Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା: ଏନକାଉଣ୍ଟରରେ ଅଭିଯୁକ୍ତ ଜାଭେଦ ନିହତ
ଆଜିର ଖବର

ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା: ଏନକାଉଣ୍ଟରରେ ଅଭିଯୁକ୍ତ ଜାଭେଦ ନିହତ

March 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା କରାଯାଇଛି। ନିରୀହ ପିଲାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଉତ୍ତେଜିତ ଲୋକମାନେ ଏନେଇ ପୋଲିସ ଷ୍ଟେସନରେ ହଙ୍ଗମା କରିଛନ୍ତି। ଯାନବାହାନ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଉଭୟ ଶିଶୁ ହତ୍ୟାର ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଛି।

ବରେଲି ଆଇଜି ରାକେଶ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଅଭିଯୁକ୍ତ ୨୫-୩୦ ବର୍ଷ ବୟସର ଥିଲା।

ଏହି ପ୍ରସଙ୍ଗରେ ବଦାୟୁଁ ଡିଏମ୍ ମନୋଜ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ବାବା କଲୋନୀରେ ଜଣେ ଯୁବକ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା। କିଛି ଲୋକ ଏଥିରେ ଉତ୍ତେଜିତ ହୋଇ ହଙ୍ଗାମା କରିଥିଲେ। ମୃତ୍ୟୁବରଣ କରିଥିବା ପିଲାମାନଙ୍କର ବୟସ ପ୍ରାୟ ୧୧ ବର୍ଷ ଏବଂ ୬ ବର୍ଷ ଥିଲା। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ତଦନ୍ତରେ ନିୟୋଜିତ ଅଛି।”

encounter murder
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.