Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩.୨୬ ଲକ୍ଷ ମହିଳା ଗୋଷ୍ଠୀଙ୍କୁ ୨୪୭ କୋଟିର ଉପହାର, ମିଶନ ଶକ୍ତିର ବଡ଼ ଘୋଷଣା
ଆଜିର ଖବର

୩.୨୬ ଲକ୍ଷ ମହିଳା ଗୋଷ୍ଠୀଙ୍କୁ ୨୪୭ କୋଟିର ଉପହାର, ମିଶନ ଶକ୍ତିର ବଡ଼ ଘୋଷଣା

November 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ମିଶନ ଶକ୍ତିର ନୂଆ ପ୍ରୟାସ। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ୩,୨୬,୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG)କୁ ୨୪୭.୩୪ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିସହ ୮,୯୨୭ଟି SHGକୁ ୧୬.୦୩ କୋଟିର ଆବର୍ତ୍ତନ ପାଣ୍ଠି, ୨୦୪ଟି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘକୁ ୬୦.୪୦ କୋଟିର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୩୭୬ଟି ଆଞ୍ଚଳିକ ମଞ୍ଚକୁ ୫.୩୭ କୋଟିର ନିରାପତ୍ତା ପାଣ୍ଠି ଦିଆଯାଇଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ SHGଙ୍କୁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ଏହି ସହାୟତା ମହିଳାଙ୍କ ଜୀବିକା ଓ ଉଦ୍ୟୋଗର ସମ୍ପ୍ରସାରଣରେ ସହାୟକ ହେବ।

କାର୍ଯ୍ୟକ୍ରମରେ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ Low-GI ଚାଉଳ, ଇଡ୍‌ଲି ରାୱା, ଚୁଡ଼ା, ମିଲେଟ୍‌ କୁକିଜ୍‌ ଓ ସୁଗନ୍ଧିତ କଳାଜିରା ଚାଉଳର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ପାଦଗୁଡ଼ିକ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ IRRIର ବୈଷୟିକ ସହଯୋଗରେ ପ୍ରସ୍ତୁତ ହୋଇଛି।

ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ବଜାର ଯୋଗାଇବା ପାଇଁ ୬ଟି ବ୍ୟବସାୟିକ ବୁଝାମଣା କରାଯାଇଛି। ଏଥିରୁ ୪.୫୬ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ ବ୍ୟବସାୟିକ କାରବାର ହେବାର ଆଶା ରହିଛି। ଭୁବନେଶ୍ୱରର VillaMart ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ‘ସୁଭଦ୍ରା ଶକ୍ତି’ ଉତ୍ପାଦର ଅନଲାଇନ୍ ପ୍ରଦର୍ଶନ ଆରମ୍ଭ ହୋଇଛି।

ଏଥିସହ ଓଡ଼ିଶା ଜୀବିକା ମିଶନ ଓ The Nudge Lifeskills Foundation ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ସବୁ ପଦକ୍ଷେପ ମାଧ୍ୟମରେ ମହିଳାଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ନିଜ ଉତ୍ପାଦର ବ୍ରାଣ୍ଡିଂ, ବିକ୍ରି ଓ ବଜାର ସମ୍ପ୍ରସାରଣ ପାଇଁ ନୂଆ ସୁଯୋଗ ମିଳିବ।

Share. Facebook Twitter LinkedIn Email WhatsApp Copy Link

Related Posts

୨୬ରେ ଲୋୟର ପିଏମ୍‌ଜିରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି

November 17, 2026

ଡିସେମ୍ବର ୫ରୁ ଖୋଲିବ ଧାନ ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ସାମିଲ

November 17, 2026

ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 17, 2026

ପାରାଦୀପରେ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ: ୨୭ ନାବିକ ସୁରକ୍ଷିତ ଉଦ୍ଧାର

November 17, 2026
Latest News

୩.୨୬ ଲକ୍ଷ ମହିଳା ଗୋଷ୍ଠୀଙ୍କୁ ୨୪୭ କୋଟିର ଉପହାର, ମିଶନ ଶକ୍ତିର ବଡ଼ ଘୋଷଣା

November 17, 2026

୨୬ରେ ଲୋୟର ପିଏମ୍‌ଜିରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ରାଲି

November 17, 2026

ଡିସେମ୍ବର ୫ରୁ ଖୋଲିବ ଧାନ ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୩ ଜିଲ୍ଲା ସାମିଲ

November 17, 2026

ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 17, 2026

ପାରାଦୀପରେ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ: ୨୭ ନାବିକ ସୁରକ୍ଷିତ ଉଦ୍ଧାର

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.