Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳ ମତ ନିର୍ବିଶେଷରେ ଉଠିଲା ଗୋଟିଏ ସ୍ୱର ଧର୍ମଗଡ ଜିଲ୍ଲା ଆମର ଦାବୀ
ଆଜିର ଖବର

ଦଳ ମତ ନିର୍ବିଶେଷରେ ଉଠିଲା ଗୋଟିଏ ସ୍ୱର ଧର୍ମଗଡ ଜିଲ୍ଲା ଆମର ଦାବୀ

November 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ମୁଖିଆ ସବୁଜ ସଂକେତ ଦେବା ପରେ ଏବେ ଅନ୍ୟ ସବୁ ଉପଖଣ୍ଡରେ ମଧ୍ୟ ଏହି ଦାବୀ ଉଠିଲାଣି। କିଛି ଦିନ ଧରି ନିରବି ଯାଇଥିବା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀ ପୁଣି ଥରେ ଜାଗ୍ରତ ହୋଇଛି।ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଦୋହରାଇଛନ୍ତି। ଦାବୀ ପୁରଣ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି।

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଈ ଆସୁଛି। ଧର୍ମଗଡ ଉପଖଣ୍ଡର ଭୌଗଳିକ ସ୍ଥିତି, ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମୀକୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ ଜିଲ୍ଳା, ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା। ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ବ୍ଲକ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏହି ଉପଖଣ୍ଡ ର ମୋଟ ଜନସଂଖ୍ୟା ହେଉଛି ୭ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଟନ୍ତି।

ଜନସଂଖ୍ୟାକୁ ହିସାବ କଲେ ଦେବଗଡ ଜିଲ୍ଲା ର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣ ରୁ ଅଧିକା। ପୁନଶ୍ଚ ଏହା ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି। ଏହି ଦାବୀ ହାସଲ ପାଇଁ ଆଜି ଦଳ ମତ ନିର୍ବିଶେଷ ରେ ବରିଷ୍ଠ ଆଇନଜିବୀ ତୁଷାର ରଂଜନ ପଟଯୋଷୀ ଙ୍କ ନେତୃତ୍ୱ ରେ ବିଜେଡ଼ି ଦଳ ରୁ ଥବିର ପ୍ରସାଦ ସାହୁ, ବିବେକ ରଂଜନ ମିଶ୍ର, ରାଜେନ୍ଦ୍ର ମୁନି, ଧୀରେନ୍ଦ୍ର ନାଥ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପ୍ରଣବ ଭଈସାଲ ଭାଜପା ରୁ ସୁଧୀର ରଞ୍ଜନ ପଟଯୋଷୀ, ହିମାଂଶୁ ଶେଖର ପଣ୍ଡା, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର କଂଗ୍ରେସ ଦଳ ପକ୍ଷ ରୁ ଦିଗାମ୍ବର ଦୁରୀଆ, ଡାକେ ଲହଜଲ, ପ୍ରେମ ଲାଲ ସାଗର, ସନ୍ତୋଷ ପାଢ଼ୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅରୁଣ ତାୟାଲ୍, ଓକିଲ ସଂଘ ରୁ ସନ୍ତୋଷ ମେହେର, ସୁବାସ ପାଣିଗ୍ରାହି, ଭବାନୀ ଚରଣ ଦାସ, ସମୀର ମୁଣ୍ଡ ସାମ୍ୱାଦିକ ସଂଘ ରୁ ବିରଞ୍ଚି ଜାଲ, ଇଙ୍ଗିତ ପଣ୍ଡା,ଅଂଶୁମାନ ପାତ୍ର, ଉମେଶ ଦୁରିଆ, ଓବିସି ନେତା ଡମ୍ବରୁ ଲହଜଲ, ସିଟିଜନ ଫୋରମ୍ ରୁ ବଙ୍କିମ ଚନ୍ଦ୍ର ସାଗର, ରାଜେନ୍ଦ୍ର ଦୁରିଆଙ୍କ ସମେତ ଡ୍ରାଇଭର ସଂଘ, ସୋସିଆଲ ୱେଲ ଫେୟାର ସଂଗଠନ, ଆମ ଆଦମୀ ପାର୍ଟି, ବିଜୁ ସ୍ଵେଚ୍ଛା ସେବୀ ସଂଗଠନ ସମେତ ବିଭିନ୍ନ ମହାବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଏକ ରେଲୀ କରିବା ସହ ସଭା ର ଆୟୋଜନ ହୋଇ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରା ଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025

ଉଡ଼ାଣର କିଛି ମିନିଟ୍ ରେ ବିମାନର ଜରୁରୀକାଳୀନ ଅବତରଣ: ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

December 22, 2025

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ୧୭ ଦିନ ମଧ୍ୟରେ ଏହା ତୃତୀୟ ଘଟଣା

December 22, 2025

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଆରମ୍ଭ କଲା ରୁଷ: ଜାଣନ୍ତୁ କିପରି କରିବେ ଆବେଦନ?

December 22, 2025
Latest News

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025

ଉଡ଼ାଣର କିଛି ମିନିଟ୍ ରେ ବିମାନର ଜରୁରୀକାଳୀନ ଅବତରଣ: ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

December 22, 2025

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ୧୭ ଦିନ ମଧ୍ୟରେ ଏହା ତୃତୀୟ ଘଟଣା

December 22, 2025

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଆରମ୍ଭ କଲା ରୁଷ: ଜାଣନ୍ତୁ କିପରି କରିବେ ଆବେଦନ?

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.