ହାତୀ ଆକ୍ରମଣ ରେ ଟାଙ୍ଗୀ ବ୍ଲକର ଜଣେ ଚାଷୀ ମୃତ

Published: Sep 2, 2020, 9:53 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ହାତୀ ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ହରିପୁର ଗ୍ରାମରେ ଜଣେ ଚାଷୀଙ୍କର ମୃତ ହୋଇଥିବା ଜଣା ପଡିଛି। ନୂଆଗଡ ପଂଚାୟତ ହରିପୁର ଗ୍ରାମର ପ୍ରଫୁଲ୍ଲ ମାର୍ଥା(୬୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି ଆଜି ନିଜ ଜମିକୁ ପ୍ରଫୁଲ୍ଲ ଦୋଡ ଵଛା କାର୍ଯ୍ୟ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ନିକଟରେ କାମକରୁଥିବା କିଛି ଲୋକ ପ୍ରଫୁଲ୍ଲଙ୍କ ପରିବାରକୁ ଖଵର ଦେଇଥିଲ। ପରିବାର ଲୋକେ ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଏକ ହାତୀ ପଲ ହରିପୁର ଜଙ୍ଗଲକୁ ଆସିଥିବାର ସୂଚନା ମିଳିଛି। ଏହି ହାତୀ ପଲ ଗାଁ ନିକଟକୁ ଆସି ବାରମ୍ବାର ଵ୍ୟାପକ କ୍ଷୟ କ୍ଷତି ଘଟାଉଥିବା ବେଳେ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିଲାଗି ଏପରି ଘଟଣା ପାଇଁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Related posts