରଂଜନ ମଙ୍ଗରାଜଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ ଅତିଥୀ ମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘର ସଂପାଦକ ମନୋଜ କୁମାର ପଟନାୟକ ସଂପାଦକୀୟ ବୀବରଣୀ ପାଠ କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ଯୋଗ ଦେଇ ସାମ୍ବାଦିକ ମାନଙ୍କର ପେନସନ୍ ନୀତି ଖୁବ୍ ଶିଘ୍ର ପ୍ରଣୟନ କରାଯିବ ବୋଲି କହିଥିଲେ। ଏହା ସହ ରାଜ୍ୟରେ ଥିବା ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ବୋଲି ସଭାରେ ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

ଭୁବନେଶ୍ୱର: ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ୱେବିନାରରେ ବହୁ ବିଶିଷ୍ଟ ବକ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନକୁ ଲୋକଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ପତ୍ରସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନ କାଳରେ ଗଣମାଧ୍ୟମଗୁଡିକୁ ଇଂରେଜ ଶାସକମାନଙ୍କ ଆକ୍ରୋଶର କିପରି ଶୀକାର ହେବାକୁ ପଡିଥିଲା ତା’ର ନଜିରମାନ ଦେଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମ ଗଣମାଧ୍ୟମ ଜରିଆରେ ଅଧିକ ଲୋକାଭିମୁଖୀ ହେଉଥିବାରୁ ଭର୍ଣ୍ଣାକୁଲାର ପ୍ରେସ ଆଇନ ମଧ୍ୟ ଲାଗୁ କରିବାକୁ ହୋଇଥିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯେପରି ମୁଣ୍ଡ ଟେକିବା ଆରମ୍ଭ କରିଛି ଗଣମାଧ୍ୟମରେ ତଥ୍ୟ ଯାଂଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏଥିରେ ଯୋଗଦେଇ ବରିଷ୍ଠ ଆଇନଜ୍ଞ ଓ ଲେଖକ ସଦାଶିବ ଦାସ ସ୍ୱାଧୀନତା ଆନ୍ଦୋଳନ୍ କାଳରେ ଜଗଜାଗରଣ ସୃଷ୍ଟି କରିବାରେ ସେତେବେଳେ ଗଣମାଧ୍ୟମ ବୋଇଲେ ମୁଖ୍ୟତଃ ଖବରକାଗଜ, ପୋଷ୍ଟର ଇତ୍ୟାଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଓଡିଶାରେ ମଧ୍ୟ କର୍ମବୀର ଗୌରୀଶଙ୍କର ବା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲେଖାମାନ ବେଶ୍ ଆଦୃତ ହେଉଥିଲା। ସମ୍ବାଦଗୁଡିକ ଆନ୍ଦୋଳନର ଅଗ୍ନି ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ।

ଏଥିରେ ଯୋଗଦେଇ ବିଶିଷ୍ଟ କବି ଓ ସାମ୍ବାଦିକ ପୀତାମ୍ବର ତରାଇ ଜନସତେନତାର ବାର୍ତାବହ ଭାବେ ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଖୁବ୍ ଉପାଦେୟ ଭୂମିକା ତୁଲାଇଥିଲା ବୋଲି କହିଥିଲେ।

ୱେବିନାରେ ଅଂଶଗ୍ରହଣ କରି କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ରୁବି ନନ୍ଦ କହିଥିଲେ ଯେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଂଚାଇବାରେ ଗଣମାଧ୍ୟମ ସ୍ୱାଧୀନତା ସଂଗ୍ରାମ କାଳରେ ବଳିଷ୍ଠ ଭୂମିକା ତୁଲାଇଥିଲା। ପ୍ରେସ ସେତେବେଳେ ଗୋଟେ ମିଶନ ମୋଡ କାର୍ଯ୍ୟ ଥିବାରୁ ଏହା ବେଶ୍ ଜନାଭିମୁଖୀ ହୋଇପାରିଥିଲା। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମକୁ ନ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ।

ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବିନାରରେ ଆନ୍ନି ଶତପଥୀ ଏହାକୁ ପରିଚାଳନା କରିଥିବାବେଳେ, ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ। (ପି.ଆଇ.ବି.)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ: ଖୋର୍ଦ୍ଧା ଉପଜିଲ୍ଲାପାଳ

ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ୨୦୨୦ ସଙ୍ଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ଵିଭାଗ ଡାକ ବଙ୍ଗଳା ସମୀଳ୍କନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ସମ୍ମାନିତ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ଯୋଗଦେଇ କହିଥିଲେ, ସାମ୍ବାଦିକ ମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ। ସମାଜରେ ଘଟୁଥିବା ଵିଭିନ୍ନ ଘଟଣାର ଅନୁଧ୍ୟାନ କରି ପ୍ରଶାସନର ଦୄଷ୍ଟି ଗୋଚର କରାଇବା ସହ ଏହା ଉପରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଚାପ ପ୍ରୟୋଗ କରିଥାନ୍ତି। ଆଜିର ଦିଵସରେ ପ୍ରତ୍ୟେକ ସାମ୍ବାଦିକ ଏକତ୍ରିତ ହୋଇ ନିଜର କଲମକୁ ସକରାତ୍ମକ ଭାବରେ ଚାଳନା କଲେ ସମାଜର ମଙ୍ଗଳ ହେବ।

ସ୍ତମ୍ବକାର ତଥା ସାମ୍ବାଦିକ ଉମାଶଙ୍କର ପ୍ରସାଦ ମୂଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ସମ୍ବାଦପତ୍ର ହେଉଛି ଵିଶ୍ୱ ଗବାକ୍ଷ। ଏହି ଗବାକ୍ଷ ଦେଇ ଅଧିକ ଞାନ ର ପଵନ ଵହିଲେ ସମାଜର ଉନ୍ନତି ସାଧିତ ହୋଇଥାଏ। ଏ ଉନ୍ନତି ର ସମସ୍ତ ଶ୍ରେୟ ସାମ୍ବାଦିକ ମାନଙ୍କୁ ଯାଇଥାଏ। ପ୍ରତ୍ୟେକ ସାମ୍ବାଦିକ ଲୋକାଭିମୁଖୀ ସମ୍ବାଦ ଓ ଅଭିମତ ପ୍ରକାଶରେ ବ୍ରତୀ ହୋଇ ଆଜିର କରୋନା କାଳରେ ନିଜର ବୃତ୍ତିରେ ବିପତ୍ତିର ସମ୍ମୁଖୀନ ହୋଇସୁଦ୍ଧା ନିଜର କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନାହାନ୍ତି। ତେଣୁ ସରକାର ତଥା ମିଡ଼ିଆ ହାଉସର ଅଧିକାରୀମାନେ ସାମ୍ବାଦିକ ମାନଙ୍କ ଵିଷୟରେ ଚିନ୍ତା କରିବାର ସମୟ ଆସିଛି।

ସମ୍ମାନିତ ଅତିଥି ଭାବେ ସୂଚନା ଲୋକସଂପର୍କ ଅଧିକାରୀ ମାନସ ବିଶ୍ବାଳ ଯୋଗଦେଇ କହିଥିଲେ ପ୍ରଶାସନ, ପ୍ରଶାସକ ତଥା ଜନସାଧାରଣଙ୍କ ଭିତରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକ ମାନେ ସମାଜର ଅହେତୁକ ମଙ୍ଗଳ କରିଥାନ୍ତି।

ଓ ଟି ଭି ର ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା ସମସ୍ତ ସାମ୍ବାଦିକ ସଙ୍ଘ ଏକତ୍ରିତ ହୋଇ କାର୍ଯ୍ୟ କଲେ ସରକାର ସାମ୍ବାଦିକ ମାନଙ୍କର ଦାଵୀକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେଵେ ଵୋଲି କହିଥିଲେ।

ସମାଜର ସାମ୍ବାଦିକ ରାମ ନାରାୟଣ ଦାସ ନିଜର ମତ ଉପସ୍ଥାପନ କରି କହିଥିଲେ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ। ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ଵିଚ୍ୟୁତ ହୁଏ ତେଵେ ତେବେ ସମାଜର ଵିନାଶ ହୋଇଥାଏ।

ଧରିତ୍ରୀର ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ନିଜ ଵକ୍ତବ୍ୟରେ କହିଥିଲେ ସାମ୍ବାଦିକ ମାନେ ପ୍ରଶାସନ ତଥା ନେତୄଵର୍ଗଙ୍କ ଉତ୍ତମ କାର୍ଯ୍ୟକୁ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ଅନୈତିକ କାର୍ଯ୍ୟକୁ ମଧ୍ୟ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ଭୄକ୍ଷେପ କରିନଥାନ୍ତି।

ଵିଭିନ୍ନ ବ୍ଲକରୁ ତିରିଶ ଜଣ ସାମ୍ବାଦିକ ଯୋଗଦେଇ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରାନ୍ତୀଧାରାର ଜିଲ୍ଲା ପ୍ରତିନିଧି ପ୍ରଦୀପ ବେହେରା ସଂଯୋଜନା କରିଥିଲା ବେଳେ ଟାଙ୍ଗିର ଆଇନଜୀବୀ ତଥା ସାମ୍ବାଦିକ ନିରଂଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।