Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଯବାନମାନଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ତିନି ନକ୍ସଲ ନିହତ

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରୁ ତିନିଜଣ ନକ୍ସଲଙ୍କ ମୃତ୍ୟୁ ଖବର ଆସୁଛି। ପୂର୍ବରୁ ଏହି ଏନକାଉଣ୍ଟରରେ ଯବାନମାନେ ଦୁଇ ଜଣ ନକ୍ସଲଙ୍କୁ ନିହତ କରିଥିଲେ ଏବଂ ପରେ ଆଉ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଯେଉଁ କାରଣରୁ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ସଂଖ୍ୟା ତିନିରେ ପହଞ୍ଚିଥିଲା।

ବିଜାପୁର-ଦନ୍ତେୱାଡା ସୀମାରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଅପରେସନ୍ ଚାଲିଛି। ଏହି ତିନିଟି ଜିଲ୍ଲାର ଏସପିଙ୍କ ତତ୍ତ୍ବାବଧାନରେ ଏହି ନକ୍ସଲ ବିରୋଧୀ ଅପରେସନ ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା: ଏନକାଉଣ୍ଟରରେ ଅଭିଯୁକ୍ତ ଜାଭେଦ ନିହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା କରାଯାଇଛି। ନିରୀହ ପିଲାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଉତ୍ତେଜିତ ଲୋକମାନେ ଏନେଇ ପୋଲିସ ଷ୍ଟେସନରେ ହଙ୍ଗମା କରିଛନ୍ତି। ଯାନବାହାନ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଉଭୟ ଶିଶୁ ହତ୍ୟାର ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଛି।

ବରେଲି ଆଇଜି ରାକେଶ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଅଭିଯୁକ୍ତ ୨୫-୩୦ ବର୍ଷ ବୟସର ଥିଲା।

ଏହି ପ୍ରସଙ୍ଗରେ ବଦାୟୁଁ ଡିଏମ୍ ମନୋଜ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ବାବା କଲୋନୀରେ ଜଣେ ଯୁବକ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା। କିଛି ଲୋକ ଏଥିରେ ଉତ୍ତେଜିତ ହୋଇ ହଙ୍ଗାମା କରିଥିଲେ। ମୃତ୍ୟୁବରଣ କରିଥିବା ପିଲାମାନଙ୍କର ବୟସ ପ୍ରାୟ ୧୧ ବର୍ଷ ଏବଂ ୬ ବର୍ଷ ଥିଲା। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ତଦନ୍ତରେ ନିୟୋଜିତ ଅଛି।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲେ ତିନି ମାଓବାଦୀ

ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ମୃତକ ତିନି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍‌ ମରାମତି କାମରେ ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଉକ୍ତ କାମ ଚାଲିଥିବା ବେଳେ ହଠାତ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଫଳରେ ଜବାନମାନଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ଜବାନମାନଙ୍କ ପାଲଟା ଆକ୍ରମଣରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର: ତିନି ଯବାନ ଶହୀଦ

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଚାଲିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରନ୍‌ ସେକ୍ଟରରେ ଏଲଓସି ନିକଟରେ ହୋଇଥିବା ଅପରେସନରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ଗୁଳି ବିନିମୟ ବେଳେ ଜଣେ ସେନା ଅଧିକାରୀ ଓ 2 ଯବାନ ଶହୀଦ୍‌ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ପମ୍ପୋରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି।

ସୂଚନା ଯୋଗ୍ୟ ଯେ, ଗୁରୁବାର ରାତିରେ ଲାଲପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏବଂ ପରେ ସୁରକ୍ଷା ବାହିନୀଙ୍କ ଦ୍ଵାରା  ଏନକାଉଣ୍ଟର ଆରମ୍ଭ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଦୁଇ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଏହି ମୁହାଁମୁହିଁ ଆକ୍ରମଣ ସମୟରେ ଆବିଦ୍ ମିର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଡଗାମରେ ଏନକାଉଣ୍ଟର : ଦୁଇ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ବଡଗାମରେ ସୁରକ୍ଷାବଳଙ୍କ ପକ୍ଷରୁ ଏକ ଏନକାଉଣ୍ଟରରେ 2 ଆତଙ୍କୀଙ୍କୁ ନିପାତ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସେଣ୍ଟ୍ରାଲ କାଶ୍ମୀରର ବଡଗାମ ସ୍ଥିତ ମୋଚୁଆରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଆତଙ୍କୀ ମାନେ ଗୁଳି ଚାଳନା କରିବା ପରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ଦୁଇ ଆତଙ୍କୀ ନିହତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ଜମ୍ମୁ କାଶ୍ମୀରରୁ ଦୁଇଟି ପୃଥକ ଘଟଣାରେ ତିନି ଆତଙ୍କୀଙ୍କୁ ଆତ୍ମସମର୍ପଣ କରାଇଥିଲେ ସୁରକ୍ଷା ବଳ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ସୁରକ୍ଷା ବଳ ଏବଂ ମାଓବାଦୀ ମଧ୍ୟରେ ସଂଘର୍ଷ: ଟଳିପଡିଲେ ୪ ମାଓବାଦୀ

କଳାହାଣ୍ଡି: ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କୀ ଜଙ୍ଗଲରେ ଏହି ସଂଘର୍ଷ ଚାଲିଥିଲା। ଏଥିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କେତେଜଣ ମାଓବାଦୀ ସେଠାରେ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନି।

Categories
ଆଜିର ଖବର ଜାତୀୟ ଖବର

ଆଜି ସକାଳୁ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ସେନାର ଏନକାଉଣ୍ଟର, ଜଣେ ସେନା ଅଧିକାରୀ ଆହତ

ଶ୍ରୀନଗର, ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ସକାଳୁ ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି ବୋଲି ସେନା ସୂତ୍ରରୁ ପ୍ରକାଶ। ସେହି ଅଞ୍ଚଳର ଆତଙ୍କବାଦୀଙ୍କ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଏହି ଅଞ୍ଚଳକୁ କର୍ଡନ କରିବା ପରେ ୟେଡିପୋରାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିଥିଲେ। ଏହାପରେ ସେମାନେ ଏନକାଉଣ୍ଟର ଆରମ୍ଭ କରିଥିଲା। ବାରାମୁଲାର ୟେଡିପୋରା ପଠାନ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ସେଠାରେ ବ୍ୟାପକ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ବୋଲି ପୋଲିସ କହିଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଜଣେ ପୋଲିସ୍‌ ଅଧିକାରୀଙ୍କ ସମେତ ଦୁଇ ଯବାନ ଶହୀଦ୍‌

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ସୋମବାର ଦିନ ବାରମୂଳା ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ପୋଲିସ୍‌ ଓ ସିଆରପିଏଫ୍‌ ପାଟ୍ରୋଲିଂ ପାର୍ଟି  ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଜମ୍ମୁକାଶ୍ମୀର ପୋଲିସ୍‌ର ଜଣେ ସ୍ପେଶାଲ୍‌ ଅଫିସରଙ୍କ ସମେତ ଦୁଇ ସିଆରପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

ଆଜି ସକାଳୁ ସକାଳୁ ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ଓ ପୋଲିସ ଟିମ୍ ଉପରେ ଆତଙ୍କବାହୀ ହମଲା କରିଥିଲେ । ଆଖିବୁଜା ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରରେ ଆତଙ୍କୀ ହମ୍‌ଲା : 2 ଯବାନ ଶହୀଦ୍‌

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କୀ ମାନେ ସୁରକ୍ଷାବଳ ଉପରକୁ ହମଲା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ଶୁକ୍ରବାର ସକାଳେ ପୋଲିସର ପ୍ୟାଟ୍ରୋଲିଂ ଟିମ୍ ଉପରକୁ ଏହି ଆକ୍ରମଣ କରାଯାଇଥିଲା । ଶ୍ରୀନଗର ଜିଲ୍ଲାର ନୌଗାମ୍ ବାଇପାସରେ ଏହି ଆକ୍ରମଣ ଘଟିବା ସହିତ 2 ପୋଲିସ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଆତଙ୍କୀ ଆକ୍ରମଣ ପଛରେ ଜୈସ୍‌-ଏ-ମହମ୍ମଦର ହାତ ରହିଥିବାର ସୂଚନା ରହିଛି ।

ସୁରକ୍ଷାବଳ ଲଗାତାର ଭାବରେ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଥିବାବେଳେ ନିକଟରେ ଫୁଲଓ୍ବାମା ଜିଲ୍‌ଲାର ସେବ ବାଗାନ୍‌ରେ ଛପି ଥିବା ଆତଙ୍କୀଙ୍କ ସହ ସୁରକ୍ଷା ବଳ ମୁହାଁମୁହିଁ ହୋଇଥିଲେ । ଏହି ଆକ୍ରମଣରେ ଆଜାଦ ଅହମ୍ମଦ ଲୋନ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଘଟଣାରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ । ଗୁରୁବାର ଆତଙ୍କୀଙ୍କ 3ଟି ଠିକଣାସ୍ଥାନକୁ ଠାବ କରିବା ସହିତ ବିପୁଳ ବିସ୍ଫୋରକ ଜବତ କରିଥିଲା ଭାରତୀୟ ସେନା ।

ଗତ କିଛି ଦିନ ଜମ୍ମୁକାଶ୍ମୀରରେ ନେତାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ଆତଙ୍କୀମାନେ। ଗୋଟିଏ ମାସ ଭିତରେ ବିଜେପିର କିଛି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀମାନେ । ଏହା ପରେ କିଛି ନେତାମାନେ ଦଳ ଛାଡିଥିବାର ଜଣାପଡିଛି। ଏବେ ଘାଟି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର : ତିନି ଆତଙ୍କୀ ନିହତ

ଜମ୍ମୁକାଶ୍ମୀର : ଗତ କିଛି ଦିନ ହେବ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ନାଗନାଦ ଚିମ୍ମେର ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍‌ ଜାରି ରଖିବାର ସୂଚନା ରହିଛି । ତେବେ  ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ରିପୋର୍ଟ ତରଫରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ବର୍ଷଣ କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୬ ଆତଙ୍କୀ ସଫା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତିରାପ ଏନ୍‌ଗିନୁ ଗାଁରେ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ ଜଣ ଉଗ୍ରବାଦୀ  ନିହତ ହୋଇଛନ୍ତି। ଆସାମ ରାଇଫଲ୍ସ ଓ ଅରୁଣାଚଳ ପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଛି। ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୂର୍ବ ତିନ୍‌ସୁକିଆଠାରୁ ୫୦ କିମି ଦୂର ଏନ୍‌ଗିନୁ ଗାଁରେ କିଛି ଉଗ୍ରବାଦୀ ଲୁଚି ରହିଥିବାର ସୂଚନା ଆଧାରରେ  ଆସାମ ରାଇଫଲ୍ସ ଦୁଇଟି ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଉଭୟ ଦଳ ସକାଳ ପ୍ରାୟ  ସାଢେ ଚାରିଟାରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଉଗ୍ରବାଦୀ NSCN-IMର ବୋଲି ସୂଚନା ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

କାନପୁର: ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଛି । ମୃତକ ଦ୍ୱୟ ହେଲେ ବାଓ୍ବଆ ଦୁବେ ଓ ପ୍ରଭାତ ମିଶ୍ରା। ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି।

ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା।  ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି। ସେହିପରି ବିକାଶର ଅନ୍ୟତମ ସହଯୋଗୀ ବାଉଓ୍ବା ଦୁବେକୁ ଇଟାଓ୍ବାଠାରେ ଗୁଳି କରିଛି । ପୋଲିସ ସୂଚନା ଅନୁସାରେ ବାଓ୍ବଆ ବିଳମ୍ବିତ ରାତ୍ରିରେ ମହେବା ନିକଟରେ ହାଇଓ୍ବେଠାରେ ଏକ ସ୍ବିପ୍ଟ ଡିଜାୟାର୍‌ କାର୍‌ ଚୋରି କରୁଥିଲା । ବାଓ୍ବଆ ସହ ତିନିଜଣ ଅପରାଧୀ ରହିଥିଲେ । ପୋଲିସ୍‌କୁ ଏହି ଲୁଟ୍‌ର ଖବର ମିଳିଥିଲା । ବାଓ୍ବଆ  ପୁଲିସ୍‌ ପାଇଁ ମୋଷ୍ଟୱାଣ୍ଟେଡ ଥିଲା। ଏଥିପାଇଁ ତା’ ମୁଣ୍ଡ ଉପରେ 50 ହଜାର ଟଙ୍କାର ପୁରସ୍କାର ରହିଥିଲା । ତେବେ ବାଓ୍ବଆ ସହ ଥିବା ଅନ୍ୟ ତିନି ଅପରାଧୀ ଖସି ଯିବାରେ ସଫଳ ହୋଇଛନ୍ତି ।

ଏହା ପୂର୍ବରୁ ପୋଲିସ୍‌ ବିକାଶ ଦୁବେର ଡାହାଣ ହାତ ବୋଲାଉଥିବା ଅମର ଦୁବେକୁ ମଧ୍ୟ ଏନକାଉଣ୍ଟର କରିଛି । ହମୀରପୁର ଜିଲ୍ଲାରେ ଅମର ଲୁଚି ରହିଥିବାର ସୂଚନା ରହିଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଏନ୍‌କାଉଣ୍ଟରରେ ମାଓବାଦୀ ନିହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ ଚାରି ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ କରାଯାଇଛି । ସୁରକ୍ଷା ବାହିନୀର ଯବାନମାନେ ଏହି ଅଜଣା ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-47 ବନ୍ଧୁକ ଦୁଇଟି ପିସ୍ତଲ ଜବତ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ମିଳିଛି। ତେବେ ମୃତ ଆତଙ୍କବାଦୀଙ୍କର ଚିହ୍ନଟ ହୋଇନାହିଁ।

ସୂଚନା ଯୋଗ୍ୟ, ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ସେନାକୁ ସଫଳତା: ସୋପିଆଁରେ 3 ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟିଥିବା ନେଇ ରିପୋର୍ଟ ମିଳିଛି। ତିନି ଆତଙ୍କବାଦୀଙ୍କ ପରିଚୟ ମିଳି ନଥିବା ବେଳେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

4 ଦିନରେ 14 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା

ଶ୍ରୀନଗର : ଜମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ବିଗତ 4 ଦିନ ମଧ୍ୟରେ 14 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ବୁଧବାର ସକାଳୁ ସୋପିଆଁରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ5 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋପିଆଁର ସୁଗୋ ହେଧାମାରେ ବୁଧବାର ଘଟିଥିବା ଏନ୍‌କାଉଣ୍ଟରରେ ସକାଳୁ 2 ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଆହୁରି ତିନି ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେନା ପକ୍ଷରୁ ରବିବାର ଦିନ 5 ଜଣ ଆତଙ୍କୀ ଏବଂ ସୋମବାର ଦିନ 4 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସେନାକୁ ସଫଳତା : ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ବୁଧବାର ସୋପିଆନ୍‌ରେ ଘଟିଥିବା ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆନ୍‌ର ସୁଗୁ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ବିଗତ ତିନି ଦିନ ମଧ୍ୟରେ 11 ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ବେଳେ ସୁଗୁରେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯିବା ଫଳରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବଳଙ୍କୁ ସଫଳତା : ଜମ୍ମୁ କାଶ୍ମୀରରେ 5 ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା । ସୋପିଆଁର ରେବାନ୍‌ରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ 5 ଜଣ ଆତଙ୍କୀ ନିପାତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅବନ୍ତୀପୁରାରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅବନ୍ତୀପୁରାରେ ସୁରକ୍ଷା ବଳଙ୍କୁ ବଡ ସଫଳତା । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଏବଂ ଶାହରାହଲିରେ ଏନ୍‌କାଉଣ୍ଟର ସଙ୍ଗଠିତ ହେବା ସହିତ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍‌କୁ ବଡ ସଫଳତା ମିଳିଥିବା କୁହାଯାଉଛି । ମୃତ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ରହିଥିବା ନେଇ ସେନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଏନକାଉଣ୍ଟର ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ମଙ୍ଗଳବାର ରାତିରୁ ଶାହରାହଲିରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ବୁଧବାର ସକାଳୁ ଅବନ୍ତୀପୁରାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ତିନି ସିଆରପିଏଫ୍‌ ଯବାନ ଶହୀଦ

ଶ୍ରୀନଗର : ଜମ୍ମୁ କାଶ୍ମୀରରରେ ପୁଣି ଏକ ଏନକାଉଣ୍ଟରରେ ଭାରତୀୟ ସେନାର ତିନି ଯରବାନ ଶହୀଦ ହୋଇଛନ୍ତି । ଗତକାଲି 5 ଯବାନ ଶହୀଦ ହୋଇଥିବା ବେଳେ ଆଜି ପୁଣି ଆଉ ତିନି ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ସିଆରପିଏଫ୍‌ର ଏକ ଟିମ୍‌ ଉପରକୁ ଆତଙ୍କୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତିନି ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି । (ଏଜେନ୍ସି)