ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁ କୁ ଏନକାଉଣ୍ଟର କରାଯାଇଛି । ନୂଆସାହି ଜଙ୍ଗଲରେ ରାତ୍ରି 3.30ରେ ଏନକାଉଣ୍ଟର ହୋଇଛି। ପପୁ ନାଁରେ ରାଜ୍ୟର ବିଭିନ୍ନ ଥାନାରେ 22ଟି ଅପରାଧିକ ମାମଲା ରହିଛି। ପପୁ ସହଯୋଗୀଙ୍କ ସହ ମିଶି ଅପରାଧିକ କାଣ୍ଡ ଘଟାଇବାକୁ ଯୋଜନା କରୁଥିବାବେଳେ ପୋଲିସ ଏହାକୁ ପଣ୍ଡ କରିଛି । ଏହି ଏନ କାଉଣ୍ଟରରେ କିଛି ପୋଲିସ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି। ତେବେ ଆହତ ଅପରାଧୀ ପପୁକୁ କଟକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।


