ସାମ୍ବାଦିକମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ: ଖୋର୍ଦ୍ଧା ଉପଜିଲ୍ଲାପାଳ

Published: Nov 16, 2020, 9:07 pm IST

ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ୨୦୨୦ ସଙ୍ଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ଵିଭାଗ ଡାକ ବଙ୍ଗଳା ସମୀଳ୍କନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ସମ୍ମାନିତ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ଯୋଗଦେଇ କହିଥିଲେ, ସାମ୍ବାଦିକ ମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ। ସମାଜରେ ଘଟୁଥିବା ଵିଭିନ୍ନ ଘଟଣାର ଅନୁଧ୍ୟାନ କରି ପ୍ରଶାସନର ଦୄଷ୍ଟି ଗୋଚର କରାଇବା ସହ ଏହା ଉପରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଚାପ ପ୍ରୟୋଗ କରିଥାନ୍ତି। ଆଜିର ଦିଵସରେ ପ୍ରତ୍ୟେକ ସାମ୍ବାଦିକ ଏକତ୍ରିତ ହୋଇ ନିଜର କଲମକୁ ସକରାତ୍ମକ ଭାବରେ ଚାଳନା କଲେ ସମାଜର ମଙ୍ଗଳ ହେବ।

ସ୍ତମ୍ବକାର ତଥା ସାମ୍ବାଦିକ ଉମାଶଙ୍କର ପ୍ରସାଦ ମୂଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ସମ୍ବାଦପତ୍ର ହେଉଛି ଵିଶ୍ୱ ଗବାକ୍ଷ। ଏହି ଗବାକ୍ଷ ଦେଇ ଅଧିକ ଞାନ ର ପଵନ ଵହିଲେ ସମାଜର ଉନ୍ନତି ସାଧିତ ହୋଇଥାଏ। ଏ ଉନ୍ନତି ର ସମସ୍ତ ଶ୍ରେୟ ସାମ୍ବାଦିକ ମାନଙ୍କୁ ଯାଇଥାଏ। ପ୍ରତ୍ୟେକ ସାମ୍ବାଦିକ ଲୋକାଭିମୁଖୀ ସମ୍ବାଦ ଓ ଅଭିମତ ପ୍ରକାଶରେ ବ୍ରତୀ ହୋଇ ଆଜିର କରୋନା କାଳରେ ନିଜର ବୃତ୍ତିରେ ବିପତ୍ତିର ସମ୍ମୁଖୀନ ହୋଇସୁଦ୍ଧା ନିଜର କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନାହାନ୍ତି। ତେଣୁ ସରକାର ତଥା ମିଡ଼ିଆ ହାଉସର ଅଧିକାରୀମାନେ ସାମ୍ବାଦିକ ମାନଙ୍କ ଵିଷୟରେ ଚିନ୍ତା କରିବାର ସମୟ ଆସିଛି।

ସମ୍ମାନିତ ଅତିଥି ଭାବେ ସୂଚନା ଲୋକସଂପର୍କ ଅଧିକାରୀ ମାନସ ବିଶ୍ବାଳ ଯୋଗଦେଇ କହିଥିଲେ ପ୍ରଶାସନ, ପ୍ରଶାସକ ତଥା ଜନସାଧାରଣଙ୍କ ଭିତରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକ ମାନେ ସମାଜର ଅହେତୁକ ମଙ୍ଗଳ କରିଥାନ୍ତି।

ଓ ଟି ଭି ର ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା ସମସ୍ତ ସାମ୍ବାଦିକ ସଙ୍ଘ ଏକତ୍ରିତ ହୋଇ କାର୍ଯ୍ୟ କଲେ ସରକାର ସାମ୍ବାଦିକ ମାନଙ୍କର ଦାଵୀକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେଵେ ଵୋଲି କହିଥିଲେ।

ସମାଜର ସାମ୍ବାଦିକ ରାମ ନାରାୟଣ ଦାସ ନିଜର ମତ ଉପସ୍ଥାପନ କରି କହିଥିଲେ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ। ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ଵିଚ୍ୟୁତ ହୁଏ ତେଵେ ତେବେ ସମାଜର ଵିନାଶ ହୋଇଥାଏ।

ଧରିତ୍ରୀର ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ନିଜ ଵକ୍ତବ୍ୟରେ କହିଥିଲେ ସାମ୍ବାଦିକ ମାନେ ପ୍ରଶାସନ ତଥା ନେତୄଵର୍ଗଙ୍କ ଉତ୍ତମ କାର୍ଯ୍ୟକୁ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ଅନୈତିକ କାର୍ଯ୍ୟକୁ ମଧ୍ୟ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ଭୄକ୍ଷେପ କରିନଥାନ୍ତି।

ଵିଭିନ୍ନ ବ୍ଲକରୁ ତିରିଶ ଜଣ ସାମ୍ବାଦିକ ଯୋଗଦେଇ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରାନ୍ତୀଧାରାର ଜିଲ୍ଲା ପ୍ରତିନିଧି ପ୍ରଦୀପ ବେହେରା ସଂଯୋଜନା କରିଥିଲା ବେଳେ ଟାଙ୍ଗିର ଆଇନଜୀବୀ ତଥା ସାମ୍ବାଦିକ ନିରଂଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts