Categories
ଆଞ୍ଚଳିକ

ଟାଙ୍ଗୀ: ନିଳାମ୍ବୁ ମହୋତ୍ସବ ତୃତୀୟ ସଂନ୍ଧ୍ୟା ସମ୍ବଲପୁରୀ ନୃତ୍ୟ ମୋହିଲା

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବର ତୃତୀୟ ସଂନ୍ଧ୍ୟା ବେସ ଆମୋଦଦାୟକ ଥିଲା। ଆଜିର ସୁନେଲି ସଂନ୍ଧ୍ୟାରେ ଓଡିଶି ଡ୍ୟାନସ କ୍ରିୟେସନ ଭୂବନେଶ୍ବର ନୂପୁର ସମ୍ବଲପୁର ,ଓଡିଶି ନୃତ୍ୟ ବାସ୍ତବିକ ହୃଦୟସ୍ପର୍ଶୀ ଥିଲା। ଏଥି ସହିତ ବିଭିନ୍ନ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋମୁଗ୍ଧକର ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ସନ୍ଧ୍ୟାରେ ସଂଘ ସଭାପତି ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ସଭାନେତ୍ରୀ ବାସନ୍ତି ମହାପାତ୍ର, ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନଧାତା, ମାତୃବିହାର ଅରବିନ୍ଦ ଶିକ୍ଷାକେନ୍ଦ୍ରର କାଳୁପଡାଘାଟର ପ୍ରତିଷ୍ଟାତା ସଂଜୟ କୁମାର ମହାପାତ୍ର, ସଂଘ ଉପଦେଷ୍ଟା ସ୍ତମ୍ବକାର ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଦିବସରେ ଉଦଘୋଷକ ଭାବେ ସତ୍ୟନାରାୟଣ ମହାପାତ୍ର, ସହୟତାରେ ସାମ୍ବାଦିକ ସନ୍ଦିପନି ମିଶ୍ର, ରାମଚନ୍ଦ୍ର ପରିଢା, ମନୋଜ ନାଇଡୁ, ଅନନ୍ତ ପ୍ରଧାନ, ଅଭିଜିତ ଦାସ, ଅଜୟ କୁମାର ସେଠ, ବାଲୁଙ୍କେଶ୍ୱର ବେହେରା, ରଜନିକାନ୍ତ ମିଶ୍ର, ରାକେସ ଜଗଦେବ ପ୍ରମୂଖ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୭ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୨୮ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷରେ ୩ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ତେବେ ଜଣେ ହିତାଧିକାରୀଙ୍କୁ ୫୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ସି ଡ଼ି ଏମ୍ ଓ ଡଃ ଆର୍ତ୍ତଵନ୍ଧୁ ନାୟକ, ବିଡିଓ ରେଶମା ଟେଟେ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଟାଙ୍ଗୀର ମା’ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଖାଉଟି ଅଧିକାର ସଂଗଠନର ସଭାପତି ସୋମନାଥ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ବିଡ଼ିଓ ରେଶ୍ମା ଟେଟେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରଵକ୍ତା ସରୋଜ କୁମାର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଜଗନ୍ନାଥ ଗବେଷକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ସଂଘ ପକ୍ଷରୁ ଆଇନ ପରାମର୍ଶ ଦାତା ସଂଦୀପନୀ ମିଶ୍ର ପ୍ରଶସ୍ତି ପତ୍ର ପଠନ କରିବା ପରେ ବର୍ଷିଆନ ରାଜ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନଙ୍କୁ ଉତ୍ତରୀୟ ସହ ପ୍ରସସ୍ତି ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବ ଶେଷରେ ଉପସଭାପତି ମନୋଜ କୁମାର ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଅନନ୍ତ ପ୍ରଧାନ, ରାମଚନ୍ଦ୍ର ପରିଡା, ଦୁର୍ଗା ପ୍ରସାଦ ଦାସ, ରଜନୀକାନ୍ତ ମିଶ୍ର, ରାକେଶ ଜଗଦେବ, ଶଙ୍କର ବେହେରା, କମଳ ଲୋଚନ ପାଇକରାୟ, ଜୟନ୍ତ ସୁବୁଦ୍ଧି, ପ୍ରଦୀପ କୁମାର ସାହୁ, ଯଦୁମଣି ବେହେରା, ଅଜୟ ସେଠୀ, ଅଶ୍ୱନୀ କୁମାର ମହାନ୍ତି, ସୂର୍ଯକାନ୍ତ ସାହୁ, ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା, ହିମାଂଶୁ ଚମ୍ପତି, ବାଲୁଙ୍କେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଲେ ରେଶମା ଟେଟେ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ନିକଟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ରେଶମା ଟେଟେ। ଶ୍ରୀମତୀ ଟେଟେ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଥିବା ଉକ୍ତ ଅଧିକାରିଣୀ ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଥିଲେ।

ତେବେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ବ୍ଲକ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ସମସ୍ତଙ୍କ ସହଯୋଗରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟକୁ ପହଂଚିବ ଏବଂ ବ୍ଲକର ଜନସାଧାରଣଙ୍କ ଅଭିଯୋଗ କିପରି ୫-ଟି ଉପକ୍ରମରେ ତ୍ୱରିତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ବିଡ଼ିଓ ଶ୍ରୀମତୀ ଟେଟେ କହିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୨୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୩ ଗୋଟି ଅଭିଯୋଗ ବ୍ୟକ୍ତିଗତ, 2 ଗୋଟି ସାମୁହିକ, ୨ ଗୋଟି ଅଭିଯୋଗ ର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠି ରୁ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ସି.ଡ଼ି.ଏମ.ଓ ଡ଼ ଆର୍ତ୍ତବନ୍ଧୁ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଗ୍ରୀଭାନ୍ସ, ଟାଙ୍ଗୀ ବି.ଡ଼ି.ଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟି ତରଫରୁ ଟାଙ୍ଗୀ ବ୍ଲକରେ ବନ୍ଧୁ ମିଳନ ଉତ୍ସବ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କର ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ଘୋର ନିନ୍ଦା କରିଥିଲେ। ଏହା ସହିତ କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚେଇବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେ ଆହ୍ୱାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ନାରାୟଣ ପରିଡା, ନିକୁଞ୍ଜ ପଟ୍ଟନାୟକ, ସମରଜିତ ଜେନା, ମିତ୍ରଭାନୁ ସୁବୁଦ୍ଧି, ମଞ୍ଜୁଲତା ଇନ୍ଦ୍ରଜିତ, ରୋଜିନା ରାଣୀ ଦାସ, ପବିତ୍ର ହରିଚନ୍ଦନ, ରଘୁନାଥ ସାହୁ, ଜୟଦେବ ବେହେରା, ଭଗବାନ ସେଠ, ପ୍ରଶାନ୍ତ ବେହେରା, ନବଘନ ସାହୁ, ରମେଶ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ।

ସର୍ବ ଶେଷରେ ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରା ଅର୍ପଣ କରିବା ଅବସରରେ ମଲାଗୁଣି ବ୍ୟାରେଜରୁ ଜଳ ନିଷ୍କାସନ ବନ୍ଦ କରିବା, ଟାଙ୍ଗୀ ପଂଚାୟତକୁ ଏନଏସିର ମାନ୍ୟତା ଦେବା ଏବଂ ଟାଙ୍ଗୀ ମେଡିକାଲରେ ଅଣଓଡ଼ିଆ ଡାକ୍ତରଙ୍କ ବଦଳରେ ଓଡ଼ିଆ ଡାକ୍ତରଙ୍କ ନିଯୁକ୍ତି ଦେବା ପାଇଁ ମାନ୍ୟବାର ସାଂସଦଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦିନିକିଆ ଟାଙ୍ଗୀ ବ୍ଲକ ଗସ୍ତରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଦିନିକିଆ ଗସ୍ତରେ ଆସିଛନ୍ତି। ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଫିସରେ ପହଞ୍ଚି ବନ ବିଭାଗର ବିଭିନ୍ନ ସମସ୍ୟା ସଂପର୍କରେ ରେଞ୍ଜରଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏବଂ ସରକାରୀ ଅର୍ଥ ବ୍ୟୟର ସମୀକ୍ଷା କରିଛନ୍ତି।

ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ଅମାତ ନିରାକାରପୁରସ୍ଥିତ କ୍ଷେତ୍ରବାସି ଉଚ୍ଚ ବିଦ୍ୟାଳୟରେ ୫ଟି ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ଉକ୍ତ ଗସ୍ତ ସମୟରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, ଉପାଧ୍ୟକ୍ଷ ଦୂରୁ ନାଥ ଶର୍ମା ଏବଂ ବିଡ଼ିଓ ଐଶ୍ଚର୍ଯ୍ୟା ସାମନ୍ତରାୟ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ପାଳିତ ହେଲା ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ

ଟାଙ୍ଗୀ: ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କି ଅମୃତ ମହୋତ୍ସବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ ସମାରୋହ।

ଉକ୍ତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ସ୍ଥାନୀୟ ଅଞ୍ଚଳର କୃତି ପ୍ରତିଭା, ମେଧା ଛାତ୍ରଛାତ୍ରୀ, ବରିଷ୍ଠ ଶତାୟୁ ନାଗରିକ, ଶିଳ୍ପପତିଓ ସାମ୍ବାଦିକମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ନିରାକାରପୁରବାସୀଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପହାର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନିରାକାରପୁର ବାସୀଙ୍କର ଉନ୍ନତି ପାଇଁ ମାନ୍ୟବର ସାଂସଦ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିପିନ ବିହାରୀ ଜୟ ସିଂ, ଯୁବ ନେତା ଶୁଭମ୍ ଦାସ ଓ ପ୍ରଭାତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବ୍ଲକ ଅର୍ଗସ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖବର ପ୍ରସାରଣ କରିବା ସାମ୍ବାଦିକଙ୍କୁ ମହଙ୍ଗା ପଡିଛି। ଅର୍ଗସ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରୁ ସାମ୍ବାଦିକ ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଅର୍ଗସ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।

ସୂଚନା ଅନୁଯାୟୀ, କୋଭିଡ୍ କଟକଣା ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ସାମ୍ବାଦିକ ବିକ୍ରମ କେଶରୀ ସାହୁ ଖବର ପ୍ରସାରଣ କରିଥିଲେ। କିନ୍ତୁ ଆଜି ସମ୍ବାଦିକ ଜଣକ ଚିକିତ୍ସିତ ହେବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଏହାର ସୁଯୋଗ ନେଇ ପୂର୍ବରୁ ରାଗ ରଖିଥିବା କିଛି ଯୁବକ ସାମ୍ବାଦିକ ବିକ୍ରମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଖବର ପାଇ ମେଡିକାଲରେ ପୋଲିସ୍ ଟିମ୍ ପହଂଚିଥିଲା। ପୋଲିସ ସେଠାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଲେଜ ଅଧ୍ୟାପକ ଥିବା ବେଳେ ଜଣେ ସ୍କୁଲ ଶିକ୍ଷକ ହୋଇଥିବା ଜଣାପଡିଛି। ସେମାନଙ୍କ ବିରୋଧରେ କେସ ନଂ ୨୩୫/୨୨ ରେ ମାମଲା ରୁଜ୍ଜୁ କରି ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିକୁ ଝଟକା୍: ନିର୍ଵାଚନ ପୂର୍ବରୁ ଦଳ ଛାଡିଲେ ଟାଙ୍ଗୀ ବ୍ଲକର ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବହୁ ପୁରୁଖା ନେତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବିଜେପିକୁ ଝଟକା୍ ଲାଗିଛି। ପଂଚାୟତ ନିର୍ଵାଚନ ପୂର୍ବରୁ ୯ ନଂ ଜିଲ୍ଲା ପରିଷଦ ସଭ୍ୟା ମମତା  ଜେନା ବିଜେପି ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟାଙ୍କ ସହ ପୂର୍ବତନ ବଡ ପୋଖରିଆ ଗ୍ରାମ ପଂଚାୟତ ସରପଂଚ ଜ୍ୟୋସ୍ନାରାଣୀ ଜେନା, ଜୋନ୍ ସଭାପତି ରବିନ୍ଦ୍ର ବଳିୟାର ସିଂହ, ଦିନ ବନ୍ଧୁ ଚହଟରାୟ, ମାଧବ କୁମାର ମହାନ୍ତି ପ୍ରମୁଖ ବହୁ ପ୍ରମୁଖ କର୍ମୀଦଳ ଛାଡିଛନ୍ତି।

ଆଜି ଟାଙ୍ଗୀ ବ୍ଲକର ଶକ୍ତି ପୀଠ ମା’ ଉଗ୍ରତାର ଦେବୀଙ୍କ ପୀଠରେ ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା ଏନେଇ ଘୋଷଣା କରିଛନ୍ତି। ଗତ କିଛି ଦିନ ହେଲା ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ଯାଉନଥିବା ସହ ବିଭିନ୍ନ ସଭା ସମିତିରେ ତାଙ୍କୁ ଉପେକ୍ଷା କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦେଢଶୁର ତଥା ପୂର୍ବତନ ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାରୀ ଏପର୍ଯ୍ୟନ୍ତ ଗିରଫ କରାଯାଉନଥିବା ବେଳେ ବିଜେପି ଏହି ଘଟଣାରେ ନୀରବ ରହିବା ଘଟଣାକୁ ଶ୍ରୀମତୀ ଜେନା ସମାଲୋଚନା କରିଛନ୍ତି।

ତେବେ ନିକଟରେ କୌଣସି ଦଳରେ ଯୋଗ ଦେବା ପୂର୍ବରୁ ନିଜ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ସାମ୍ବାଦିକ ମାନଙ୍କୁ  କହିଛନ୍ତି। ଗତ ପଂଚାୟତ ନିର୍ବାଚନରେ ମମତା ଜେନା ଏକ ମାତ୍ର ଜିଲ୍ଲା ପରିଷଦ ସଭ୍ୟା ଭାବେ ଟାଙ୍ଗୀ ବ୍ଲକରୁ ନିର୍ବାଚନ ଜିତି ବିଜେପିର ଖାତା ଖୋଲିଥିଲେ। ତାଙ୍କର ଏହି ଇସ୍ତଫା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଢେର କ୍ଷତି ପହଂଚାଇବ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ମାନବିକତା ଦେଖାଇଲେ ଟାଙ୍ଗୀ ଆଇଆଇସି ଓ ଡାକ୍ତର: ମୃତ ଆକ୍ରାନ୍ତଙ୍କ କଲେ ଅନ୍ତିମ ସଂସ୍କାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନା କାଳରେ ଲୋକଙ୍କ ମାନବିକତା ହଜିଯାଉଥିବାର ଅନେକ ନଜିର ରହିଛି। ନିଜ ସମ୍ପର୍କୀୟ ମଧ୍ୟ ମୃତକଙ୍କ ଶବକୁ ସ୍ପର୍ଶ କରିବାକୁ କୁଣ୍ଠିତ ହେଉଛନ୍ତି। ହେଲେ ଏପରି ପରିସ୍ଥିତିରେ ଥାନା ଅଧୀକାରୀ, ଅତିରିକ୍ତ ତହସିଲଦାର ଓ ଡାକ୍ତର ମଣିଷ ପଣିଆ ଦେଖାଇଛନ୍ତି। ମୃତ କୋଭିଡ୍ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏହିପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।

ପ୍ରକାଶ ଥାଉ କି, ଟାଙ୍ଗୀ ଅନ୍ତର୍ଗତ ସାନ ରାଉତ ପଡା ଗ୍ରାମର ହବିବ୍ ଖାଁ (୩୯) ନାମକ ଜଣେ ଯୁବକ କୋରୋନା ରେ ଆକ୍ରାନ୍ତ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମେଡିକାଲରେ ପ୍ରାଣ ହରାଇଥିଲେ। ଏହାପରେ ମୃତକଙ୍କ ଶବକୁ ସ୍ଥାନୀୟ ପ୍ରଶାସନ ଗ୍ରାମକୁ ଆଣିଥିଲା। ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ମଶାନରେ ଶବ ଶତ୍କାର ବ୍ୟବସ୍ଥା କରାଯାଇଥିଲା।

ଲୋକେ ଭୟରେ କୋରୋନା ଆକ୍ରାନ୍ତଙ୍କ ଶବକୁ ଛୁଉଁନଥିବା ବେଳେ ଲୋକଙ୍କ ମନରୁ ଭୟକୁ ଦୂରେଇବା ପାଇଁ ଗତ କାଲି ରାତିରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଜିତେନ୍ଦ୍ର କୁମାର ସାହୁ ଏବଂ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ କୋଭିଡ୍ କଟକଣା ମଧ୍ୟ୍ୟରେ ପିପିଇ କିଟ୍ ପିନ୍ଧି ହବିବ୍ ଖାଁଙ୍କ ଅନ୍ତିମ ସଂସ୍କାର କରିଥିଲେ।

ଅତିରିକ୍ତ ତହସିଲଦାର, ଡାକ୍ତର ଓ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଭୟାବହ ଅଗ୍ନିକାଣ୍ଡ: ପାଞ୍ଚ ବଖରା ଘର ସହ ଦୁଇ ଗୋରୁ ଜୀବନ୍ତ ଦଗ୍ଧ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଭୟାବହ ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ବଡପାରୀ ଗ୍ରାମର ଗୋଦାବରୀ ପାଲଟାସିଂହଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ତା’ପୂର୍ବରୁ ଗୋଦାବରୀଙ୍କ ୫ ବଖରା ଘର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଥିଲା। ଏହି ଘରେ ଥିବା ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହାସହିତ ଏହି ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଏକ ସାମ୍ବାଦିକଙ୍କୁ ଧମକ: ସଂଗଠନ ପକ୍ଷରୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ବାରମ୍ବାର ରାଜ୍ୟରେ କୋଉଠି ନା କୋଉଠି ଏହି ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ  ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି।

ଗତକାଲି ଖୋର୍ଦ୍ଧା ଜିଲ୍ଲା ଅର୍ଗସ ନିୟୁଜ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ କୁମାର ଜେନା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିବା ସହ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ଏକ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ନିକଟରେ ଦାବି କରିଛନ୍ତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣ ରେ ଟାଙ୍ଗୀ ବ୍ଲକର ଜଣେ ଚାଷୀ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ହାତୀ ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ହରିପୁର ଗ୍ରାମରେ ଜଣେ ଚାଷୀଙ୍କର ମୃତ ହୋଇଥିବା ଜଣା ପଡିଛି। ନୂଆଗଡ ପଂଚାୟତ ହରିପୁର ଗ୍ରାମର ପ୍ରଫୁଲ୍ଲ ମାର୍ଥା(୬୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି ଆଜି ନିଜ ଜମିକୁ ପ୍ରଫୁଲ୍ଲ ଦୋଡ ଵଛା କାର୍ଯ୍ୟ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ନିକଟରେ କାମକରୁଥିବା କିଛି ଲୋକ ପ୍ରଫୁଲ୍ଲଙ୍କ ପରିବାରକୁ ଖଵର ଦେଇଥିଲ। ପରିବାର ଲୋକେ ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଏକ ହାତୀ ପଲ ହରିପୁର ଜଙ୍ଗଲକୁ ଆସିଥିବାର ସୂଚନା ମିଳିଛି। ଏହି ହାତୀ ପଲ ଗାଁ ନିକଟକୁ ଆସି ବାରମ୍ବାର ଵ୍ୟାପକ କ୍ଷୟ କ୍ଷତି ଘଟାଉଥିବା ବେଳେ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିଲାଗି ଏପରି ଘଟଣା ପାଇଁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।