Categories
ଆଜିର ଖବର ରାଜ୍ୟ ଖବର

ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ: ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଏହି ଅବସରରେ ପାକ୍ଷୀକ ସମ୍ଵାଦ ପତ୍ର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଯୁବ ସମାଜ ସେବୀ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ପାକ୍ଷୀକ ପତ୍ରିକା କଡା ଜବାବ୍ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟ ଅତିଥୀ ମାନସ ରଂଜନ ମଙ୍ଗରାଜଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ ଅତିଥୀ ମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘର ସଂପାଦକ ମନୋଜ କୁମାର ପଟନାୟକ ସଂପାଦକୀୟ ବୀବରଣୀ ପାଠ କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ଯୋଗ ଦେଇ ସାମ୍ବାଦିକ ମାନଙ୍କର ପେନସନ୍ ନୀତି ଖୁବ୍ ଶିଘ୍ର ପ୍ରଣୟନ କରାଯିବ ବୋଲି କହିଥିଲେ। ଏହା ସହ ରାଜ୍ୟରେ ଥିବା ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ବୋଲି ସଭାରେ ପ୍ରକାଶ କରିଥିଲେ।