
ଜମ୍ମୁ କଶ୍ମୀରର ତ୍ରାଲ୍ରେ ସେନାର ଏନ୍କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁଷା ନିହତ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏନ୍କାଉଣ୍ଟରରେ ମୁଷା ପ୍ରାଣ ହରାଇଥିବା ବେଳେ ଆଜି ସକାଳ 6ଟାରେ ମୃତ ଦେହ ଉଦ୍ଧାର କରାଯାଇଛି। ଅନସର ଘଜଓ୍ବତ୍ ଉଲ୍ ହିନ୍ଦ ଦଳର ମୁଖ୍ୟ ତଥା ବୁରହାନ୍ ଓ୍ବାନିର ଉତ୍ତରାଧିକାରୀକୁ ଏକ ଔଷଧ ଦୋକାନରେ ଏନ୍କାଉଣ୍ଟର କରିଛି ସୁରକ୍ଷା ବଳ। ଦାଦସାରା ଗ୍ରାମରେ ସୁରକ୍ଷା ବଳ ଏବଂ ମୂଷା ମଧ୍ୟରେ ଗୁଳିଚାଳନା ହେଉଥିବା ବେଳେ ମୂଷାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା ମାତ୍ର ମୁଷା ପକ୍ଷରୁ ଗୁଳିଚାଳନା କରାଯିବାରୁ ସୁରକ୍ଷା ବଳ ଔଷଧ ଦୋକାନଟିକୁ ଉଡାଇ ଦେଇଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି।