ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର । ପୋଲିସ ବିଗତ କିଛି ଦିନ ହେବ ଏନକାଉଣ୍ଟର ଜାରି ରଖିଛି ।ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ଏନକାଉଣ୍ଟର କରିଛି । ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ ରାଜସ୍ଥାନରୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୋଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରିଥିଲା । ଗତ ୧୦ ଦିନ ଭିତରେ ପୋଲିସ ୫ ଜଣଙ୍କୁ ଏନକାଉଣ୍ଟର କରିଛି ।


