Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୬ରେ ଲୋୟର ପିଏମ୍‌ଜିରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି
ଆଜିର ଖବର

୨୬ରେ ଲୋୟର ପିଏମ୍‌ଜିରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି

November 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Congress's 'Save the Constitution' rally at Lower PMG on the 26th

ଭୁବନେଶ୍ବର: ରାଜ୍ୟ ରାଜନୀତି ଦିନକୁ ଦିନ ଆହୁରି ସରଗରମ ହେବାରେ ଲାଗିଛି। ଆସନ୍ତା ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସର ବିଶାଳ ‘ସମ୍ବିଧାନ ବଞ୍ଚାଅ’ ରାଲି ଅନୁଷ୍ଠିତ ହେବ। ଏନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ମହାସଂଗ୍ରାମର ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଆନ୍ଦୋଳନ କ୍ରମାଗତ ତିନି ଦିନ ଧରି ଚାଲିବ। ଯୋଜନା ଅନୁଯାୟୀ, ୨୪ ତାରିଖରେ ରାଜ୍ୟର ସମସ୍ତ ବ୍ଲକ୍‌ରେ, ୨୫ ତାରିଖରେ ସମସ୍ତ ଜିଲ୍ଲା ସଦର ମହକୁମାରେ ଏବଂ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ। ୨୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହେବାକୁଥିବା ଏହି ମହାସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗ ଦେବେ।

ଏହି ଆନ୍ଦୋଳନରେ ଦଳ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ପ୍ରମୁଖତା ଦେବ। ପ୍ରଥମତଃ, ଇଭିଏମ୍ ବଦଳରେ ପୁନର୍ବାର ବାଲାଟ୍ ପେପର ଜରିଆରେ ନିର୍ବାଚନ କରାଇବାକୁ ଦାବି କରାଯିବ। ଦ୍ୱିତୀୟତଃ, ନିର୍ବାଚନ ପରିଚାଳନାରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବ। ତୃତୀୟତଃ, ଏମଏମଡିଆର୍ ଖଣି ଆଇନ୍ ଯୋଗୁଁ ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆଣିବ ଦଳ। ଚତୁର୍ଥତଃ, ଚଳିତ ବର୍ଷ ବନ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏବଂ ବନ୍ୟା ପୀଡ଼ିତଙ୍କୁ ସଠିକ୍ ସହାୟତା ମିଳିନଥିବା ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଠିଆ କରାଯିବ। ଏହି ସଫଳତା ପାଇଁ ଦଳର ସମସ୍ତ ବ୍ଲକ୍ ଓ ଜିଲ୍ଲା ସଭାପତିମାନଙ୍କୁ ଦଳୀୟ ନେତୃତ୍ୱଙ୍କ ପକ୍ଷରୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସ ରାଲି ଲାେୟର ପିଏମଜି
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୫ରୁ ଖୋଲିବ ଧାନ ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ସାମିଲ

November 17, 2026

ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 17, 2026

ପାରାଦୀପରେ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ: ୨୭ ନାବିକ ସୁରକ୍ଷିତ ଉଦ୍ଧାର

November 17, 2026

ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ୟୁପି ସରକାରଙ୍କ ଆବେଦନ ଖାରଜ

November 17, 2026
Latest News

୨୬ରେ ଲୋୟର ପିଏମ୍‌ଜିରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି

November 17, 2026

ଡିସେମ୍ବର ୫ରୁ ଖୋଲିବ ଧାନ ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ସାମିଲ

November 17, 2026

ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 17, 2026

ପାରାଦୀପରେ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ: ୨୭ ନାବିକ ସୁରକ୍ଷିତ ଉଦ୍ଧାର

November 17, 2026

ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ୟୁପି ସରକାରଙ୍କ ଆବେଦନ ଖାରଜ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.